ହ୍ୱାଟସଆପରେ ଫଟୋ ସେୟାର କରି ଜେଲ ଗଲେ ଯୁବକ !

39

ସୋସିଆଲ ମିଡିଆରେ ପ୍ରତିଦିନ ହଜାର ହଜାର ଲୋକ ଅନେକ ଫଟୋ ସେୟାର କରିଥାନ୍ତି ତେବେ ସେ ଫେସବୁକ୍ ହେଉ କିମ୍ବା ହ୍ୱାଟସଆପ୍ । ହେଲେ ଏଥିପାଇଁ କିଏ କେବେ ଜେଲ ଯାଇପାରନ୍ତି ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏଭଳି ଏକ ଖବର ସାମ୍ନାକୁ ଆସିଛି ହରିୟାଣାରୁ । ଯେଉଁଠି ଜଣେ ୧୯ ବର୍ଷୀୟ ଯୁବକ ଭିଆଇଛନ୍ତି ଏଭଳି କାଣ୍ଡ । ଯିଏ କି ୬ ଦିନ କାଳ ଉପାଷଭୋକରେ ରହିଥିଲେ । ସେ ପୁଣି ସାମାନ୍ୟ ଗୋଟିଏ ସ୍ମାର୍ଟଫୋନ ପାଇଁ । ଆଉ ଏହି ସ୍ମାର୍ଟଫୋନଟି ହିଁ ତାଙ୍କ ପାଇଁ ଫାଶ ବନିଯାଇଥିଲା । ଏବେ ସେ ହରିୟାଣାରେ ଥିବା ଏକ ଜେଲର କାରାଗରରେ ବନ୍ଦୀ ଭଳି ଜୀବନ ଅତିବାହିତ କରୁଛନ୍ତି । ତେବେ ଏହି ୧୯ ବର୍ଷୀୟ ଯୁବକ ଜଣକର ଅପରାଧ ଥିଲା ହ୍ୱାଟସଆପରେ ସେୟାର କରିଥିବା ଏକ ଫଟୋ ।

ତେବେ ଯୁବକ ଜଣକ ସେୟାର କରିଥିବା ଫଟୋଟି କୌଣସି ସାମାନ୍ୟ ଫଟୋ ନଥିଲା ବରଂ ଫଟୋଟି ଥିଲା ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର । ଯାହାକୁ ଯୁବକ ଜଣକ ବିକୃତ କରି ହ୍ୱାଟସଆପରେ ସେୟାର କରିଥିଲେ ଆଉ ଏହାର ଅଭିଯୋଗ ବିଜେପି କାର୍ଯ୍ୟକର୍ତ୍ତା ମୁକେଶ କୁମାର ହରିୟାଣାର ଫତେହାବାଦ ଜେଲରେ କରିଥିଲେ । ମୁକେଶଙ୍କ ଅଭିଯୋଗ ପରେ ପୁଲିସ ୧୮ ନଭେମ୍ବରକୁ ଶାକୀବଙ୍କୁ ଗିରଫ କରିଥିଲା । ଏହି ୧୯ ବର୍ଷୀୟ ଯୁବକଙ୍କର ନାଁ ହେଉଛି ଶାକୀବ । ସେ ନିଜ ପରିବାର ଲୋକଙ୍କ ସହିତ ୟୁପିର ସହରନପୁର ଜିଲ୍ଲାର ଖେରା ମେୱାତଠାରେ ରୁହନ୍ତି । ସେଠାରେ ସେ ଟେଲରିଂ କାମ କରନ୍ତି । ଶାକୀବଙ୍କର ୪୫ ବର୍ଷୀୟ ମାଆ ଜୁଲି ଖାନଙ୍କ କହିବା ଅନୁସାରେ, ଗତ ୪ ମାସ ହେଲା ସେ ସ୍ମାର୍ଟଫୋନ ପାଇଁ ଅଡି ବସିଥିଲା ହେଲେ ବାପାଙ୍କ ରୋଜଗାର କମ ଥିବାରୁ ତାର ଏହି ଜିଦକୁ ପୁରଣ କରିବା ତାଙ୍କ ପକ୍ଷେ ଅସମ୍ଭବ ହୋଇପଡିଥିଲା । କାରଣ ତାଙ୍କର ମାସକୁ ରୋଜଗାର ୬୦୦୦ରୁ ୮୦୦୦ଟଙ୍କା । ହେଲେ ଶାକୀବ କିଛି ନବୁଝି ୬ଦିନ କାଳ ସ୍ମାର୍ଟଫୋନ କିଣିବା ଜିଦରେ ଖାଇବା ପିଇବା ଛାଡି ଦେଇଥିଲା । ଯେଉଁଥି ପାଇଁ ବାଧ୍ୟ ହୋଇ ତାର ବାପା ତା ପାଇଁ ସ୍ମାର୍ଟଫୋନ କିଣିଥିଲେ ଆଉ ସେ ପୁଣି ଲୋନ କରି ।

ଶାକୀବ ତୃତୀୟ ଶ୍ରେଣୀ ଯାଏଁ ପାଠପଢିଛି । ଜେଲରେ ଥିବା ଶାକୀବଙ୍କୁ ଭେଟିବାକୁ ଆସିଥିବା ତାଙ୍କ ବାପାଙ୍କ କହିବା କଥା ହେଲା କି, ‘ଲୋନ ନେଇ ମୁଁ ମୋର ପୁଅ ପାଇଁ ଗୋଟିଏ ସ୍ମାର୍ଟଫୋନ କିଣିଛି । ସେ ପିଲା ଲୋକ, ତାକୁ ଜଣା ନାହିଁ କି ଫୋନରେ କେଉଁଟା କରିବା ଉଚିତ ଆଉ କେଉଁଟା ନୁହେଁ’ ।

ଏଠାରେ ଆମେ କହି ରଖୁଛୁ କି, ଶାକୀବଙ୍କ ଗାଁରେ ପାଖାପାଖି ୮ ହଜାର ଲୋକ ବାସକରନ୍ତି ଏବଂ ଗାଁର ଅଧିକାଂଶ ଲୋକ ଲେଖାପଢା ଜାଣିନାହାଁନ୍ତି । ଏପରିକି ଗାଁର ବହୁତ କମ ଲୋକ ହିଁ ଫୋନ ବ୍ୟବହାର କରନ୍ତି । ଯାହାର ପ୍ରମୁଖ କାରଣ ହେଲା, ଏଠାକାର ଲୋକମାନଙ୍କ ପ୍ରତିଦିନର ରୋଜଗାର ହେଉଛି ୧୦୦ରୁ ୨୦୦ଟଙ୍କା ଆଉ କମ୍ ରୋଜଗାରରେ ଜଣେ କିପରି ସ୍ମାର୍ଟଫୋନ ବ୍ୟବହାର କରିପାରିବେ ।