ସୁପ୍ରିମକୋର୍ଟର ୫ଟି ବଡ ଫୈସଲା । ଯାହା ବଦଳାଇଦେବ ଆପଣଙ୍କ ଜୀବନ

42

ଚଳିତ ବର୍ଷ ତଥା ୨୦୧୮ ବର୍ଷ ଭାରତର ଆଇନ ବ୍ୟବସ୍ଥାରେ ଏକ ଐତିହାସିକ ସ୍ଥାନ ଅଳଙ୍କୃତ କରିଛି । ଏଭଳି ଅନେକ ନିୟମ ରହିଥିଲା , ଯାହା ଭାରତୀୟ ସମାଜକୁ ବିଶ୍ୱର ଅନ୍ୟ ଦେଶମାନଙ୍କ ତୁଳନାରେ ବହୁ ପଛରେ ପକାଇଦେଇଥିଲା ହେଲେ ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରା ଚଳିତ ବର୍ଷ ନିଆଯାଇଥିବା ୫ଟି ନିଷ୍ପତି ତାହା ବାକି ଦେଶକୁ ପଛରେ ପକାଇଦେଇଛି । ସୁପ୍ରିମକୋର୍ଟ ଜନତାଙ୍କ ପ୍ରାଥମିକ ଅଧିକାରକୁ ମହତ୍ୱ ଦେବାକୁ ଯାଇ ଗୋରା ସରକାରଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ନିୟମ ବ୍ୟବସ୍ଥାକୁ ଅସମ୍ବିଧାନିକ ବନାଇଦେଇଛି । ତେବେ ଚଳିବ ବର୍ଷର ୫ଟି ଏଭଳି ବଡ ନିଷ୍ପତି, ଯାହା ପ୍ରତ୍ୟେକ ଭାରତୀୟଙ୍କ ଜୀବନକୁ ପରିବର୍ତ୍ତନ କରିବାକୁ ଯାଉଛି ।

ସାବରୀମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶକୁ ଅନୁମତି

ସାବରିମାଳା ମନ୍ଦିରକୁ ପଶିପାରିବେ ମହିଳା । କେରଳର ପ୍ରସିଦ୍ଧ ସାବରିମାଳା ମନ୍ଦିରରେ ମହିଳାଙ୍କ ପ୍ରସଙ୍ଗ ନେଇ ଆଜି ଚୂଡାନ୍ତ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ସାବରିମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ ଉପରେ ରହିଥିବା କଟକଣା ଉଠିଛି । ଏହାସହ ସମସ୍ତ ବୟସର ମହିଳା ମନ୍ଦିରକୁ ପ୍ରବେଶ କରିପାରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଶୁଣାଣି ବେଳେ ଖଣ୍ଡପୀଠ କହିଛନ୍ତି ଯେ, ଆମ ସଂସ୍କୃତିରେ ମହିଳାଙ୍କୁ ଆଦରଣୀୟ ସ୍ଥାନରେ ରଖାଯାଇଛି । ମହିଳାଙ୍କୁ ଦେବୀଙ୍କ ପରି ପୂଜା କରାଯାଏ ଏବଂ ମନ୍ଦିରକୁ ପ୍ରବେଶ କରିବା ପାଇଁ ରୋକା ଯାଉଛି । ଏହି ମାମଲାର ନିଷ୍ପତି ଶୁଣାଇଛନ୍ତି ସାମ୍ବିଧାନିକ ଖଣ୍ଡପୀଠ ।

ପ୍ରଧାନ ବିଚାରପତି ଦୀପକ ମିଶ୍ର ଶୁଣାଣି ବେଳେ କହିଛନ୍ତି ଯେ, ଧର୍ମ ନାଁରେ ପୁରୁଷବାଦୀ ଚିନ୍ତାଧାରା ରଖିବା ଉଚିତ ନୁହେଁ । ଏବଂ ବୟସ ଆଧାରରେ ମନ୍ଦିରକୁ ପ୍ରବେଶ ପାଇଁ ରୋକିବା ଧର୍ମର ଅଭିନ୍ନ ଅଙ୍ଗ ନୁହେଁ । ସମ୍ବିଧାନର ଧାରା ୨୬ଅନୁଯାୟୀ ମନ୍ଦିର ପ୍ରବେଶ ଉପରେ କଟକଣା ଉଚିତ ନୁହେଁ । ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଗଠିତ ଖଣ୍ଡପୀଠରେ ଜଷ୍ଟିସ ଆରଏଫ ନରିମନ, ଜଷ୍ଟିସ ଏଏମ୍ ଖାନୱିଲକର, ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ ଓ ଜଷ୍ଟିସ ଇନ୍ଦୁ ମଲହୋତ୍ରା ଏହି ରାୟ ଶୁଣାଇଛନ୍ତି । ତେବେ ୪-୧ବହୁମତରେ ଏହି ନିଷ୍ପତି ନେଇଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ ଇନ୍ଦୁ ମଲହୋତ୍ରାଙ୍କ ନିଷ୍ପତି ଭିନ୍ନ ରହିଥିଲା । ଏହି ମାମଲାର ଶୁଣାଣି କରି ଅଗଷ୍ଟ ମାସରେ ମାମଲାର ରାୟ ସଂରକ୍ଷିତ ରଖିଥିଲେ ସର୍ବୋଚ୍ଚ ଅଦାଲତ । ଏହି ମନ୍ଦିରରୁ ମହିଳାଙ୍କ ପ୍ରବେଶ ଉପରେ କଟକଣା ଲଗାଯିବା ଦ୍ୱାରା ସେମାନଙ୍କୁ ସମ୍ବିଧାନର ଧାରା ୧୪, ୧୫ ଓ ୧୭ ଅଧୀନରେ ମହିଳାମାନଙ୍କୁ ମିଳିଥିବା ଅଧିକାରର ଉଲ୍ଲଂଘନ ହେଉଛି କି ନାହିଁ ସେ ସଂପର୍କରେ ଅଦାଲତ ରାୟ ଶୁଣାଇବାର ଥିଲା ।

ଧାର ସମ୍ବିଧାନିକ ହେଲେ 

ଆଧାର କାର୍ଡର ସାମ୍ବିଧାନିକ ବୈଧତା ନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଆଧାର କାର୍ଡର ବୈଧତାକୁ ବଳବତର ରଖିଛନ୍ତ ୫ଜଣିଆ ଖଣ୍ଡପୀଠ । ଖଣ୍ଡପୀ୬ଠ କହିଛନ୍ତି ଆଧାର ଯୋଗୁଁ ଗରିବଙ୍କୁ ପରିଚୟ ମିଳିଛି ଏବଂ ଆଧାର କାର୍ଡ ଏକଦମ ସୁରକ୍ଷିତ । ଆଧାର ସାଧାରଣ ନାଗରିକଙ୍କ ପରିଚୟ ହୋଇଛି । ଆଧାର ବିରୋଧରେ କହିବା ସମ୍ବିଧାନ ବିରୋଧୀ । ନିଟ, ଆଧାର ଓ ସିବିଏସଇରେ ଆଧାର ବାଧ୍ୟତାମୂଳକ ନୁହେଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ ଖଣ୍ଡପୀଠ । ସେହିପରି ଆୟକର ପାଇଁ ଆଧାର ନମ୍ବର ବାଧ୍ୟତାମୂଳକ ଓ ପ୍ୟାନ କାର୍ଡ ପାଇଁ ବି ଆଧାର ଜରୁରୀ ବୋଲି କହିଛନ୍ତି ଖଣ୍ଡପୀଠ । ତେବେ ବ୍ୟାଙ୍କ ଆକାଉଂଟ, ମୋବାଇଲ ନମ୍ବର ଓ ସ୍କୁଲରେ ନାମଲେଖାବେଳେ ଆଧାର ଜରୁରୀ ନୁହେଁ ବୋଲି କହିଛନ୍ତି ଖଣ୍ଡପୀଠ । ଏହା ସହିତ ଆଧାର ତଥ୍ୟକୁ କିଭଳି ସୁରକ୍ଷିତ ରଖାଯାଇପାରିବ ସେଥିପାଇଁ ସ୍ୱତନ୍ତ୍ର ଆଇନ ଆଣିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଅନ୍ୟପଟେ ଘରୋଇ କମ୍ପାନୀ ଆଧାର ମାଗିପାରିବେ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଆଧାର କାର୍ଡର ବୈଧତାକୁ ନେଇ ବିଭିନ୍ନ ସଂଗଠନ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ।

ଗୁରୁତ୍ୱପୂର୍ଣ୍ଣ କୋର୍ଟ କାର୍ଯ୍ୟର ସିଧାପ୍ରସାରଣ ନେଇ ଦେଲେ ଅନୁମତି

ଗୁରୁତ୍ୱପୂର୍ଣ୍ଣ ଅଦାଲତ କାର୍ଯ୍ୟର ହେବ ସିଧାପ୍ରସାରଣ । ସୁପ୍ରିମିକୋର୍ଟ ଏଥିପାଇଁ ଅନୁମତି ଦେଇଛନ୍ତି । ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ଆଦେଶ ଦେଇ କହିଛନ୍ତି, ଏହି ପ୍ରକ୍ରିୟା ସୁପ୍ରିମକୋର୍ଟରୁ ଆରମ୍ଭ ହେବ । ଏହି ଲାଇଭ ଷ୍ଟ୍ରିମିଙ୍ଗ ଦ୍ୱାରା କୋର୍ଟ କାମରେ ପାରଦର୍ଶିତା ଆସିବା ସହ ଜନକଲ୍ୟାଣ ହୋଇପାରିବ । ସର୍ବୋଚ୍ଚ କୋର୍ଟ ଆହୁରି କହିଛନ୍ତି ଯେ, ଏଥିପାଇଁ କିଛି ନିୟମ ପାଳନ କରିବାକୁ ହେବ । ଲାଇଭ ଷ୍ଟ୍ରିମିଙ୍ଗରେ ନ୍ୟାୟପାଳିକାରେ ଉତରଦାୟିତ୍ୱ ବଢିବ । ଏହି ମାମଲାରେ ପୂର୍ବରୁ ସୁପ୍ରିମକୋର୍ଟ କେନ୍ଦ୍ରଠାରୁ ଜବାବ ତଲବ କରିଥିଲେ । କେନ୍ଦ୍ର ସରକାର ଜବାବ ଦେଇଥିଲେ , ଟ୍ରାଏଲ ବେସିସରେ ଏହାକୁ କରାଯାଇପାରେ । ୩ ମାସିଆ ଭିତିରେ ଏହାକୁ ପ୍ରାଇଲଟ ପ୍ରୋଜେକ୍ଟ ବେସିସରେ କରାଯାଇପାରେ । ଆଉ ଏହାକୁ ବିଶ୍ଳେଷଣ କରାଯାଇ ଆଗକୁ ପଦକ୍ଷେପ ନିଆଯିବ । ଗୁରୁତ୍ୱପୂର୍ଣ୍ଣ ଅଦାଲତ କାର୍ଯ୍ୟର ଲାଇଭ ଷ୍ଟ୍ରିମିଙ୍ଗ ପାଇଁ ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ଇନ୍ଦିରା ଜୟସିଂହ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ । ଏଥିରେ ସେ ଅନୁରୋଧ କରିଥିଲେ ଯେ, ରାଷ୍ଟ୍ରୀୟ ଓ ସାମ୍ବିଧାନିକ ଦୃଷ୍ଟିରୁ ଗୁରୁତ୍ୱ ରଖୁଥିବା ମାମଲାର ଭିଡିଓ ରେକର୍ଡିଂ କରାଯିବା ସହିତ ସିଧାପ୍ରସାରଣ ହେବ ଦରକାର ।

ପରକୀୟା ପ୍ରୀତି ଉପରେ ସୁପ୍ରିମକୋର୍ଟଙ୍କ ବଡ ରାୟ

ପରକୀୟା ପ୍ରୀତି ବା ବ୍ୟଭିଚାର ସମ୍ପର୍କରେ ବଡ ରାୟ ଶୁଣାଇଛନ୍ତି ସର୍ବୋଚ୍ଚନ୍ୟାୟାଳୟ । ଏ ସମ୍ପର୍କୀତ ମାମଲାର ବିଚାର କରି ମୁଖ୍ୟ ବିଚାରପତି ଦୀପକ ମିଶ୍ର କହିଛନ୍ତି ପରକୀୟ ପ୍ରୀତି ଅପରାଧ ନୁହେଁ । ଏହା ସହିତ ୧୫୭ ବର୍ଷ ଧରି ଚଳିଆସୁଥିବା ପୁରୁଣା ବ୍ୟଭିଚାର ଆଇନକୁ ଅସିଦ୍ଧ ଘୋଷଣା କରିଛନ୍ତି ସୁପ୍ରିମକୋର୍ଟ । ପରକୀୟା ପ୍ରୀତି ବା ବ୍ୟଭିଚାରକୁ ଅପରାଧ ବିବେଚନା କରାଯାଉଥିବା ଆଇପିସି ଧାରା ୪୯୭କୁ ଅସାମ୍ବିଧାନିକ କହିଛନ୍ତି ଖଣ୍ଡପୀଠ ।

ସେହିପରି କୋର୍ଟ କହିଛନ୍ତି ସମାଜ ଚାହିଁବା ଅନୁସାରେ ମହିଳାଙ୍କୁ ଚିନ୍ତା କରିବାକୁ କୁହାଯାଇପାରିବ ନାହିଁ । ଧାରା ୪୯୭ ମହିଳାଙ୍କୁ ସମାନ ଅଧିକାର ଦିଏ ନାହିଁ । ମହିଳାଙ୍କ ସମ୍ମାନ ସବୁଠାରୁ ଉର୍ଦ୍ଧରେ । ତେଣୁ ମହିଳାଙ୍କ ସହ ଖରାପ ବ୍ୟବହାର ଅସାମ୍ବିଧାନିକ । ଅଗଷ୍ଟ ୯ତାରିଖରେ ଏହି ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ୫ଜଣିଆ ସାମ୍ବିଧାନିକ ପୀଠ । ତେବେ ପରକିୟା ପ୍ରୀତି ପ୍ରମାଣିତ ହେଲେ ଛାଡପତ୍ର ଦେଇପାରିବେ ବୋଲି କହିଛନ୍ତି କୋର୍ଟ । ଆଇପିସି ଧାରା ୪୯୭ ଅନୁଯାୟୀ ପରକିୟା ପ୍ରୀତି ରଖିଲେ କେବଳ ପୁରୁଷ ମାନଙ୍କୁ ଅପରାଧୀ ବିବେଚନା କରାଯାଉଥିଲା । ଏହା ବିରୋଧରେ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଥିଲା ।

ସମଲିଙ୍ଗୀ ସମ୍ପର୍କ ଅପରାଧ ନୁହେଁ 

ସୁପ୍ରିମକୋର୍ଟ ଏହି ଐତିହାସିକ ରାୟ ଶୁଣାଇଛନ୍ତି । କୋର୍ଟ କହିଛନ୍ତି ଯେ ସମଲିଙ୍ଗୀମାନଙ୍କର ବି ସମ୍ମାନର ସହ ବଂଚିବାର ଅଧିକାର ଅଛି । ମୁଁ ଯେମିତିକା ମତେ ସେହି ରୂପରେ ଗ୍ରହଣ କରାଯାଉ ବୋଲି ସୁପ୍ରିମକୋର୍ଟ ପ୍ରଧାନବିଚାରପତି ଜଷ୍ଟିସ ଦୀପକ ମିଶ୍ର ଏହି ରାୟରେ କହିଛନ୍ତି । ଉଲ୍ଲେଖଯୋଗ୍ୟ, ପୂର୍ବରୁ ବିଭିନ୍ନ ମହଲର ଯୁକ୍ତି ଶୁଣିବା ପରେ ନିକଟରେ ସୁପ୍ରିମକୋର୍ଟ ଧାରା ୩୭୭ର ଉଚ୍ଛେଦ ପାଇଁ ସଂକେତ ଦେଇଥିଲେ । ସମଲିଙ୍ଗୀ ସଂପର୍କକୁ ନେଇ ରହିଥିବା ଅପରାଧ ଦିଗକୁ ଯଦି ହଟାଇ ଦିଆଯାଏ, ତେବେ ସମଲିଙ୍ଗୀ ସଂପର୍କ ସ୍ଥାପନ କରୁଥିବା ଲୋକମାନଙ୍କୁ ସମାଜରେ ଯେଉଁଭଳି ଭାବେ ବିରୋଧ କରାଯାଉଛି ଏବଂ ସେମାନଙ୍କୁ ନେଇ ଲୋକଙ୍କ ମନରେ ଯେଉଁ ଧାରଣା ରହୁଛି, ତାହା ଆଉ ରହିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଥିଲେ।