ଯୁବକଙ୍କ ପେଟରେ ଭ୍ରୁଣ ! ଯାହାକୁ ଦେଖି ଡାକ୍ତର ମଧ୍ୟ ହୋଇ ଯାଇଥିଲେ ଚକିତ

64

କିଛି ଦିନ ତଳେ ଆମେ ଆପଣଙ୍କୁ କହିଥିଲୁ କି ଜଣେ ମହିଳା ଏକ ଛେଳି ଛୁଆକୁ ଜନ୍ମ ଦେଇଥିବା କଥା । ଏହାପରେ ପୁଣି ଏକ ବିସ୍ମୟକର ଘଟଣା ଶୁଣିବାକୁ ମିଳିଛି । ଜଣେ ୧୮ ବର୍ଷୀୟ ଯୁବକ ନରେନ୍ଦ୍ର କୁମାରଙ୍କ ପେଟରୁ ଏକ ଭ୍ରୁଣ ବାହାରିଛି । ଏହି ଯୁବକଙ୍କ ପେଟରେ ଯନ୍ତ୍ରଣା ହେବା କାରଣରୁ ତାଙ୍କୁ ଡାକ୍ତରଙ୍କ ନିକଟକୁ ନିଆଯାଇଥିଲା । ପରେ ଅପରେସନ ପରେ ପେଟରୁ ଯାହା ବାହାରିଥିଲା କେହି ବି ବିଶ୍ୱାସ କରିପାରିବେନି । ନରେନ୍ଦ୍ରଙ୍କ ପେଟରୁ ପାଖାପାଖି ୨.୫ କେଜିର ଏକ ବଡ ହାଡ ବାହରିଥିଲା । ଯେଉଁଥିରେ ଦାନ୍ତ ଏବଂ କେଶ ରହିଥିବା ଦେଖିବାକୁ ମିଳିଥିଲା ।

ଡାକ୍ତରଙ୍କ କହିବା କଥା ହେଲା, ନରେନ୍ଦ୍ରଙ୍କ ପେଟରେ ଏକ ସନ୍ତାନ ରହିଥିଲା । ଭ୍ରୁଣଟି ସଂପୂର୍ଣ୍ଣ ରୂପେ ବିକଶିତ ନ ହୋଇ ଏକ ପାରାସାଇଟର ରୂପ ଧାରଣ କରିଦେଇଥିଲା । ତେବେ ଏହି ଜୀବଟିର ଶରୀରରେ ନରେନ୍ଦ୍ରଙ୍କ ରକ୍ତ ସଂଚାଳନ ହେଉଥିଲା । ଆଉ ଏହାକୁ ନିରୀକ୍ଷି ଦେଖିଲେ ଏହା ଜଣାପଡୁଥିଲା କି ଏହାର ଛାତି, କିଛି ହାଡ ଏବଂ ମଣିଷ ଶରୀର ଭଳି କିଛି ଜିନିଷ ରହିଥିଲା । ତେବେ ଡାକ୍ତରମାନେ ଦୀର୍ଘ ୨ ଘଂଟା ଧରି ଏହାର ସର୍ଜରୀ କରିବା ପରେ ଏହାକୁ ନରେନ୍ଦ୍ରଙ୍କ ପେଟରୁ ବାହାରକୁ ବାହାର କରିଥିଲେ ।