ଏଣିକି ଲେମ୍ବୁରେ ବି କରିପାରିବେ ମୋବାଇଲ୍ ଚାର୍ଜ ! ଦେଖନ୍ତୁ ଏହି ଭିଡିଓ

57

ଅଧିକାଂଶ ସ୍ମାର୍ଟଫୋନରେ ବ୍ୟାଟେରୀ ବ୍ୟାକ୍ ଅପକୁ ନେଇ ବିଭିନ୍ନ ସମସ୍ୟାମାନ ଦେଖିବାକୁ ମିଳିଥାଏ । ବେଳେ ବେଳେ ତ ମୋବାଇଲ୍ ଚାର୍ଜକୁ ନେଇ ମଧ୍ୟ ଲୋକମାନଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । କିନ୍ତୁ ଏଣିକି ଆପଣଙ୍କୁ ଆଉ ଏହି ଅସୁବିଧାର ସାମ୍ନା କରିବାକୁ ପଡିବନାହିଁ । କାରଣ ଆଜି ଆମେ ଆପଣଙ୍କୁ ଯେଉଁ ଟେକନିକ୍ ବିଷୟରେ ଜଣାଇବାକୁ ଯାଉଛୁ, ଯଦି ଆପଣ ତାହାକୁ ପ୍ରୟୋଗ କରନ୍ତି ତେବେ ଆପଣଙ୍କର ଏହି ସମସ୍ୟାଟି କିଛି ମାତ୍ରାରେ ଦୁର ହୋଇପାରିବ । ତେବେ ଆସନ୍ତୁ ଜାଣିବା ।

ଏହାସହ ମଧ୍ୟ ପଢନ୍ତୁ-କିପରି ଜାଣିବେ ଆପଣଙ୍କ ମୋବାଇଲରେ ଭାଇରସ୍ ଅଛି କି ନାହିଁ ? ଜାଣନ୍ତୁ ଏହାର ଲକ୍ଷଣ ଓ ନିରାକରଣ

ଲେମ୍ବୁ ସାହାର୍ଯ୍ୟରେ ମଧ୍ୟ ଆପଣ ଆପଣଙ୍କ ମୋବାଇଲ ଫୋନକୁ ଚାର୍ଜ କରିପାରିବେ । ତେବେ କଥାଟା ଅଡୁଆ ଲାଗୁଥିଲେ ମଧ୍ୟ ଏହା ସତ୍ୟ ଅଟେ । ସୂଚନା ମୁତାବକ, ଏକ ପ୍ରମୁଖ ଟେକନିକ୍ ସାଇଟ୍ ଇଂଟନନେଟରେ ଏକ ଭିଡିଓ ଜାରି କରିଛି, ଯେଉଁଥିରେ କୁହାଯାଇଛି କି ଲେମ୍ବୁ ମାଧ୍ୟମରେ ମଧ୍ୟ ଆପଣ ଆପଣଙ୍କ ଫୋନକୁ ଚାର୍ଜ କରିପାରିବେ ।

ତେବେ ଭିଡିଓରେ ଏକ ଗୋଟା ଲେମ୍ବୁକୁ ଦୁଇ ଭାଗରେ କଟା ଯାଇଛି । ଏହାପରେ ଚାର୍ଜର ଦୁଇ ପିନକୁ କଟା ହୋଇଥିବା ଦୁଇ ଫାଳ ଲେମ୍ବୁରେ ଅଲଗା ଅଲଗା କରି ପ୍ଲଗ ଭଳି ଯୋଡା ଯାଇଛି । ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ଏହି ପ୍ରକ୍ରିୟା କରିବା ପରେ ଫୋନଟି ଆପଣା ଛାଏଁ ଚାର୍ଜ ହେବାରେ ଲାଗିଥିଲା । ଦେଖନ୍ତୁ ଏହି ଭିଡିଓ-