ଅପରେସନ୍ ରାମଶିଆଳ ! ଜଙ୍ଗଲୀ ଜନ୍ତୁଙ୍କୁ ଧରିବାକୁ ସାମିଲ ହେଲେ ୧୦ ଅଫିସରଙ୍କ ସହ ୧୮ ଯବାନ

27

କନକ ବ୍ୟୁରୋ : ନିଆଳିରେ ଉଡିଲା ଡ୍ରୋନ୍ କ୍ୟାମେରା । କିଛିଦିନ ହେଲା ନିଆଳି ଅଂଚଳରେ ମେଣ୍ଢା ଶିକାର କରୁଥିବା ଅଜଣା ଜନ୍ତୁକୁ ଠାବ କରିବା ଲାଗି ଶିମିଳିପାଳରୁ ପହଂଚିଛନ୍ତି ୧୮ ଜଣିଆ ବିଶେଷଜ୍ଞ ଦଳ । ଏବଂ ଏହି ଦଳ ଡ୍ରୋନ୍ କ୍ୟାମେରା ଜରିଆରେ ପୁରା ଅଂଚଳର ଅନୁଧ୍ୟାନ କରିଛନ୍ତି । ପ୍ରଥମ ଦିନରେ କେଉଁ ଅଂଚଳରେ ଅଧିକ ଜଙ୍ଗଲ ରହିଛି, ସେନେଇ ଡ୍ରୋନ୍ କ୍ୟାମେରା ଜରିଆରେ ତଥ୍ୟ ଏକାଠି କରାଯାଇଛି ।

ବାରିପଦା ଡିଏଫଓଙ୍କ ନେତୃତ୍ୱରେ ଆସିଥିବା ବିଶେଷଜ୍ଞ ଦଳରେ ୨ଜଣ ରେଞ୍ଜର, ୨ଜଣ ଫେରଷ୍ଟର, ଟ୍ରାଙ୍କୁଲାଇଜର ଏକ୍ସପର୍ଟ, ଡ୍ରୋନ ଉଡାଇପାରୁଥିବା ବିଶେଷଜ୍ଞ ଓ ଜାଲ ପକାଇ ଜନ୍ତୁ ଧରିପାରୁଥିବା ସ୍ୱତନ୍ତ୍ର ଗାର୍ଡ । ଏଥିସହ ସାଙ୍ଗରେ ୫୦ଟି ଅଟୋମେଟିକ କ୍ୟାମେରା ମଧ୍ୟ ଆଣିଛନ୍ତି ଏହି ଦଳ । ଏଗୁଡିକୁ ନିଆଳିର ବିଭିନ୍ନ ସ୍ଥାନରେ ଗଛଗୁଡିକରେ ଖଞ୍ଜା ଯାଉଛି । ରାତିରେ ମଧ୍ୟ ସ୍ପଷ୍ଟ ଚିତ୍ର ଉତୋଳନ କରିପାରୁଥିବା ଏହି କ୍ୟାମେରା ଜରିଆରେ ଜଙ୍ଗଲି ଜନ୍ତୁର ଗତିବିଧି ଲକ୍ଷ୍ୟ କରାଯିବ । ଏବଂ ପରେ ତାକୁ କାବୁ କରିବା ପାଇଁ ସ୍ଥାନୀୟ ବନ କର୍ମଚାରୀଙ୍କ ସହାୟତାରେ ଆରମ୍ଭ ହେବ ଅପରେସନ୍ ।