ମୋଦି ସରକାରଙ୍କୁ ସୁପ୍ରିମ କୋର୍ଟଙ୍କ ଝଟକା ! ଏଣିକି ବିନା ଆଧାର କାର୍ଡରେ ସରକାରୀ ସୁବିଧାର ଲାଭ ଉଠାଇ ପାରିବେ ଜନତା

31

ସାମାଜିକ ସୁବିଧା ପାଇଁ ଆଧାର କାର୍ଡର ବାଧ୍ୟତାମୂଳକ ଭଳି କଠୋର ନିଷ୍ପତି ନେଇଥିବା ମୋଦି ସରକାରଙ୍କୁ ବଡ ଝଟକା । ଆଧାର କାର୍ଡ ବାଧ୍ୟତାମୂଳକ ପ୍ରସଙ୍ଗରେ ଶୁଣାଣି କରି ସୁପ୍ରିମ କୋର୍ଟ କେନ୍ଦ୍ରକୁ ଦେଇଛନ୍ତି କଡା ନିର୍ଦ୍ଦେଶ । ଯଦିଓ ବର୍ତ୍ତମାନ କୋର୍ଟ ଏନେଇ ସେଭଳି କୌଣସି ନିଷ୍ପତି ନେଇ ନାହାଁନ୍ତି କିନ୍ତୁ ଏହା ନିଶ୍ଚୟ କହିଛନ୍ତି କି, ଯେ ପର୍ଯ୍ୟନ୍ତ ଏହି ମାମଲାର ପରବର୍ତ୍ତୀ ଶୁଣାଣି ନ ହୋଇଛି ସେ ପର୍ଯ୍ୟନ୍ତ ବିନା ଆଧାର କାର୍ଡଧାରୀଙ୍କୁ ବିଭିନ୍ନ ସରକାରୀ ସୁବିଧା ତଥା ସେବାରୁ କେହି ବଂଚିତ କରି ପାରିବେ ନାହିଁ ।

ସେପଟେ କୋର୍ଟଙ୍କ ଏହି ନୁଆ ନିର୍ଦ୍ଦେଶ ଉପରେ ନିଜର ସ୍ପଷ୍ଟି କରଣ ରଖିଛି କେନ୍ଦ୍ର । ତେବେ ଆଧାର କାର୍ଡ ବନାଇବା ପାଇଁ ଲୋକଙ୍କୁ ୩୦ ସେପ୍ଟେମ୍ବର ୨୦୧୭ ପର୍ଯ୍ୟନ୍ତ ସମୟ ଦିଆଯାଇଛି ବୋଲି କହିଛି । ମିଡିଆ ରିପୋର୍ଟ ମୁତାବକ, କେନ୍ଦ୍ର ପକ୍ଷରୁ କୁହାଯାଇଛି କି, ଲୋକେ ସରକାରୀ ସୁବିଧାଗୁଡିକର ଲାଭ ଉଠାଇ ପାରିବେ ।

ସୌଜନ୍ୟ: ଅମର ଉଜାଲା

ଏହାସହ ମଧ୍ୟ ପଢନ୍ତୁ- ଆରବିଆଇର କଡ଼ା ନିର୍ଦ୍ଦେଶ ! ଗ୍ରାହକଙ୍କ ପାସବୁକ୍ ସମନ୍ଧୀୟ ସମସ୍ତ ତଥ୍ୟ ଦାଖଲ କରିବ ବ୍ୟାଙ୍କ୍