ସୁପ୍ରିମକୋର୍ଟଙ୍କ କଡା ନିର୍ଦ୍ଦେଶ : ଏଣିକି ବିବାହିତ ପୁରୁଷ ଏବଂ ମହିଳାମାନେ କରିପାରିବେ ନାହିଁ ଏହି ଗୋଟିଏ କାମ

93

ବିବାହିତ ପୁରୁଷ ଏବଂ ମହିଳାଙ୍କ ପାଇଁ କୋର୍ଟ ଶୁଣାଇଛନ୍ତି ଗୁରୁତ୍ୱପୂର୍ଣ୍ଣ ରାୟ । ଏଣିକି କୌଣସି ବି ବିବାହିତ ବ୍ୟକ୍ତି ବିବାହ ପରେ ଅବୈଧ ସଂପର୍କରେ ବନାଇ ପାରିବେ ନାହିଁ ।

ସୂଚନା ମୁତାବକ, ଆଲାହାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତିରେ ଏହା ସ୍ପଷ୍ଟ କରିଛନ୍ତି କି, କୌଣସି ବି ବିବାହିତ ପୁରୁଷ କିମ୍ବା ମହିଳା ଲିଭ୍-ଇନ-ରିଲେସନସିପରେ ରହିବା ଆଇନ ଅନୁସାରେ ଦଣ୍ଡିନୀୟ ଅଟେ । ଏଥିସହିତ ଏହା ସାମାଜିକ ଅପରାଧ ମଧ୍ୟ ଅଟେ । କୋର୍ଟ ଅନୁସାରେ, ଏଭଳି କରି ଉଭୟ ମହିଳା ଏବଂ ପୁରୁଷ ନିଜ ନିଜର ଜୀବନ ସାଥୀଙ୍କ ସହ ପ୍ରତାରଣା କରିଥାନ୍ତି । ଏଭଳି ଲୋକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ କରାଯିବା ଉଚିତ ।

ତେବେ କୋର୍ଟର ଏଭଳି କଠୋର ନିଷ୍ପତି କୁସୁମ ଦେବୀ ନାମକ ଜଣେ ଯୁବତୀଙ୍କ ପିଟିସନ ରିଜେକ୍ଟ କରିବାକୁ ଯାଇ ଦେଇଛନ୍ତି । ବିବାହିତା କୁସୁମ ନିଜ ପ୍ରେମିକଙ୍କ ସହ ଲିଭ-ଇନରେ ରହୁଥିଲେ । ସେ ନିଜ ପ୍ରତି ବିପଦ ବୋଲି କହି ସୁରକ୍ଷା ପାଇଁ ନିବେଦନ କରିଥିଲେ । ମାତ୍ର ଆଲାହାବାଦ ହାଇକୋର୍ଟର ଜଷ୍ଟିସ୍ ସୁନୀତ କୁମାର ଏହି ନିର୍ଦ୍ଦେଶ କୁସୁମଙ୍କ ପିଟିସନ ଉପରେ ୯ ନଭେମ୍ବରରେ ଦେଇଛନ୍ତି । ଏହି ପିଟିସନରେ ଉଲ୍ଲେଖ ରହିଛି କି, କୁସୁମଙ୍କ ବିବାହ ୩୦ ମଇ ୨୦୧୬ରେ ତାଙ୍କ ଇଚ୍ଛା ବିରୋଧରେ ସଂଜୟ କୁମାରଙ୍କ ସହ ହୋଇଥିଲା, କିନ୍ତୁ କୁସୁମ ସଂଜୟଙ୍କ ସହିତ ରୁହନ୍ତି ନାହିଁ ବରଂ ଗତ ୫ ବର୍ଷ ହେଲା କୁସୁମ ତାଙ୍କ ପ୍ରେମିକଙ୍କ ସହ ଲିଭ-ଇନ-ରିଲେସନରେ ରହି ଆସୁଛନ୍ତି । ମାତ୍ର ତାଙ୍କ ପରିବାର ଲୋକେ ତାଙ୍କୁ ବହୁତ ହଇରାଣ ହରକତ କରୁଛନ୍ତି , ଏପରିକି ତାଙ୍କୁ ଜୋର ଜବରଦସ୍ତ ମଧ୍ୟ କରାଯାଉଛି ବୋଲି ଏହି ପିଟିସନରେ କୁସୁମ ଉଲ୍ଲେଖ କରିଛନ୍ତି ।

ଏସଂପର୍କରେ କୋର୍ଟ ମତ ରଖିଛି କି, ପତି-ପତ୍ନୀଙ୍କୁ ଶାରୀରିକ ସଂପର୍କ ରଖିବାର ଅନୁମତି ଆଇନ ଦୃଷ୍ଟିରୁ ପ୍ରଦାନ କରାଯାଇଛି । ଯଦି ଅନ୍ୟ କୌଣସି ପୁରୁଷ କାହା ସ୍ତ୍ରୀ ସହିତ ଶାରୀରିକ ସମ୍ବନ୍ଧ ରଖେ ତେବେ ତାହା ଅପରାଧ ଅଟେ । ଶୁଣାଣି ଅବସରରେ ସୁପ୍ରିମକୋର୍ଟର ଏକ ମାମଲାର ରେଫରେନ୍ସ ଦିଆଯାଇଥିଲା । ଏହା ଅନୁସାରେ, ସୁପ୍ରିମକୋର୍ଟ ଇନ୍ଦ୍ରା ଶର୍ମା ବନାମ ବି.କେ.ବି. ଶର୍ମା ମାମଲାରେ ସ୍ପଷ୍ଟ କରିଛନ୍ତି କି, ବିବାହିତ ମହିଳା ନିଜ ସ୍ୱାମୀ ଛଡା ଅନ୍ୟ କୌଣସି ପୁରୁଷ ସହ ସଂମ୍ବନ୍ଧ ରଖିପାରିବେ ନାହିଁ ।

ତେବେ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିଷ୍ପତି ମୁତାବକ, କେବଳ ସିଙ୍ଗିଲ ତଥା ଅବିବାହିତ ଯୁବକ- ଯୁବତୀ, ସ୍ୱାମୀ କିମ୍ବା ପତ୍ନୀ ପରିତ୍ୟକ୍ତା ମହିଳା ବା ପୁରୁଷ, ବିଧବା ହିଁ କାହା ସହ ଲିଭ-ଇନ- ରିଲେସନସିପରେ ରହିପାରିବେ । କାରଣ ଏଭଳି ସଂପର୍କ କୌଣସି ବି ମୁହୂର୍ତ୍ତରେ ଭାଙ୍ଗିଯାଇପାରେ ।