ସାମ୍ନାକୁ ଆସିଲା ‘ତାଜମହଲ’ର ଭୟାନକ କାହାଣୀ ! ଆଜି ବି ପ୍ରେମିକ ଶାହଜାହାନଙ୍କ ପାଇଁ ଲୁହ ଢାଳୁଛନ୍ତି ମମତାଜ୍

160

ବିଶ୍ୱ ପ୍ରସିଦ୍ଧ ଐତିହ୍ୟ ‘ତାଜମହଲ’ ଭାରତର ଉତ୍ତରପ୍ରଦେଶର ଆଗ୍ରା ସହରର ଯମୁନା ନଦୀ କୂଳରେ ଅବସ୍ଥିତ । ଏହା ମୋଗଲ ସାମ୍ରାଜ୍ୟ ତଥା ଶାସନ କାଳରେ ଶାହଜାହାନ ନିଜ ବେଗମ୍ ତଥା ରାଣୀ ମମତାଜଙ୍କ ସ୍ମୃତିରେ ନିର୍ମାଣ କରିଥିଲେ । ଯାହାକୁ ସଂପୂର୍ଣ୍ଣ ବିଶ୍ୱର ସାତଟି ଐତିହାସିକ କ୍ଷେତ୍ର ମଧ୍ୟରୁ ଗୋଟିଏ ବୋଲି କୁହାଯାଏ ।

ତାଜମହଲ ‘ସଙ୍ଗମରମର’ ନାମକ ପଥରରେ ନିର୍ମିତ । ଯେଉଁଥି ପାଇଁ ଚାନ୍ଦିନୀ ରାତିରେ ତା’ର ସୌନ୍ଦର୍ଯ୍ୟ ଦ୍ୱିଗୁଣିତ ହୋଇଯାଇଥାଏ । କୁହାଯାଏ, ତାଜମହଲ ନିର୍ମାଣ ସମୟରେ ପାଖାପାଖି ୨୦ରୁ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ଏବେ ଆପଣ ଅନ୍ଦାଜ୍ ଲଗେଇପାରିବେ କି ଏଥିପାଇଁ କେତେ ଟଙ୍କା ଖର୍ଚ୍ଚ ହୋଇଥିବ । ତେବେ ଯେଉଁ କାରିଗର ତାଜମହଲକୁ ନିର୍ମାଣ କରିଥିଲା ତାଙ୍କୁ ନିଜର ହାତ ହରାଇବାକୁ ପଡିଥିଲା ।

ଏହି ‘ସଙ୍ଗମରମ’ର ପଥର ନିର୍ମିତ ତାଜମହଲ ଶାହଜାହାନ ଏବଂ ମମତାଜଙ୍କ ପ୍ରେମର ସନ୍ତକ ତଥା ସ୍ମୃତି ଅଟେ । କୁହାଯାଏ, ଶାହଜାହାନ ଏବଂ ମମତାଜ୍ ପରସ୍ପରକୁ ଏତେମାତ୍ରାରେ ପ୍ରେମ କରୁଥିଲେ କି କେହି କାହାକୁ ମୁହୂର୍ତ୍ତକ ପାଇଁ ମଧ୍ୟ ଛାଡି ରହିପାରୁନଥିଲେ । କିନ୍ତୁ ଗୋଟିଏ ଦିନ ସେମାନଙ୍କୁ ଅଲଗା ହେବାକୁ ପଡିଥିଲା । ଅର୍ଥାତ୍ ମମତାଜ୍ ରୋଗରେ ପୀଡିତ ହୋଇ ଶାହଜାହାନଙ୍କୁ ଏକାଛାଡି ଆଖି ବୁଜି ଦେଇଥିଲେ ।

ଏହାପରେ ଶାହଜାହାନ ରାଣୀ ମମତାଜଙ୍କୁ ମନେ ରଖିବା ପାଇଁ ତାଜମହଲ ନିର୍ମାଣ କରିଥିଲେ । ଯାହା ଆଜିବି ସଂପୂର୍ଣ୍ଣ ବିଶ୍ୱରେ ଶୁଭ୍ରତାର ପ୍ରତୀକ ସାଜି ଶାହଜାହାନ ଏବଂ ମମତାଜଙ୍କ ପ୍ରେମକୁ ଅମର କରି ରଖିଛି । ତେବେ ସ୍ଥାନୀୟ ଲୋକଙ୍କ ଦାବି ରହିଛି କି, ଅନ୍ଧାର କିଟ୍ କିଟ୍ ରାତିରେ ଏକ ନାରୀର କ୍ରନ୍ଦନର ଧ୍ୱନୀ ଭାସି ଆସିଥାଏ ତାଜମହଲ ମଧ୍ୟରୁ । ସେମାନଙ୍କ ମତରେ, ତାଜମହଲରେ ମମତାଜ୍ ଆଜି ମଧ୍ୟ କାନ୍ଦୁଛି । ତେବେ ଯେଉଁ ଘରେ ମମତାଜଙ୍କୁ ସମାଧୀ ଦିଆଯାଇଥିଲା ସେହି ଘରୁ ଆଜି ମଧ୍ୟ ନିଜ ପ୍ରେମିକ ଶାହଜାହାନଙ୍କ ସ୍ମୃତିରେ ମମତାଜ୍ କାନ୍ଦୁଛି ବୋଲି ସ୍ଥାନୀୟଲୋକେ ଦାବି କରିଛନ୍ତି ।

ଏହାସହ ମଧ୍ୟ ପଢନ୍ତୁ- ଟାୟରର ରଙ୍ଗ କେବଳ କଳା କାହିଁକି ? ଜାଣନ୍ତୁ ଏହା ପଛରେ ଲୁଚି ରହିଥିବା ସତ୍ୟତା