ଏକ ହୃଦୟ ବିଦାରକ କାହାଣୀ! ମାଲିକର ମୃତ୍ୟୁରେ ଭାବବିହ୍ୱଳ ହେଲା ଘୋଡା

70

ସାଧାରଣତଃ ଆମେ ଯେତେବେଳେ କୌଣସି ପଶୁକୁୁ ଆଣି ଘରେ ପାଳିଥାଉ ତା’ପ୍ରତି ଆମ ଭଲ ପାଇବା ବଢିଯାଇଥାଏ । ଆଉ ତାକୁ ଆମେ ଆମ ପରିବାରର ଜଣେ ସଦସ୍ୟ ନଜରରେ ଦେଖିଥାଉ । କିନ୍ତୁ ଆଜି ଆମେ ଆପଣଙ୍କୁ ଏଭଳି ଏକ ଦୁଃଖପୂର୍ଣ୍ଣ ଘଟଣା ସଂପର୍କରେ କହିବୁ ଯାହାକୁ ଶୁଣିଲେ ଆପଣ ମଧ୍ୟ ହୋଇଯିବେ ଭାବ ବିହ୍ୱଳ । ଏକ ଘୋଡା ନିଜ ମାଲିକର ମୃତଦେହ ଉପରେ ମୁଣ୍ଡ ରଖି ତାଙ୍କ ଉଠାଇବାକୁ ବାରମ୍ବାର ଚେଷ୍ଟା କରୁଛି ଆଉ ଏହି ଦୃଶ୍ୟ ଏପରି ହୃଦୟ ବିଦାରକ ଥିଲା ସେଠାରେ ଉପସ୍ଥିତ ଲୋକଙ୍କୁ ମଧ୍ୟ କାନ୍ଦିବାକୁ ବାଧ୍ୟ କରି ଦେଇଥିଲା ।

ଏହି ଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ବ୍ରାଜିଲରେ । ନିକଟରେ ବାଗନର ଡେ ଲୀମା ନାମକ ଜଣେ ଜଣେ ୩୪ ବର୍ଷୀୟ ଯୁବକଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା । ଯେତେବେଳେ ବାଗନରଙ୍କ ମୃତଦେହକୁ ତାଙ୍କ ଆତ୍ମୀୟ ପରିଜନମାନେ ଅନ୍ତିମ ସଂସ୍କାର ନିମନ୍ତେ ନେବାକୁ ବସିଥିଲେ ଠିକ୍ ସେହି ସମୟରେ ତାଙ୍କ ସେରେନୋ ନାମକ ପ୍ରିୟ ଘୋଡା ସେଠାରେ ଆସି ପହଂଚି ଥିଲା । ବାଗନରଙ୍କ ଶବ ଉପରେ ମୁଣ୍ଡ ରଖି ତାଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲା ସତରେ ଏହି ଦୃଶ୍ୟଟିକୁ ଯିଏ ବି ଦେଖିଥିଲେ ତା ଆଖି ଛଳ ଛଳ ହୋଇଯାଇଥିଲା । ସେ ମଧ୍ୟ କାନ୍ଦିବାକୁ ବାଧ୍ୟ ହେଉଥିଲେ କାରଣ ଏହି ଦୃଶ୍ୟଟି ଥିଲା ଅତ୍ୟନ୍ତ ଦୁଃଖ ଦାୟକ ।

ବାଗନରଙ୍କ ଜଣେ ବନ୍ଧୁ କହିଥିଲେ, ଯେଉଣଭଳି ଭାବରେ ଘୋଡାଟି ନିଜ ମାଲିକ ପାଇଁ ସଂବେଦନା ବ୍ୟକ୍ତ କରିଥିଲା ତାହା ଅତ୍ୟନ୍ତ ଭାବବିହ୍ୱଳ ମୁହୂର୍ତ୍ତ ଥିଲା । ଯାହାକୁ ଦେଖି ବାଗନରଙ୍କ ପରିବାର ଲୋକଙ୍କ ସମେତ ସେଠାରେ ଉପସ୍ଥିତ ସମସ୍ତ ଲୋକ ନିଜ ଲୁହକୁ ଅଟକାଇ ପାରି ନଥିଲା ।

ଏହା ସହ ଦେଖନ୍ତୁ ଏହି ଭିଡିଓ-