ଭାରତର ଏକମାତ୍ର ସୂର୍ଯ୍ୟ ମନ୍ଦିର ! ଯିଏ କି ନିଜକୁ ବଂଚାଇବା ପାଇଁ ବଦଳାଇ ଦେଇଥିଲେ ମୁଖଶାଳାର ଦିଗ

173

ସାଧାରଣତଃ ଭଗବାନ ସୂର୍ଯ୍ୟଙ୍କ ଉପାସନା ବିଭିନ୍ନ ଦେଶମାନଙ୍କରେ ଦେଖିବାକୁ ମିଳିଥାଏ । ଭାରତରେ ମଧ୍ୟ ଅନେକ ସୂର୍ଯ୍ୟ ମନ୍ଦିର ଦେଖିବାକୁ ମିଳିଥାଏ । ମାତ୍ର ଆଜି ଆପଣ ଯେଉଁ ସୂର୍ଯ୍ୟ ମନ୍ଦିର ବିଷୟରେ ଜାଣିବାକୁ ଯାଉଛନ୍ତି । ଯାହା ନିଜର କଳାତ୍ମକ କାରୁକାର୍ଯ୍ୟ ଓ ଏକ ବିଶେଷ ସ୍ୱତନ୍ତ୍ରତା କାରଣରୁ ପ୍ରସିଦ୍ଧ । ପାଖାପାଖି ଶହେ ଫୁଟ୍ ଉଚ୍ଚତା ବିଶିଷ୍ଟ ଏହି ସୂର୍ଯ୍ୟ ମନ୍ଦିରଟି ବିହାରର ଔରେଙ୍ଗାବାଦର ଦେବ ନାମକ ଅଚଂଳରେ ଅବସ୍ଥାପିତ । ତେବେ ଓଡିଶାର କୋଣାର୍କ ସୂର୍ଯ୍ୟ ମନ୍ଦିର ଭଳି ଏହି ମନ୍ଦିରରେ ମଧ୍ୟ ଭରି ରହିଛି ଖୋଦିତ ହୋଇଛି ରଥାକୃତି ।

ମନ୍ଦିରରେ ସାତଟି ରଥ ଉପରେ ଖୋଦିତ ହୋଇଛି ସୂର୍ଯ୍ୟଙ୍କ ବିଭିନ୍ନ କାରୁକାର୍ଯ୍ୟ ଓ ନର୍ତ୍ତକୀଙ୍କ ମୂର୍ତ୍ତୀ । ଖାଲି ସେତିକି ନୁହେଁ ଏହି ମନ୍ଦିରରେ ସୂର୍ଯ୍ୟଙ୍କ ତିନୋଟି ରୂପ ଯଥା, ଉଦୟାଂଚଳ ସୂର୍ଯ୍ୟ, ମଧ୍ୟାଂଳ ସୂର୍ଯ୍ୟ ଏବଂ ଅସ୍ତାଚଂଳ ସୂର୍ଯ୍ୟ ନାମରେ ବିଦୀୟମାନ । ସମଗ୍ର ଭାରତ ବର୍ଷରେ ଏହା ଏକମାତ୍ର ସୂର୍ଯ୍ୟ ମନ୍ଦିର ଅଟେ ଯାହାର ମୁଖଶାଳା ପଶ୍ଚିମ ଦିଗ ପଟକୁ ରହିଛି । କଳା ଓ ବଡ ବଡ ପଥରର ଏଭଳି ନିଆରା ଶିଳ୍ପକୌଶଳଦ୍ୱାରା ଚିତ୍ରିତ ଏହି ମନ୍ଦିରଟି ଓଡିଶାର ପ୍ରଭୁ ଜଗନ୍ନାଥ ମନ୍ଦିର ସଦୃଶ ଅଟେ ।

କୁହାଯାଏ, ଥରେ ଏକ ବର୍ବର ତଥା କ୍ରୁର ଲୁଟେରା ଦଳ ସହ କଳା ପାହାଡ ମୂର୍ତ୍ତୀ ଓ ମନ୍ଦିରଗୁଡିକୁ ଭାଙ୍ଗିବା ସହ ଦେବ ଅବସ୍ଥାପିତ ଏହି ସୂର୍ଯ୍ୟ ମନ୍ଦିର ନିକଟରେ ଆସି ପହଂଚି ଥିଲା । ଆଉ ଏହାକୁ ଭାଙ୍ଗି ଲୁଣ୍ଠନ କରିବାକୁ ପ୍ରୟାସ ମଧ୍ୟ କରିଥିଲା । ମାତ୍ର ଏହି ସମୟରେ ମନ୍ଦିରର ପୁଜାରୀମାନେ ବିରୋଧ କରିବା ସହ ଏହାକୁ ନ ଭାଙ୍ଗିବାକୁ ପ୍ରାର୍ଥନା କରିଥିଲେ । କିନ୍ତ୍ରୁ କ୍ରୁର କଳା ପାହାଡ ସେମାନଙ୍କୁ କହିଥିଲା ‘ଯଦି ସତରେ ତୁମମାନଙ୍କ ଭଗବାନ ନିକଟରେ କିଛି ଶକ୍ତି ଅଛି ତେବେ ମୁଁ ଗୋଟେ ରାତି ସମୟ ଦେଉଛି । ଯଦି ଏହି ମନ୍ଦିରର ମୁହଁ ପୂର୍ବ ଦିଗରୁ ପଶ୍ଚିମ ଦିଗକୁ ହୋଇଯିବ ତେବେ ମୁଁ ଏହି ମନ୍ଦିର ଆଉ ଭାଙ୍ଗିବି ନାହିଁ । ‘

ପୁଜାରୀମାନେ ଏହାକୁ ସ୍ୱୀକାର କରିନେଇଥିଲେ ଆଉ ସାରା ରାତି ଭଗବାନଙ୍କ ସ୍ତୁତି ଗାନ କରିବାକୁ ଲାଗିଥିଲେ । ମାତ୍ର ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ କି ସକାଳେ ହୋଇ ଯାଇଥିଲା ଚମକ୍ରାର । କାରଣ, ମନ୍ଦିରର ମୁଖଶାଳା ପୂର୍ବ ଭଳି ଆଉ ପୂର୍ବ ଦିଗରେ ନଥାଇ ପଶ୍ଚିମ ଦିଗକୁ ବଦଳି ଯାଇଥିଲା । ତେବେ ସେହି ଦିନଠାରୁ ଏହି ମନ୍ଦିର ପଶ୍ଚମାଭିମୂଖୀ ହିଁ ହୋଇ ରହିଛି । ଆଉ ଏହି କାରଣରୁ ସମଗ୍ର ଭାରତବର୍ଷରେ ଥିବା ସମସ୍ତ ସୂର୍ଯ୍ୟ ମନ୍ଦିରଙ୍କ ମଧ୍ୟରେ ଏହି ମନ୍ଦିରର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି ।