ବଜାରକୁ ଆସିଲା ସବୁଠାରୁ ଶସ୍ତା ଏସି: ଦାମ୍ ମାତ୍ର ୧୩ ହଜାର ଟଙ୍କା, ବିନା ବିଜୁଳିରେ ଚାଲିବ ୮ ଘଂଟା

14,452

ଅଧିକାଂଶ ସମୟରେ ଲୋକେ ଏସି କିଣି ପକାନ୍ତି ସତ ହେଲେ ବିଜୁଳି ବିଲକୁ ଭୟ କରି ଏସି ବନ୍ଦ କରିଦେଇଥାନ୍ତି । ତେବେ ଲୋକମାନଙ୍କର ସମସ୍ୟାକୁ ଦୃଷ୍ଟିରେ ରଖି ବଜାରରେ ଏବେ ଏଭଳି ଏକ ଧରଣରୁ ଏସି ଆସିଛି, ଯାହାର ଦାମ୍ ତ ବହୁତ କମ୍, ଏଥିସହିତ ହିଁ ଏହି ଏସିକୁ ଆପଣ ବିନା ବିଜୁଳିରେ ବି ଚଲାଇ ପାରିବେ ।

କୁଲାଲା ନାମକ କଂପାନୀ ଦ୍ୱାରା ନିର୍ମିତ ହୋଇଥିବା ଏହି ଏସି ହେଉଛି ଦୁନିଆର ପ୍ରଥମ ପୋର୍ଟେବୁଲ ଏୟାର କଣ୍ଡିସନର । ଯାହାର ଦାମ ରହିଛି ମାତ୍ର ୧୩ ହଜାର ଟଙ୍କା । ଖାସ୍ କଥା ହେଲା କି, କୁଲାଲା ଏସିକୁ ଚଲାଇବା ପାଇଁ ବିଜୁଳିର ଆବଶ୍ୟକତା ପଡିବ ନାହିଁ । କାରଣ ଏହି ଏସି ସୋଲାର ଏନର୍ଜିରୁ ଚାର୍ଜ ହୋଇଥାଏ ଏବଂ ଥରେ ମାତ୍ର ଚାର୍ଜ ହେବା ପରେ ଏହାର ବ୍ୟାଟେରୀ ପାଖାପାଖି ୮ ଘଂଟା ଧରି ରହିଥାଏ । ଏଥିରେ ୧୫୦ ସ୍କୋୟାର ଫୁଟର ଏରିଆକୁ ଥଣ୍ଡା ରଖିବାରେ କ୍ଷମତା ରହିଛି । ସେହିପରି ଖାସ୍ କଥା ହେଲା, ଏଥିରେ ଏଲଇଡି ଲାଇଟ୍ ମଧ୍ୟ ଦିଆଯାଇଛି । ଅନ୍ଧାର ହେବା ଦ୍ୱାରା ଏହି ଲାଇଟକୁ ଜଳାଇ ଆପଣ କାମ କରିପାରିବେ । ଏଥିରେ ସୋଲାର ପ୍ୟାନେଲ, ପାୱାର ବ୍ୟାଙ୍କ, ଆଡଜଷ୍ଟ ହୋସ୍, ଏସି ଏବଂ ଡିସି ଭଳି ଆଡପ୍ଟର ରହିଛି । ତେବେ ଏହି ଏସିର ବୁକିଂ ବର୍ତ୍ତମାନ ଆରମ୍ଭ ହୋଇସାରିଛି ।

ଏହି ଏସିକୁ ଆପଣ ଘର ଭିତରେ ବି ବ୍ୟବହାର କରିପାରିବେ । ଏଥିପାଇଁ ଏସିକୁ ପାୱାର ଆଡପ୍ଟଡେଟରୁ ପ୍ଲଗ ଇନ କରିବାକୁ ପଡିବ । ଏବଂ ଆଉଟଡୋର ୟୁଜ ପାଇଁ ଏଥିରେ ଦିଆଯାଇଥିବା ପାୱାର ଷ୍ଟେସରୁ ଆଟାଚ କରିବାକୁ ହେବ । ଅଧିକାଂଶ ସମୟରେ ସୂର୍ଯ୍ୟ କିରଣ ଉପଯୁକ୍ତ ପରିମାଣରେ ନମିଳିବା ଦ୍ୱ୍ାରା ବି ଏହି ପାୱାର ଷ୍ଟେସନ ଜରିଆରେ କାମ କରିବ । ଏଥିରେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ମାଇକ୍ରୋ ଏୟାର କଂପ୍ରେସର ବ୍ୟବହୃତ ହୋଇଛି । ତେବେ ମାତ୍ର ୩ କିଲୋ ଓଜନ ବିଶିଷ୍ଟ ଏହି ଏସିକୁ ଆପଣ ଏଥିରେ ଲାଗିଥିବା ଚକା ଜରିଆରେ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ନେବାଆଣିବା କରିପାରିବେ ।