ବଜାରକୁ ଆସୁଛି ବିଶ୍ୱର ସବୁଠୁ ଶସ୍ତା କାର ! ବାଇକଠାରୁ ବି ବହୁତ କମ୍ ଗାଡିର ଦାମ୍ , ମାଇଲେଜ୍ ଜାଣିଲେ ଉଡିଯିବ ଆପଣଙ୍କ ହୋସ୍

104

ଆଜିର ଦିନରେ ପ୍ରତ୍ୟେକ ବ୍ୟକ୍ତିଙ୍କର ଗୋଟିଏ ସ୍ୱପ୍ନ ରହିଛି କି, ତାଙ୍କ ପାଖରେ ବି ଗୋଟିଏ ଛୋଟିଆ ଘର ଆଉ ଘର ବାହାରେ ନିଜର ଖଣ୍ଡିଏ କାର ଠିଆ ହୋଇଥିବ । କିନ୍ତୁ ଏହି ମହଙ୍ଗା ଯୁଗରେ ଲୋକେ ଘର ଖଣ୍ଡିଏ ତ ବହୁତ ମୁସ୍କିଲରେ କିଣି ପକାନ୍ତି ହେଲେ କାର କିଣିବାକୁ ଆଉ ସାହସ କରିପାରନ୍ତି ନାହିଁ । କାହିଁକି ନା, କାର କିଣିବାକୁ ହେଲା ପ୍ରତି ଦିନ ପେଟ୍ରୋଲ-ଡିଜେଲ ଦର ତାଙ୍କୁ ଚିନ୍ତାରେ ଏବଂ ଡରାଇ ଦେଉଛି ।

ଏବେ ଆପଣଙ୍କୁ ଯଦି କାର କିଣିବାରେ ଅଛି, ତେବେ ପ୍ରସ୍ତୁତ ହୋଇଯାଆନ୍ତୁ, କାହିଁକି ନା ଟାଟା ମୋଟର୍ସ ଖୁବ୍ ଶୀଘ୍ର ହିଁ ଭାରତରେ ନିଜର ମେଗାପିକ୍ସଲ କାର ଲଂଚ କରିବାକୁ ଯାଉଛି । ଏହି କାରକୁ ଏଭଳି ଭାବରେ ନିର୍ମାଣ କରାଯାଇଛି କି, ଏହି କାର ୧ ଲିଟରରେ ୧୦୦ କିଲୋମିଟରର ମାଇଲେଜ ଦେବ । ଏଥିସହିତ ହିଁ ଏଥିରେ ଫିଚର ବି ବହୁତ ଆଡଭାନ୍ସ ରହିଛି । ଆପଣଙ୍କୁ ଏଠାରେ ଆମେ କହି ରଖୁଛୁ କି, ଟାଟା କଂପାନୀ ଏହି କାର ଚଳିତ ବର୍ଷ ଭାରତୀୟ ବଜାରରେ ଲଂଚ କରିପାରେ । ଟାଟା କଂପାନୀ ନିଜର ଏହି କାରକୁ ମେଗାପିକ୍ସଲ ନାଁରେ ବଜାରରେ ଲଂଚ କରିବ ।

ତେବେ ଏହି କାରଟିକୁ ଯେପରି ଜଣେ ସାଧାରଣ ବ୍ୟକ୍ତି କିଣିପାରିବ, ଏଥିପାଇଁ ଏହାର ଦାମକୁ ବି ସେହି ଅନୁସାରେ ରଖାଯାଇଛି । ଏହି କାରର ଦାମ ୧ ଲକ୍ଷରୁ ୨ ଲକ୍ଷ ଟଙ୍କା ଭିତରେ ରଖାଯାଇଥିବା ସମ୍ଭାବନା ରହିଛି । ଏହି କାରଟି ୪ ସିଟେଡ ଅଟେ ଏବଂ ଏହି କାର ମେଗାପିକ୍ସଲରେ ୨୨ ଗ୍ରାମ କାର୍ବନ ଡାଇ ଅକ୍ସାଇଡ ପ୍ରତି କିଲୋମିଟର ଉତ୍ସର୍ଜନ ହେବ ।

ଏହି କାରରେ ଏକ ଲିଥିୟନ ଆୟନ ଫସଫେଟ ବ୍ୟାଟେରୀ ଏବଂ ଚଳନ୍ତା କାରରେ ରିଚାର୍ଜ ପାଇଁ ପେଟ୍ରୋଲ ଇଂଜିନ ଜେନେରେଟର ବ୍ୟବହୃତ ହୋଇଛି । କାରଟି ଲିଟର ପ୍ରତି ୧୦୦କିଲୋମିଟରର ମାଇଲେଜ ଦେବ । ତେଣୁ ଯଦି ଆପଣ କାର କିଣିବାକୁ ମନ ବଳାଇଛନ୍ତି ତେବେ ଆପଣଙ୍କ ପାଇଁ ଏହା ଏକ ଭଲ ସୁଯୋଗ ହୋଇପାରେ ।