ଭଗବାନଙ୍କୁ ମଧ୍ୟ ଦେବାକୁ ପଡିବ ଜମି କର ! ଜାରି ହେଲା ନୋଟିସ

39

ଏଣିକି ଭଗବାନଙ୍କୁ ମଧ୍ୟ ଦେବାକୁ ପଡିବ ଜମି କର । କଥାଟା ଶୁଣିଲେ ଆପଣଙ୍କୁ ଟିକେ ଅଡୁଆ ଲାଗୁଥିବ ନିଶ୍ଚୟ ମାତ୍ର ଏଭଳି ଘଟଣା ବାସ୍ତବରେ ଦେଖିବାକୁ ମିଳିଛି ହରିୟାଣାର ଫତେହାବାଦ ଅଂଚଳରେ । ତେବେ ଆସନ୍ତୁ ଜାଣିବା ଏହାର ପ୍ରକୃତ ଘଟଣା ।

ସୂଚନାଯୋଗ୍ୟ ଯେ, ହରିୟାଣାର ଫତେହାବାଦରେ ଥିବା ବିଭିନ୍ନ ଦେବାଦେବୀଙ୍କ ମନ୍ଦିର ଥିବା ସ୍ଥାନର ଜମି କର ବା ପ୍ରୋପର୍ଟି ଟ୍ୟାକ୍ସ ଦେବାପାଇଁ ନିୟମ ଜାରି କରାଯାଇଛି । ଆଶ୍ଚର୍ଯ୍ୟଜନକ କଥା ହେଲା କି ଏହି ଜମି କର ବା ପ୍ରୋପର୍ଟି ଟ୍ୟାକ୍ସ ଭରଣ ପାଇଁ ଯାହା ସବୁ ନୋଟିସ ତଥା ବିଲ ପଠାଯାଇଛି । ସେ ସମସ୍ତ ନୋଟିସରେ ସହରର ବିଭିନ୍ନ ଦେବୀଦେବତାଙ୍କ ନାଁ ଏବଂ ତାଙ୍କର ମନ୍ଦିର ଥିବା ଜମିର ନାମ ଉଲ୍ଲେଖ କରାଯାଇଛି । ତେବେ ନଗରପରିଷଦର ଏଭଳି କାରନାମାର ଚର୍ଚ୍ଚା ସାରା ସହରରେ ଜୋର ଧରିବା ସହ କିଛି ଲୋକ ଏକଥା ଶୁଣି ବିସ୍ମୟ ମଧ୍ୟ ହୋଇଛନ୍ତି । ସବୁଠାରୁ ବଡ କଥା ହେଲା, ଏହି ଜମି କରର ବିଲ ସର୍ବନିମ୍ନ ୧ ହଜାରରୁ ଆରମ୍ଭ ହୋଇ ଲକ୍ଷେ ଟଙ୍କା ଯାଏଁ ବୃଦ୍ଧି ପାଇଛି ।

ତେବେ ସହରର ବିଭିନ୍ନ ସାଧୁ ସନ୍ଥଙ୍କ ଆଶ୍ରମ ମନ୍ଦିରମାନଙ୍କୁ ୨ ଲକ୍ଷ ୭୭ ହଜାର ଟଙ୍କା ଜମି କର ଦେବାପାଇଁ ବିଲ ପଠାଯାଇଥିବାବେଳେ ଦେବୀ ଦୁର୍ଗାଙ୍କୁ ତାଙ୍କ ମନ୍ଦିର ପାଇଁ ୧ ଲକ୍ଷ ଟଙ୍କା ୧୦ ହଜାର ଟଙ୍କା ଟିକସ ଦେବାକୁ ପଡିବ ବୋଲି ନୋଟିସ ପଠାଯାଇଛି । ଏହାଛଡା, ସହରରେ ଥିବା ବାବା ରାମଦେବଙ୍କୁ ମଧ୍ୟ ତାଙ୍କ ମନ୍ଦିର ହୋଇଥିବା ଜମି ପାଇଁ ପାଖାପାଖି ୧୪ ହଜାର ୪୬୬ଟଙ୍କାର ବିଲ ପଠାଯାଇଛି । କେବଳ ଏତିକି ନୁହେଁ, ନଗର ପରିଷଦ ମଧ୍ୟ ବଳକା ରାମଶାନ ଭୂମିସଭାସ୍ଥଳୀଠାରୁ ମଧ୍ୟ ଏହି କର ଦେବାକୁ ଦାବୀ କରିବା ସହ ବିଲ ମଧ୍ୟ ପଠାଇଛନ୍ତି ।

ଅନ୍ୟପଟେ, ଏହି ନୋଟିସକୁ ବିଭିନ୍ନ ମନ୍ଦିରଗୁଡିକର ରକ୍ଷକ ତଥା ପଦାଧିକାରୀମାନେ ବିରୋଧ କରିଛନ୍ତି । କାରଣ ଏଭଳି ନୋଟିସ ସେ କେବେ କେଉଁଠି ଶୁଣି ନଥିଲେ କି ଜାଣି ମଧ୍ୟ ନଥିଲେ । ଆଉ ଏଥିସହ ସେମାନେ ଏସଂପର୍କରେ ନଗରପାଳଙ୍କ ସହ ଆଲୋଚନା କରିବା ସହିତ ଏହାକୁ ପ୍ରତ୍ୟାଖାନା କରିବାକୁ ପ୍ରାର୍ଥନା କରିଛନ୍ତି । ।