କମିଲା ଇଂଟରନ୍ୟାସନାଲ ଇନକମିଂ କଲ ଉପରେ ଲାଗୁ ହେଉଥିବା ଚାର୍ଜ ! ଜାଣନ୍ତୁ ଟ୍ରାଇର ଏଭଳି ନିଷ୍ପତିରେ କଣ ହୋଇପାରେ କ୍ଷତି

22

ଫେବୃୟାରୀ ପହିଲାରୁ ଟ୍ରାଇ ବିଦେଶୀ ଇନକମିଂ କଲ ଉପରେ ଇଂଟରନ୍ୟାସନାଲ ଟର୍ମିନେସନ ଶୁଳ୍କକୁ ୫୩ ପଇସାରୁ କମାଇ ୩୦ ପଇସା ପ୍ରତି ମିନିଟ୍ ହିସାବରେ ନେବାକୁ ନିଷ୍ପତି ନେଇଛି । ଯାହାର ଏକମାତ୍ର ଉଦ୍ଦେଶ୍ୟ ହେଲା, ଫର୍ଜି ଆଇଏସଡି କଲ ଦ୍ୱାରା ଅବୈଧ ରୋଜଗାର ସହିତ ଦେଶର ସୁରକ୍ଷାରେ ବାଧା ସୃଷ୍ଟି କରୁଥିବା ବେଆଇନ ଏଜେନ୍ସିଙ୍କ ଉପରେ ଅଙ୍କୁଶ ଲଗାଇବା । ହେଲେ ଟ୍ରାଇର ଏଭଳି ନିଷ୍ପତି ଦ୍ୱାରା ଟେଲିକମ କଂପାନୀମାନଙ୍କୁ ବି କ୍ଷତି ସହିବାକୁ ପଡିପାରେ । ତେବେ ଆସନ୍ତୁ ଏସଂପର୍କରେ ଅଧିକ ସୂଚନା ।

ଲାଭ କ୍ଷତି ବିଷୟରେ ଜାଣିବା ପୂର୍ବ ପ୍ରଥମେ ଆପଣ ଜାଣି ରଖିବା ଉଚିତ କି ଇଂଟରନ୍ୟାସନାଲ ଟର୍ମିନେସନ କଣ ? ତେବେ ଟେଲିକମ କଂପାନୀମାନେ ଗ୍ରାହକଙ୍କ ନିକଟରେ କଲ ପହଂଚାଇବା ପାଇଁ ସେହି ସମସ୍ତ ବିଦେଶୀ ଅପରେଟରଙ୍କ ଠାରୁ ଇଂଟରନ୍ୟାସନାଲ ଟର୍ମିନେସନ ଚାର୍ଜ ତଥା ଆଇଟିସି ଆଦାୟ କରିଥାନ୍ତି ଯେଉଁସବୁ କଂପାନୀମାନଙ୍କ ନେଟୱର୍କରୁ କଲ ଆସିଥାଏ ।

ଟ୍ରାଇର ନିର୍ଦ୍ଦେଶାନୁସାରେ, ଏଭଳି ନିଷ୍ପତି ନେବାର ମୁଖ୍ୟ ଉଦ୍ଦେଶ୍ୟ ହେଲା କି, ବେଆଇନ କାରବାର ଚଳାଉଥିବା ଏଜେନ୍ସିଙ୍କ ଉପରେ ଅଙ୍କୁଶ ଲଗାଇବା । କାରଣ କିଛି ଏଜେନ୍ସି ଇଂଟରନେଟରେ ଅବୈଧ ବିଓଆଇପି ତଥା ଭଏସ ଓଭର ଇଂଟରନେଟ ପ୍ରୋର୍ଟକଲ ଜରିଆରେ ଭାରତୀୟ ଗ୍ରାହକମାନଙ୍କୁ ଆଇଏସଡି କଲର ସେବା ଦେଇ ରଖିଥାନ୍ତି ଏବଂ ଅବୈଧ ମୁନାଫା ମଧ୍ୟ କମାଇଥାନ୍ତି । ଯାହାକୁ ଦୃଷ୍ଟିରେ ରଖି ଟ୍ରାଇ ଏଭଳି ନିଷ୍ପତି ନେଇଛି ।

ଲାଭ ଏବଂ କ୍ଷତି

ଟ୍ରାଇର ଏହି ନିଷ୍ପତି ଦ୍ୱାରା ସାଧାରଣତଃ ତିନୋଟି ପ୍ରମୁଖ ଟେଲିକମ କଂପାନୀ ତଥା ଭାରତୀ ଏୟାରଟେଲ, ଭୋଡାଫୋନ ଇଣ୍ଡିଆ ଏବଂ ଆଇଡିଆ ସେଲ୍ୟୁଲାରକୁ ଏକ ଶକ୍ତ ଝଟକା ଲାଗିବା ସୁନିଶ୍ଚିତ । କାହିଁକି ନା, ଅଧିକାଂଶ ଇଂଟରନ୍ୟାସନାଲ କଲ ଏହିସବୁ କଂପାନୀମାନଙ୍କ ନେଟସ୍ୱର୍କରୁ ହିଁ ଆସିଥାଏ । ତେବେ ଟର୍ମିନାଲ ଦର ହ୍ରାସ ପାଇବା ଦ୍ୱାରା ଏହିସବୁ କଂପାନୀମାନଙ୍କ ରୋଜଗାର ଉପରେ ଗଭୀର ପ୍ରଭାବ ପଡିବ ।