ବେସରକାରୀ ଚାକିରିଆଙ୍କୁ ମୋଦି ଦେଲେ ବଡ ଉପହାର ! ଚାକିରି ଛାଡିଲେ କିମ୍ବା ଅବସର ନେଲେ ମିଳିବ ୨୦ ଲକ୍ଷ ଟଙ୍କାର ପେନସନ

64

ବେସରକାରୀ ତଥା ଘରୋଇ ସଂସ୍ଥା ବା କଂପାନୀମାନଙ୍କରେ କାମ କରୁଥିବା କର୍ମଚାରୀମାନଙ୍କର କରମୁକ୍ତ ଗ୍ରାଚ୍ୟୁଟି ଏବେ ୧୦ ଲକ୍ଷରୁ ବୃଦ୍ଧି ପାଇଁ ୨୦ ଲକ୍ଷ ଟଙ୍କାରେ ପହଂଚିଛି । ଏଥିସହିତ ହିଁ ମାତୃତ୍ୱ ଅବକାଶର ଅବଧିକୁ ମଧ୍ୟ ଏବେ ୧୨ ସପ୍ତାହରୁ ୨୬ ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧିକରି ଦିଆଯାଇଛି । ସୂଚନା ଅନୁସାରେ, ଏସଂପର୍କରେ ଗତକାଲି ଦୁଇ ଜଣ ବିଧାୟକ ଲୋକସଭାର ବିବୃତି ରଖିବା ପରେ ଏହା ସର୍ବସମ୍ମତରେ ପାରିତ ହୋଇଛି । ଏବେ ଖାଲି ଏହାକୁ ମଂଜୁରୀ ପାଇଁ ରାଜ୍ୟସଭାକୁ ପଠାଯିବ ।

ଗ୍ରାଚ୍ୟୁଟି ସଂଶୋଧନ ବିଲ ଲୋକସଭାରେ ପାରିତ

ତଳ ସଂସଦରେ ବହୁ ହଟ୍ଟଗୋଳ ମଧ୍ୟରେ ଗ୍ରାଚ୍ୟୁଟି (ସଂଶୋଧନ) ବିଧେୟକ ଏବଂ ମାତୃତ୍ୱ ଲାଭ (ସଂଶୋଧନ) ବିଧେୟକ-୨୦୧୭ ପାରିତ ହେବା ଅବସରରେ କଂଗ୍ରେସ ଏବଂ ବାମଦଳ ମଧ୍ୟ କଡା ବିରୋଧ କରିଥିଲେ । ଶ୍ରମମନ୍ତ୍ରୀ ସନ୍ତୋଷ ଗାଙ୍ଗୱାରଙ୍କୁ କହିବାନୁସାରେ, ସପ୍ତମ ବେତନ ଆୟୋଗର ସୁପାରିସ ଲାଗୁ ହେବା ଏବଂ ବଡ ସଂଖ୍ୟାରେ ଲୋକଙ୍କୁ ବ୍ୟକ୍ତିଗତ ତଥା ଘରୋଇ କ୍ଷେତ୍ରରେ କାମକରିବା କାରଣରୁ ଏହି ଆସନ୍ନ ବିଲ ଆସିବା ନିହାତି ଜରୁରୀ ଅଟେ । ସେ ଆହୁରୀ ମଧ୍ୟ କହିଛନ୍ତି କି, ମାତୃତ୍ୱ ଲାଭ ଅଧିନିୟମ ଅନୁସାରେ ମହିଳାଙ୍କୁ ମାତ୍ର ୧୨ ସପ୍ତାହ ଛୁଟି ମିଳିବାର ନିୟମ ରହିଥିଲା । ଯାହାକୁ ବର୍ତ୍ତମାନ ୨୬ ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

ଏବେ ୧୨ ପରିବର୍ତ୍ତେ ୨୬ ସପ୍ତାହ ହେବ ମାତୃତ୍ୱ ଅବକାଶ

ବର୍ତ୍ତମାନ ଔପଚାରିକ କ୍ଷେତ୍ରରେ ପାଂଚ କିମ୍ବା ଏହାଠାରୁ ଅଧିକ ବର୍ଷ ପର୍ଯ୍ୟନ୍ତ କରୁଥିବା କର୍ମଚାରୀଙ୍କୁ ଚାକିରି ଛାଡିବା କିମ୍ବା ଅବସର ନେବା ପରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କରମୁକ୍ତ ଗ୍ରାଚ୍ୟୁଟି ପ୍ରଦାନ କରିଯିବା ନେଇ ବ୍ୟବସ୍ଥା ରହିଥିଲା । ଯାହାକୁ ବଢାଇ ଦିଆଯାଇ ୨୦ ଲକ୍ଷ ଟଙ୍କା କରାଯାଇଛି । ତେବେ ଏହାର ଲାଭ ବିଭିନ୍ନ କାରଖାନ, ଖନନ, ତୈଳ କ୍ଷେତ୍ର, ରେଲୱେ କଂପାନୀ, ଦୋକାନୀ କିମ୍ବା ଅନ୍ୟ କୌଣସି ଘରୋଇ ପ୍ରତିଷ୍ଠାନମାନଙ୍କର କାମ କରୁଥିବା କର୍ମଚାରୀମାନଙ୍କୁ ମିଳିବ ।