ସ୍ୱାମୀ ବିବେକାନନ୍ଦଙ୍କ ଜୀବନର ସବୁଠାରୁ ବଡ ସତ୍ୟ ! ଜଣେ ଦେହଜୀବୀଠାରୁ ହୋଇଥିଲେ ପରାଜିତ

265

ନିଜ ଜ୍ଞାନ ବଳରେ ସଂପୂର୍ଣ୍ଣ ବିଶ୍ୱକୁ ଆଲୋକିତ କରିଥିବା ସ୍ୱାମୀ ବିବେକାନନ୍ଦ ଜଣେ ଏଭଳି ବ୍ୟକ୍ତିତ୍ୱ ଥିଲେ ଯାହାଙ୍କ ଅବଦାନ ସମଗ୍ର ସଂସାରରେ ରହିଛି ସ୍ୱତନ୍ତ୍ର । ତେବେ ଆଜି ଆମେ ଆପଣଙ୍କୁ ତାଙ୍କ ଜୀବନ ସହ ଜଡିତ ଏକ ଏଭଳି ରହସ୍ୟ ସଂପର୍କରେ ଜଣାଇବୁ ଯାହାଦ୍ୱାରା ତାଙ୍କ ଜୀବନର ମୋଡ ବଦଳିଯାଇଥିଲା ।

ଏହି କାହାଣୀଟି ବିବେକାନନ୍ଦ ଏବଂ ଦେଶର ଜଣେ ବିଖ୍ୟାତ ଦେହଜୀବୀ ସହିତ ଜଡିତ । ଏକ ଏଭଳି ଦେହଜୀବୀ ଯାହାଙ୍କୁ ଭେଟିବା ପରେ ବିବେକାନନ୍ଦ ନିଜ ସନ୍ୟାସ ନିଷ୍ପତିରେ ଅଟଳ ରହିଥିଲେ । ତେବେ ଏକଦା ଜଣେ ରାଜା ବିବେକାନନ୍ଦଙ୍କୁ ସମ୍ମାନ ଏବଂ ତାଙ୍କର ସ୍ୱାଗତ ପାଇଁ ଏକ ଭବ୍ୟ ସମାରୋହର ଆୟୋଜନ କରିଥିଲେ । ଏବଂ ଏହି ସମାରୋହରେ ରାଜ୍ୟର ଜଣେ ବିଖ୍ୟାତ ଦେହଜୀବୀଙ୍କୁ ମଧ୍ୟ ଆମନ୍ତ୍ରଣ କରାଯାଇଥିଲା ।

କିନ୍ତୁ ରାଜା ଏକଥା ଭୁଲି ଯାଇଥିଲେ କି କୌଣସି ସନ୍ୟାସୀଙ୍କ ସ୍ୱାଗତ ସମାରୋହରେ କୌଣସି ଦେହଜୀବୀଙ୍କ ଉପସ୍ଥିତି ସମ୍ମାନ ଯୋଗ୍ୟ ନୁହେଁ । ବିବେକାନନ୍ଦ ମଧ୍ୟ ସେହି ସମୟରେ ଅପରିପକ୍ୱ ଥିଲେ । ସେ ସଂପୂର୍ଣ୍ଣ ରୂପେ ସନ୍ୟାସୀ ହୋଇ ନଥିଲେ ବରଂ ସେହି ମାର୍ଗରେ ଚାଲୁଥିଲେ । ଯେତେବେଳେ ରାଜାଙ୍କୁ ନିଜ ଭୁଲର ଆଭାସ ହୋଇଥିଲା ସେତେବେଳେ ସେ ବିବେକାନନ୍ଦଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ । କିନ୍ତୁ ବିବେକାନନ୍ଦ କାହାକୁ କିଛି ନକହି ରାଗରେ ଏକ ଘର ଭିତରେ ନିଜକୁ ବନ୍ଦ କରିଦେଇଥିଲେ ।

ଅନ୍ୟପଟେ ରାଜା ତାଙ୍କୁ ବହୁତ ବୁଝାଇଥିଲେ ଏବଂ କହିଥିଲେ କି, ‘ଉକ୍ତ ଦେହଜୀବୀ ଜଣଙ୍କ ରାଜ୍ୟର ଜଣେ ଖ୍ୟାତନାମା ମହିଳା, ଯଦି ତାଙ୍କୁ ଏଭଳି ଭାବେ ସଭାରୁ ଫେରାଇ ଦିଆଯାଏ ତେବେ ଏହା ତାଙ୍କୁ ଅପମାନ ଭଳି ଲାଗିବ । ଏଥିପାଇଁ କେବଳ ତାଙ୍କ ଗୀତ ଶୁଣିବାକୁ ଆପଣ ବାହାରକୁ ଆସନ୍ତୁ’ । କିନ୍ତୁ ବିବେକାନନ୍ଦ କବାଟ ଖୋଲି ନଥିଲେ । ଠିକ୍ ଏହି ସମୟରେ ତାଙ୍କ କାନରେ ପଡିଥିଲା ଏକ ମଧୁର ସନ୍ୟାସୀ ଗୀତ । ତେବେ ବିବେକାନନ୍ଦ ନିଜ କକ୍ଷ ଭିତରେ ହିଁ ବସି ଗୀତଟିକୁ ଅନୁଭବ କରିଥିଲେ ଆଉ ସେ ଜାଣି ପାରିଥିଲେ କି ଦେହଜୀବୀ ଜଣଙ୍କ କାନ୍ଦି କାନ୍ଦି ଏହି ଗୀତଟିକୁ ଗାନ କରୁଛନ୍ତି ।

ଏହାପରେ ବିବେକାନନ୍ଦ ଉକ୍ତ ସଭାସ୍ଥଳରେ ଯାଇ ପହଂଚିଥିଲେ ଆଉ ଗୀତଟିକୁ ଶୁଣିଥିଲେ । ତେବେ ଏଭଳି ଭାବେ ବିବେକାନନ୍ଦ ଜଣେ ଦେହଜୀବୀଠାରୁ ପରାଜିତ ହୋଇଥିଲେ । ଆଉ କେଉଁଠି ନା କେଉଁଠି ଏହି ପରାଜୟ ତାଙ୍କୁ ସଂପୂର୍ଣ୍ଣ ସନ୍ୟାସୀ ବନିବାକୁ ଖୋରାକ୍ ଯୋଗାଇଥିଲା । ଏହି ଘଟଣା ପରେ ବିବେକାନନ୍ଦ ନିଜ ନିଷ୍ପତିରେ ଅଟଳ ରହିବା ସହ ଅନ୍ୟମାନଙ୍କ ପ୍ରତି ତାଙ୍କ ହୃଦୟରେ ସମର୍ପିତ ଭାବ ଉଦ୍ରେକ ହୋଇଥିଲା ।