ଅଜଣା ଶବଙ୍କର ମୁକ୍ତିଦାତା ସୁରେଶ ! ବର୍ଷେ କି ଦୁଇ ବର୍ଷ ନୁହେଁ ବରଂ ଦୀର୍ଘ ୨୩ ବର୍ଷ ହେଲା ଗଙ୍ଗାରେ କରିଆସୁଛନ୍ତି ଶହ ଶହ ଅସ୍ଥିର ବିସର୍ଜନ

73

ମଧ୍ୟପ୍ରଦେଶର ରତଲାମ ନିବାସୀ ସୁରେଶ ତୱର ପ୍ରତିବର୍ଷ ଭଳି ଚଳିବ ବର୍ଷ ମଧ୍ୟ ଶ୍ରାଦ୍ଧପକ୍ଷ ତଥା ପିତୃପକ୍ଷ ଅବସରରେ ହରିଦ୍ୱାରରେ ଆସି ପହଂଚିଛନ୍ତି । ସେ ସଂପୂର୍ଣ୍ଣ ରୀତିନୀତିର ସହିତ ସହିତ ୧୧୪ଟି ଅଜଣା ଅଚିହ୍ନା ଲୋକଙ୍କର ଅସ୍ଥିକୁ ଗଙ୍ଗାରେ ବିସର୍ଜନ କରି ପିଣ୍ଡଦାନ ଏବଂ ତର୍ପଣ କରିଛନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ସୁରେଶ ଏହି କାମ ବର୍ଷେ କି ୫ ବର୍ଷ ନୁହେଁ ବରଂ ଦୀର୍ଘ ୨୩ ବର୍ଷ ହେଲା କରିଆସୁଛନ୍ତି ।

ମଧ୍ୟପ୍ରଦେଶର ରତଲାମରେ ରହୁଥିବା ସୁରେଶ ସିଂହ ତୱର ଗତ ଗୁରୁବାର ସନ୍ଧ୍ୟାରେ ଅସ୍ଥିଗୁଡିକ ସହିତ ହରିଦ୍ୱାର ପହଂଚିଥିଲେ । ଶୁକ୍ରବାର ଭୋରରୁ ଅସ୍ଥି ପ୍ରବାହ ଏବଂ କର୍ମକାଣ୍ଡ ପରେ ସେ କହିଛନ୍ତି କି ରତଲାମ ଯାଇ ସେ ଏକ ବ୍ରାହ୍ମଣ ଭୋଜନର ଆୟୋଜନ ମଧ୍ୟ କରିବେ । ୨୫ ବର୍ଷ ପୂର୍ବରୁ ସୁରେଶଙ୍କର ବଡ ଭାଇ ସୋହନ ସିଂହ କେଉଁ ଆଡେ ନିଖୋଜ ହୋଇଯାଥିଲେ । ଦୀର୍ଘ ୨ ବର୍ଷ କାଳ ଭାଇକୁ ସେ ବହୁତ ଖୋଜା ଖୋଜି କରିଥିଲେ. ହେଲେ କୌଣସି ସୁଫଳ ମିଳିନଥିଲା ।

ଏହି ସମୟରେ ସୁରେଶଙ୍କ ମନରେ ବାରମ୍ବାର ଗୋଟିଏ ହିଁ ପ୍ରଶ୍ନ ଉଠୁଥିଲା କି, କେଜାଣି ତାଙ୍କ ଭାଇ କିଭଳି ଅବସ୍ଥାରେ ଥିବେ । ସୁରେଶ କୁହନ୍ତି କି, ସେ ନିଜ ମନର ଶାନ୍ତି ପାଇଁ ମେଡିକାଲରେ ଥିବା ଅଜଣା ଅଚିହ୍ନା ଶବ ଗୁଡିକର ଅନ୍ତିମ ସସ୍କାର କରିବା ଆରମ୍ଭ କରିଥିଲେ । ଏପରି କରିବା ଦ୍ୱାରା ତାଙ୍କ ମନକୁ ଶାନ୍ତି ମିଳିଥାଏ ବୋଲି ସୁରେଶ କୁହନ୍ତି । ଆଉ ସେବେଠାରୁ ଆଜି ପର୍ଯ୍ୟନ୍ତ ସୁରେଶ ରତଲାମର ସରକାରୀ ମେଡିକାଲରେ ଆସୁଥିବା ଅଜଣା ଶବଗୁଡିକର ଅନ୍ତିମ ସଂସ୍କାର କରନ୍ତି ଏବଂ ପରେ ତାଙ୍କର ଆତ୍ମାର ଶାନ୍ତି ପାଇଁ ପୂଜାପାଠ କରନ୍ତି ।

ସୁରେଶ କୁହନ୍ତି କି, ସେ ଏହି କାମ ଦୀର୍ଘ ୨୩ ବର୍ଷ ହେଲା କରିଆସୁଛନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହା ବ୍ୟତୀତ ସୁରେଶ ଦିବ୍ୟାଙ୍ଗ ଏବଂ ଗରିବ ଝିଅମାନଙ୍କର ବି ସହାୟତା କରନ୍ତି ।