ସାବଧାନ ! ମୋବାଇଲରୁ ମୋବାଇଲ ଘୂରି ବୁଲିଛି ଏକ ସନ୍ଧିଗ୍ଧ ମେସେଜ, କ୍ଲିକ୍ କରିବା କ୍ଷଣି ଚୋରି ହୋଇଯିବ ଆପଣଙ୍କର ସମସ୍ତ ତଥ୍ୟ

50

ଆଧାର କାର୍ଡ ବିନା ଏବେ ସବୁ ଅଚଳ ହୋଇପଡିଛି । ରାସନଠାରୁ ଆରମ୍ଭ କରି ଏବେ ମୋବାଇଲ ନମ୍ବର ପର୍ଯ୍ୟନ୍ତ ଆଧାର ବିନା ବର୍ତ୍ତମାନ ଅଚଳ ହେବାକୁ ବସିଛି । ଯାହାକୁ ନେଇ ବିଭିନ୍ନ ପ୍ରକାରର ଖବର ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେବେ ଏସବୁ ମଧ୍ୟରେ ଏକ ମେସେଜ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଏସଏମଏସ୍ ଜରିଆରେ ନିଜର ଏଲଆଇସି ପଲିସିକୁ ଆଧାର ସହ ଲିଙ୍କ କରିବାକୁ ଲୋକଙ୍କୁ କୁହାଯାଇଛି । ହେଲେ ଏଲଆଇସି ପକ୍ଷରୁ ସ୍ପଷ୍ଟ କରାଯାଇଛି କି, କଂପାନୀ ପକ୍ଷରୁ ଏଭଳି କୌଣସି ବି ମେସେଜ ଦିଆଯାଇନାହିଁ । ତେଣୁ ଏଭଳି ପରିସ୍ଥିତିରେ ଯଦି ଆପଣଙ୍କ ନିକଟକୁ ବି ଏପରି କୌଣସି ମେସେଜ ଆସୁଛି ତେବେ ଆପଣଙ୍କୁ ସତର୍କ ହୋଇଯିବା ଉଚିତ । ଏଥିସହିତ ନିମ୍ନରେ ଦିଆଯାଇଥିବା ଦିଗପ୍ରତି ବି ଗୁରୁତ୍ୱ ଦେବା ନିହାତି ଆବଶ୍ୟକ ।

ବ୍ୟକ୍ତିଗତ ତଥ୍ୟ ସେୟାର କରନ୍ତୁ ନାହିଁ ସେୟାର

ଏହି ମେସେଜରେ ପଲିସି ହୋଲ୍ଡରଙ୍କର ବ୍ୟକ୍ତିଗତ ତଥ୍ୟ ମଗାଯାଇଥାଏ । ତେଣୁ ଏଭଳି କୌଣସି ବି ମେସେଜର ପ୍ରରୋଚନାରେ ନ ଆସିବାକୁ କଂପାନୀ ତରଫରୁ ସତର୍କ କରାଯାଇଛି । ଏଥିସହିତ ନିଜର କୌଣସି ବ୍ୟକ୍ତିଗତ ତଥ୍ୟ ନଦେବାକୁ ବି କଂପାନୀ ସତର୍କ କରିଛି । ଖାଲି ସେତିକି ନୁହେଁ ଏସଂପର୍କରେ ବି ପଲିସି ହୋଲ୍ଡର କଂପାନୀର ସହାୟତା ଲୋଡି ପାରିବେ । ଏଠାରେ ଆମେ କହି ରଖୁଛୁ କି, ଏଲଆଇସି ତରଫରୁ ମେସେଜ ଜରିଆରେ ଆଧାର ଲିଙ୍କ କରିବାର କୌଣସି ବି ସୂଚନା ଦିଆଯାଇନାହିଁ ।

ପଲିସି ନେବା ପାଇଁ ଆଧାର ନମ୍ବର ଦେବା ଜରୁରୀ ଅଟେ

ଯଦି କୌଣସି ବ୍ୟକ୍ତି ନୂଆ କୌଣସି ପଲିସି ନେଉଛନ୍ତି ତେବେ ଧ୍ୟାନ ରଖିବେ କି ତାଙ୍କୁ ଆଧାର ନମ୍ବର ଦେବା ବାଧ୍ୟତାମୂଳକ । ଯାହାକୁ ପ୍ରିଭେନସନ ଅଫ ମନି ଲଣ୍ଡରିଂ ସେକେଣ୍ଡ ଆମେଣ୍ଡମେଂଟ ୨୦୧୭ ଆଧାରରେ ବାଧ୍ୟତାମୂଳକ କରାଯାଇଛି । ଆପଣଙ୍କୁ କହିରଖୁଛୁ କି, ଆରବିଆଇ ଆଧାରକୁ ବ୍ୟାଙ୍କ ଆକାଉଂଟ ସହିତ ଲିଙ୍କ କରିବାକୁ ବାଧ୍ୟତାମୂଲକ ବୋଲି ଘୋଷଣା କରିଥିଲା । ଯାହାପରଠୁ ଆଇଆରଡିଓଆଇ ତଥା ଇନସ୍ୟୁରାନ୍ସ ରେଗ୍ୟୁଲେଟରୀ ଆଣ୍ଡ ଡେଭଲପମେଂଟ ଅଥରିଟି ଅଫ ଇଣ୍ଡିଆ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

ୱେବସାଇଟକୁ ଯାଇ ଲିଙ୍କ କରିପାରିବେ ଆଧାର

ପଲିସିକୁ ଆଧାର ସହ ଲିଙ୍କ କରିବା ପରେ ହୋଲ୍ଡର୍ସଙ୍କୁ ନିଜର କଂପାନୀର ୱେବସାଇଟକୁ ଯାଇ କରିବାକୁ ପଡିବ । ଯେଉଁଠାରୁ ସେମାନେ ଆଧାରକୁ ଲିଙ୍କ କରିପାରିବେ । ଏଥିପାଇଁ ପଲିସି ନମ୍ବର, ଡେଟ ଅଫ ବାର୍ଥ, ପାନ, ଇମେଲ ଆଇଡି ଏବଂ ମୋବାଇଲ ନମ୍ବର ସହିତ ଆଧାର ନମ୍ବରର ଆବଶ୍ୟକତା ପଡିବ । ଏସମସ୍ତ ତଥ୍ୟକୁ ଏଂଟର କରିବା ପରେ ଓଟିପି ଜରିଆରେ ଭେରିଫାଏ କରିପାରିବେ । ଏହି ଓଟିପି ୟୁଜରଙ୍କ ଆଧାର ରେଜିଷ୍ଟର୍ଡ ନମ୍ବରକୁ ଆସିବ । ୟୁଜର୍ସ ଇନସ୍ୟୁରାନ୍ସ କଂପାନୀର ବ୍ରାଂଚକୁ ଯାଇ ବି ଆଧାରକୁ ପଲିସି ସହିତ ଲିଙ୍କ କରିପାରିବେ ।