ବିନା ନମ୍ବର ସେୟାର କରି ବି ହ୍ୱାଟସଆପରେ କରିପାରିବେ ଚାର୍ଟିଂ ! ଜାଣନ୍ତୁ କିପରି ?

43

ବିଶ୍ୱର ସବୁଠାରୁ ଲୋକପ୍ରିୟ ମେସେଜିଂ ଆପ୍ ହ୍ୱାର୍ଟସଆପର ଚାହିଦା ଏବେ ଦିନକୁ ଦିନ ବଢିବାରେ ଲାଗିଛି । ତେବେ ହ୍ୱାର୍ଟସଆପର ବ୍ୟବହାର ମେସେଜିଂ ପାଇଁ କରାଯାଏ, ଏଥିସହିତ ମଧ୍ୟ ଏହାକୁ ଫଟୋ ଓ ବିଭିନ୍ନ ଡକ୍ୟୁମେଂଟ୍ ସେୟାରିଂ, ଭିଡିଓ କଲିଂ ଇତ୍ୟାଦି ପାଇଁ ମଧ୍ୟ ବ୍ୟବହାର କରାଯାଇଥାଏ । ଏହାବ୍ୟତୀତ ଆଜି ଆମେ ଆପଣଙ୍କୁ ଏକ ଏଭଳି ଉପାୟ ସଂପର୍କରେ ଜଣାଇବୁ ଯାହାଦ୍ୱାରା ଆପଣ ବିନା କୌଣସି ନମ୍ବରରେ ହ୍ୱାର୍ଟସଆପ୍ ବ୍ୟବହାର କରିପାରିବେ । ଆଜ୍ଞା ହଁ ! ବିନା କୌଣସି ନମ୍ବରରେ । ତେବେ କିପରି ଆସନ୍ତୁ ଜାଣିବା ।

• ସର୍ବ ପ୍ରଥମେ ଆପଣଙ୍କୁ ଗୁଗଲ ପ୍ଲେ ଷ୍ଟୋରକୁ ଯାଇ ‘ପ୍ରାଇମୋ ଆପ’କୁ ଇନଷ୍ଟଲ କରିବାକୁ ହେବ ।

• ଏହାପରେ ଏହି ଆପରେ ଏକ ଆକାଉଂଟ ଖୋଲି ସାଇନ ଅପ ପାଇଁ ଆପଣଙ୍କୁ ଆପଣଙ୍କର ମୋବାଇଲ ନମ୍ବର ଏଂଟର କରିବାକୁ ହେବ ।

• ଏହାପରେ ଆପଣଙ୍କୁ ଏଠାରେ ୬ଟି ଅଙ୍କ ବିଶିଷ୍ଟ ଏକ ଭେରିଭିକେସନ କୋଡ ମିଳିବ । ଯାହା ଜରିଆରେ ଆପଣ ଆପଣଙ୍କର ମୋବାଇଲ ନମ୍ବରକୁ ଭେରିଫାଏ କରିପାରିବେ ।

• ଭେରିଫିକେସନ ପରେ ଆପଣଙ୍କୁ କିଛି ସୂଚନା ସହିତ ନିଜ ନାଁ, ୟୁଜର ନେମ, ଏବଂ ପାସୱାର୍ଡ ଦେବାକୁ ହେବ ।

• ସାଇନ ଇନ କରିବା ପରେ ଇ-ମେଲ ଆଇଡି ଭେରିଫିକେସନ ପାଇଁ ଆପଣଙ୍କର ଇମେଲରେ ଏକ ମେଲ ଆସିବ ।

• ତେବେ ସାଇନ ଇନ କରିବା ପରେ ଆପଣଙ୍କର ପ୍ରୋଫାଇଲକୁ ଯାଇ ଏଠାରେ ‘ପ୍ରାଇମୋ ୟୁଏସ ଫୋନ ନମ୍ବର’ ଅପସନ ଉପରେ କ୍ଲିକ କରିବାକୁ ହେବ ।

• ଏହାପରେ ଆପଣଙ୍କୁ ଏଠାରେ ଦୁଇଟି ଅପସନ ନଜର ଆସିବ, ଯଥା ପ୍ୟାକେଜ କିଣିବା ଏବଂ ମାଗଣା ଟ୍ରାଏଲ ଅପସନ । ଫ୍ରି ଟ୍ରାଏଲ ଅପସନ ଉପରେ କ୍ଲିକ୍ କରିବାକୁ ହେବ ।

• ଏହି ପ୍ରକ୍ରିୟା ସଂପୂର୍ଣ୍ଣ ହେବା ପରେ ଆପଣଙ୍କୁ ଏକ ୟୁଏସ ନମ୍ବର ମିଳିବ ।

• ଏହି ୟୁଏସ ନମ୍ବରରୁ ହ୍ୱାଟସଆପରେ ଆପଣ ଏକ ନୂଆ ଆକାଉଂଟ ଖୋଲି ପାରିବେ । ଆକାଉଂଟ ଭେରିଫିକେସନ ପାଇଁ ‘କଲ ମି’ ଅପସନରେ କ୍ଲିକ କରିବାକୁ ହେବ ।

• କଲ ଜରିଆରେ ଆପଣଙ୍କୁ ଏକ ନୂଆ କୋଡ ମିଳିବ । କୋଡକୁ ଏଂଟର କରି ନିଜର ଆକାଉଂଟ ଭେରିଫାଏ କରିବାକୁ ହେବ । ଏବେ ଆପଣ କୌଣସି ବି ନୂଆ ନମ୍ବରରୁ ନିଜର ଆକାଉଂଟ ଖୋଲିପାରିବେ । ଆପଣଙ୍କର ନମ୍ବରକୁ ଏବେ ହ୍ୱାଟସଆପରେ କେହି ବି ଦେଖି ପାରିବେ ନାହିଁ ।