ମୋଦି ସରକାରଙ୍କ ବଡ ନିଷ୍ପତି: ଏଣିକି ପୁରୁଷ କର୍ମଚାରୀଙ୍କୁ ବି ମିଳିବ ୨ ବର୍ଷ ପର୍ଯ୍ୟନ୍ତର ଛୁଟି, କଟିବ ନାହିଁ ଦରମା; ହେଲେ ଗୋଟିଏ ସର୍ତ୍ତରେ..

1,154

ମହିଳାଙ୍କ ଭଳି ଶିଶୁର ଦେଖାଶୁଣା ପାଇଁ ପୁରୁଷ କର୍ମଚାରୀଙ୍କୁ ମଧ୍ୟ ମିଳିବ ଛୁଟି । ତେବେ ଛୁଟି କେବଳ କେନ୍ଦ୍ର ସରକାରୀଙ୍କ ଅଧିନରେ ଚାକିରୀ କରୁଥିବା ସିଙ୍ଗଲ ମେଲ ପେରେଂଟସକୁ ହିଁ ମିଳିବ । ଚାକିରୀ କାଳ ମଧ୍ୟରେ ମୋଟ ୭୫୦ ଦିନ ଛୁଟି ନେଇପାରିବେ ପୁରୁଷ କର୍ମଚାରୀ । ଶିଶୁଙ୍କ ଯତ୍ନ ସେହି ପୁରୁଷମାନେ ନେଇପାରିବେ, ଯାହା ଉପରେ ଶିଶୁଟି ସଂପୂର୍ଣ୍ଣ ନିର୍ଭରଶୀଳ । ଅବିବାହିତ କର୍ମଚାରୀ, କିମ୍ବା ସ୍ତ୍ରୀଙ୍କୁ ଛାଡପତ୍ର ଦେଇଥିବେ କିମ୍ବା ଯାହାର ପତ୍ନୀଙ୍କ ଦେହାନ୍ତ ହୋଇଯାଇଛି ।

କେବଳ ସେହି ପୁରୁଷ କର୍ମଚାରୀଙ୍କୁ ୭୫୦ ଦିନ ଛୁଟି ମିଳିବ । ସପ୍ତମ ବେତନ କମିସନଙ୍କ ସୁପାରିଶ ପରେ ଏନେଇ ଡିପାର୍ଟମେଂଟ ଅପ ପର୍ସନାଲ ଆଣ୍ଡ ଟ୍ରେନିଂ ତରଫରୁ ନିର୍ଦେଶାନାମା ଜାରି କରାଯାଇଛି । ତେବେ ୭୫୦ ଦିନର ଛୁଟି ତିନିଟି ପର୍ଯ୍ୟାୟରେ ନେଇ ପାରିବେ ପୁରୁଷ କର୍ମଚାରୀ । ତେବେ ପ୍ରଥମ ୩୬୫ ଦିନ ଛୁଟି ପାଇଁ ଶହେ ପ୍ରତିଶତ ଦରମା ମିଳିବ । ଏବଂ ବାକି ୩୬୫ ଦିନ ପାଇଁ ୮୦ ପ୍ରତିଶତ ଦରମା ମିଳିବ ।

ଅର୍ଜିତ ଅବକାଶରେ ପରିବର୍ତ୍ତନ

ଖାଲି ଏତିକି ନୁହେଁ କେନ୍ଦ୍ର କର୍ମଚାରୀମାନଙ୍କର ସୁବିଧାକୁ ଦୃଷ୍ଟିରେ ରଖି ଅର୍ଜିତ ଅବକାଶରେ ବି ସଂଶୋଧନ କରାଯାଇଛି । ଯାହା ଅନୁସାରେ, ଜାନୁଆରୀ ଏବଂ ଜୁଲାଇ ମାସର ପ୍ରଥମ ଦିନରୁ ହିଁ ୫ ଦିନର ଆଡଭାନ୍ସ ଲିଭ ପ୍ରତି କ୍ୟାଲେଣ୍ଡ ବର୍ଷରେ ତାଙ୍କର ଖାତାରେ ଯୋଡି ଦିଆଯିବ ।

ଅନ୍ୟ ଦେଶରେ କଣ ରହିଛି ନିୟମ

ଆମେରିକାରେ Sutanic holidays ର ସୁବିଧା ନାହିଁ । କିନ୍ତୁ ପରିବାର ଏବଂ ଚିକିତ୍ସା ଆଇନ୍ ୧୯୯୩ଅନୁସାରେ, କର୍ମଚାରୀ ୧୨ ସପ୍ତାହର leave without pay ନିଶ୍ଚୟ ନେଇପାରିବେ । ସେହିପରି କାଲିଫର୍ଣ୍ଣିଆରେ ବି ୬ ମାସିଆ ଛୁଟି କର୍ମଚାରୀ ନେଇପାରିବେ । ଅଷ୍ଟ୍ରେଲିୟାରେ ପିଲାଙ୍କର ଦେଖାଶୁଣା ପାଇଁ ୧୮ ସପ୍ତାହର ଛୁଟି କର୍ମଚାରୀ ନେଇପାରିବେ ।