ବିନା ଅପରାଧରେ ଜେଲ୍ ଦଣ୍ଡ ! ଜାଣନ୍ତୁ ତେଲେଙ୍ଗାନାର ଏହି ସେଂଟ୍ରାଲ୍ ଜେଲର ରହସ୍ୟ

24

ଦୁନିଆରେ ଅନେକ ଲୋକ ରହିଛନ୍ତି ଯେଉଁମାନେ କି ନିଜର ସଉକ୍ ପାଇଁ ବିଭିନ୍ନ ସ୍ତରରକୁ ଚାଲି ଯାଇଥାନ୍ତି । ଏଥିରେ କେହି ପୁରୁଣା ଟଙ୍କା ସଂଚିଲାଣି ତ ପୁଣି କେହି ଦେଶସାରା ବୁଲିଲାଣି । ତେବେ ଏଭଳି ଅନେକ ଇଚ୍ଛା ବିଭିନ୍ନ ଲୋକଙ୍କର ରହିଛି । କିନ୍ତୁ ଯଦି ଆପଣଙ୍କର ଜେଲ୍ ଯିବା ପାଇଁ ଇଚ୍ଛା ରହିଛି ତେବେ ଆପଣଙ୍କ ଏହି ଇଚ୍ଛା ମଧ୍ୟ ପୁରଣ ହୋଇପାରିବ । ଆଉ ସେ ପୁଣି ବିନା କୌଣସି ଦୋଷ ବା ଅପରାଧରେ ।

ସୂଚନା ମୁତାବକ, ତେଲେଙ୍ଗାନା ମେଡକ ଜିଲ୍ଲାର ସଂଗାରେଡ୍ଡିରେ ପାଖାପାଖି ୨୨୦ ବର୍ଷ ପୁରୁଣାର ସେଂଟ୍ରାଲ୍ ଜେଲ ରହିଛି । ଯାହାକୁ ବର୍ତ୍ତମାନ ଏକ ସଂଗ୍ରାହଳୟ କରିଦିଆଯାଇଛି । ଏବଂ ଏହାର ନାଁ ‘ଫିଲ୍ ଦ ଜେଲ’ ରଖାଯାଇଛି । ଆପଣ ଆଣିଲେ ଆଶ୍ଚର୍ଯ୍ୟ ହେବେ କି ଏହି ଜେଲରେ ଲୋକେ ବିନା କୌଣସି ଅପରାଧରେ ବନ୍ଦି ହୋଇ ରହୁଛନ୍ତି । ଯେଉଁଥିପାଇଁ ସେମାନଙ୍କୁ ଦେବାକୁ ପଡିଥାଏ ୫୦୦ ଟଙ୍କା । ତେବେ ଟଙ୍କା ଦେବାପରେ ସେମାନଙ୍କୁ ୨୪ ଘଂଟା ଜେଲରେ ରହିବାକୁ ଦିଆଯାଇଥାଏ । ଏଥିସହ ପର୍ଯ୍ୟଟକଙ୍କୁ ଜେଲ ପୋଷାକ ଦିଆଯିବା ସହିତ ଖାଇବା-ପିଇବା ପାଇଁ ସ୍ୱତନ୍ତ୍ର ବାସନକୁସନର ମଧ୍ୟ ବ୍ୟବସ୍ଥା ରଖାଯାଇଛି ।