ଲୋକଙ୍କୁ ସଚେତନ କରିବାକୁ ପୁଲିସ ବାବୁଙ୍କ ଭିନ୍ନ ପ୍ରୟାସ: ଅପରାଧ ବିଷୟରେ ସୂଚନା ଦେବା ସହ ଜାଗ୍ରତ ରହିବାକୁ ଗୀତ ଜରିଆରେ ଦେଲେ ପରାମର୍ଶ
ତେଲେଙ୍ଗାନା ଟ୍ରାଫିକ ପୁଲିସର ଜଣେ ଅଧିକାରୀ ଲୋକଙ୍କୁ ସଚେତନ କରିବାକୁ ଏକ ଭିନ୍ନ ପ୍ରୟାସ କରୁଛନ୍ତି | ସୋସିଆଲ ମିଡ଼ିଆର ସବୁ ପ୍ଲାଟଫର୍ମରେ ନିଜେ ଗୀତ ଗାଇ ଅପଲୋଡ଼ କରୁଛନ୍ତି | ସାଧାରଣ ଲୋକଙ୍କୁ ଅପରାଧ ବିଷୟରେ ସୂଚନା ଦେବା ସହ କିଭଳି ସେମାନେ ଜାଗ୍ରତ ରହିପାରିବେ ସେ ନେଇ ଗୀତ ଗାଉଛନ୍ତି | ଏହି ଅଧିକାରୀଙ୍କ ନାମ ହେଉଛି ଏ ନାଗମୁଲଲୁ |
Kanak News is now on WhatsApp
Join and get latest news updates delivered to you via WhatsApp
ବର୍ତ୍ତମାନ ହାଇଦ୍ରାବାଦ ପୁଲିସରେ କାମ କରୁଥିବା ନାଗମୁଲଲୁ ୨୦୧୨ ମସିହାରେ ଏହି ପ୍ରୟାସ ଆରମ୍ଭ କରିଥିଲେ | ନାଗମୁଲଲୁ କୁହନ୍ତି ଯେ ଏବେ ନିଜ ରାଜ୍ୟର ଲୋକଙ୍କ ପାଇଁ ସେ ଏହି ଅଭିଯାନ କରୁଛନ୍ତି | ଏ ଯାଏଁ ୨୦ରୁ ଅଧିକ ଗୀତ ଗାଇ ନିଜ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ଼ କରିସାରିଲେଣି |