ସଙ୍କଟରେ ଜିଓ ! ୧୮ ଅଗଷ୍ଟ ପରେ ବନ୍ଦ ହୋଇପାରେ କଂପାନୀର ସମସ୍ତ ମାଗଣା ସେବା

80

ଟେଲିକମ୍ ଜଗତରେ ଚହଳ ସୃଷ୍ଟି କରିଥିବା ରିଲାଏନ୍ସ ଜିଓ ଏବେ ବିପଦରେ । ନିଜର ମାଗଣା ସେବାଗୁଡିକ ହିଁ ଜିଓକୁ ମହଙ୍ଗା ପଡିଛି । ଜାତୀୟ ଗଣମାଧ୍ୟମ ଏବିପି ନ୍ୟୁଜରେ ପ୍ରକାଶିତ ଖବର ମୁତାବକ, ରିଲାଏନ୍ସ ଜିଓକୁ ତା’ର ମାଗଣା ସେବା ଯୋଗୁଁ ଅସୁବିଧାର ସାମ୍ନା କରିବାକୁ ପଡିଛି । ରିଲାଏନ୍ସ ଜିଓ ବିରୋଧରେ ଏୟାରଟେଲ୍ ଏବଂ ଆଇଡିଆ କଂପାନୀ ପକ୍ଷରୁ ଦାଏର ହୋଇଥିବା ଅଭିଯୋଗ ଉପରେ ୧୮ ଅଗଷ୍ଟକୁ ଶୁଣାଣୀ ହେବାକୁ ଯାଉଛି ।

ଯଦି ନିଷ୍ପତ୍ତି ଜିଓ ବିରୋଧରେ ଆସେ ତେବେ ଏଥିରେ ଜିଓର ସମସ୍ତ ମାଗଣା ସେବାଗୁଡିକ ବନ୍ଦ ହୋଇଯିବା ସହ କଂପାନୀର ଅନ୍ୟାନ୍ୟ ଅଫରଗୁଡିକ ପାଇଁ ମଧ୍ୟ ଏହା ଏକ ବଡ ଝଟକା ଲାଗିପାରେ । ରିଲାଏନ୍ସ ଜିଓ ନିକଟରେ ଜିଓ ୪ଜି ଫିଚର୍ ଫୋନ୍ ଲଂଚ କରିଛି ଯାହାକି କଂପାନୀ ଜିରୋ ଇଫେକ୍ଟିଭ୍ ଚାର୍ଜରେ ଉପଲବ୍ଧ କରିବ ।

ଦୂରସଂଚାର ନ୍ୟାୟାଧିକରଣ ତଥା ଦ ଟ୍ରିବ୍ୟୁନାଲ୍ ଟେଲିକମ୍ୟୁନିକେସନ କଂପାନୀ ରିଲାଏନ୍ସ ଜିଓର ଏହି ନିଶୁଳ୍କ ସେବା ଭେଟିଦେବା ମାମଲା ଉପରେ ୧୮ ଅଗଷ୍ଟକୁ ଶୁଣାଣୀ କରିବାକୁ ଯାଉଛନ୍ତି । ତେବେ ଏୟାରଟେଲ୍ ଏବଂ ଆଇଡିଆ ଜିଓର ଜବାବ ଉପରେ ନିଜର ପ୍ରତିକ୍ରିୟା ଦେବା ପାଇଁ ସମୟ ମାଗିଥିଲେ । ଯେଉଁ ମାମଲାର ଶୁଣାଣୀ ଏବେ ୧୮ ଅଗଷ୍ଟରେ ହେବାକୁ ଯାଉଛି ।
ଏଠାରେ ଆମେ କହି ରଖୁଛୁ, ନିଜର ଅଫରଗୁଡିକୁ ଲଂଚ କରିବା ସହିତ ଜିଓ ଏଥିପାଇଁ ୯୦ ଦିନରୁ ଅଧିକ ମାଗଣା ସେବା ଭେଟି ଦେଇଥିଲା । କଂପାନୀ ୱେଲକମ୍ ଅଫର ଏବଂ ହାପି ନ୍ୟୁ ଇୟର ଅଫର ନାଁରେ ୯୦-୯୦ ଦିନ ପାଇଁ ଦୁଇ ଥର ମାଗଣା ଅଫର ଭେଟି ଦେଇଥିଲା ।

ଏଥିପାଇଁ ଟ୍ରାଇ ପକ୍ଷରୁ ମଧ୍ୟ ଜିଓକୁ ଅନୁମତି ମିଳିଥିଲା । ଆପଣଙ୍କୁ କହିରଖୁଛୁ କି, ଦୂରସଂଚାରର ନିୟମ ଅନୁସାରେ ଟେଲିକମ୍ କଂପାନୀର କୋଣସି ବି ଅଫରକୁ ୯୦ ଦିନରୁ ଅଧିକ ତଥା ପ୍ରମୋସନାଲ ଅଫରକୁ ଅନୁମତି ଦିଆଯାଇନଥାଏ । ଆଉ ଯଦି ଜିଓ ବିରୋଧରେ ନିଷ୍ପତ୍ତ ଆସେ ତେବେ ଜିଓର ସମସ୍ତ ମାଗଣା ସେବା ଓ ଅପକମିଂ ଜିଓ ଫୋନକୁ ଏକ ବଡ ଝଟକା ଲାଗିପାରେ ।