ସାବଧାନ ! ଦୁର୍ଘଟଣାର ଫଟୋ କିମ୍ବା ଭିଡିଓ ଉତ୍ତୋଳନ କଲେ ହୋଇପାରେ ଜେଲ, ଦେବାକୁ ପଡିପାରେ ଜରିମାନା

1,030

ଆଜି କାଲି ଦେଖିବାକୁ ମିଳେ କି କୌଣସି ଦୁର୍ଘଟଣାସ୍ଥଳରେ ଲୋକେ ପିଡୀତଙ୍କର ସହାୟତା କରିବା ପରିବର୍ତ୍ତେ ସେମାନଙ୍କର ଫଟୋ ଏବଂ ଭିଡିଓ ସୁଟ୍ କରିବାରେ ଲାଗିପଡିଥାନ୍ତି । ଯେଉଁ କାରଣରୁ ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିକୁ ମେଡିକାଲରେ ଭର୍ତ୍ତି କରିବାରେ ସମସ୍ୟା ହୋଇଥିବା ବେଳେ ଅନେକ ସମୟରେ ଉପଯୁକ୍ତ ଚିକିତ୍ସା ଅଭାବ କାରଣରୁ ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ଜୀବନ ମଧ୍ୟ ହାରିବାକୁ ପଡିଥାଏ । ତେବେ ଏଭଳି ସମସ୍ୟାକୁ ଦୃଷ୍ଟିରେ ରଖି ନୋଏଡା ପୁଲିସ ଏକ ବଡ ନିଷ୍ପତି ନେଇଛି । ଯାହା ଦ୍ୱାରା ଦୁର୍ଘଟଣାସ୍ଥଳରେ ଉଭୟ ଫଟୋଗ୍ରାଫି କିମ୍ବା ଭିଡିଓଗ୍ରାଫି କରୁଥିବା ବ୍ୟକ୍ତି ବିଶେଷଙ୍କୁ ଜେଲର ହାୱା ଖାଇବାକୁ ପଡିପାରେ । ଏଥି ସହିତ ହିଁ ଜରିମାନା ମଧ୍ୟ ଦେବାକୁ ପଡିପାରେ ।

ସୁପ୍ରିମକୋର୍ଟର ନିର୍ଦ୍ଦେଶ

ସେଲ୍ଫି ନେବା ପଡିପାରେ ମହଙ୍ଗା: ନୋଏଡା ଏସପିଙ୍କ କହିବା ଅନୁସାରେ, ନିକଟ ଅତୀତରେ ଦୁର୍ଘଟଣାର ଏଭଳି ଅନେକ ମାମଲା ସାମ୍ନାକୁ ଆସିଛି । ଯେଉଁଥିରେ ଚିକିତ୍ସାରେ ବିଳମ୍ବ କାରଣରୁ ଆହତ ବ୍ୟକ୍ତିଙ୍କର ମୃତ୍ୟୁ ଘଟୁଛି । ସୁପ୍ରିମକୋର୍ଟ ମଧ୍ୟ ସମସ୍ତ ନାଗରିକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କି, ପ୍ରଥମେ ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ମେଡିକାଲରେ ଭର୍ତ୍ତି କରାଯାଉ । କିନ୍ତୁ ବର୍ତ୍ତମାନ କୌଣସି ଦୁର୍ଘଟଣା ସ୍ଥାନରେ ଯାତ୍ରୀମାନେ ଗାଡି ଅଟକାଇ ସେଲ୍ଫି ଏବଂ ଭିଡିଓ ନେବାରେ ବ୍ୟସ୍ତ । ଯାହାଦ୍ୱାରା ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିର ଚିକିତ୍ସାରେ ବିଳମ୍ବ କାରଣରୁ ମୃତ୍ୟୁ ଘଟୁଛି ।

ରୋଜଗାର ମୁଖ୍ୟ କାରଣ

ଦୁର୍ଘଟଣାର ଭିଡିଓ ବିଭିନ୍ନ ଟିଭି ଚ୍ୟାନେଲମାନେ ମୋଟା ଅଙ୍କର ଟଙ୍କା ଦେଇ କିଣିଥାନ୍ତି । ଯେଉଁ କାରଣରୁ ଲୋକଙ୍କଠାରେ ଦୁର୍ଘଟଣାର ଭିଡିଓ ସୁଟ୍ କରିବାର କ୍ରେଜ୍ ଦେଖିବାକୁ ମିଳିଛି । ଏଥିସହିତ ହିଁ ସୋସିଆଲ ମିଡିଆରେ ଏଭଳି ଭିଡିଓ ଏବଂ ଫଟୋ ପୋଷ୍ଟ କରିବା ଏବେ ଏକ ଫ୍ୟାନସ ହୋଇଗଲାଣି ।

Image courtesy-https://www.livelaw.in

ଗିରଫଦାରୀ ନିୟମ

ଦୁର୍ଘଟଣାର ଭିଡିଓ ସୁଟ୍ କିମ୍ବା ଫଟୋ ଉଠାଇଲେ ମୋଟର ହ୍ୱିଲର ଆକ୍ଟର ଧାରା ୧୨୨ ଏବଂ ୧୭୭ ଅନୁସାରେ ଗିରଫଦାରୀର ନିୟମ ରହିଛି । ଏଥି ସହିତ ବି ଜରିମାନା ଆଦାୟ କରାଯାଇପାରେ । ସେକ୍ସନ ୧୭୭ ଅନୁସାରେ ୧୦୦ ଟଙ୍କାରୁ ଆରମ୍ଭ କରି ୩୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲଗାଯାଇପାରେ । ଏଥି ସହିତ ହିଁ ବ୍ୟକ୍ତିଙ୍କୁ ପୁଲିସ ଗିରଫ ମଧ୍ୟ କରିପାରିବ ।