ଜନ୍ମଦିନ ଉତ୍ସବ ପାଲଟିଲା ଆତଙ୍କ ନଗରୀ ! ଫଟୋ ହେଲା ଭାଇରାଲ

59

ସାଧାରଣତଃ ସବୁ ବାପାମାଆ ଚାହାଁନ୍ତି ତାଙ୍କ ପିଲାଙ୍କ ପ୍ରତିଟି ଜନ୍ମ ଦିବସକୁ ସବୁଦିନ ପାଇଁ ତାଜା କରି ରଖିବାକୁ ଆଉ ଯେଉଁଥି ପାଇଁ ସେମାନେ ଫଟୋମାଧ୍ୟମରେ ଏହାକୁ ସାଇତି ରଖିବାକୁ ଚେଷ୍ଟା କରିଥାନ୍ତି । କିନ୍ତୁ ଆଜି ଆମେ ଯେଉଁ ଜନ୍ମଦିନ ଉତ୍ସବ କଥା କହୁଛୁ ତା ସଂପର୍କରେ ଆପଣ ଜାଣିଲେ ଚକିତ ହୋଇଯିବେ ।

ତାଜା ସୂଚନା ମୁତାବକ, ଏକ ଛୋଟ ପିଲାର ଜନ୍ମଦିନ ଉତ୍ସବରେ ଯେତେବେଳେ ତାଙ୍କ ପରିବାର ଲୋକେ ତାର ଫଟୋ ଉଠାଇଥିଲେ ସେତେବେଳେ ତାଙ୍କୁ ଫଟୋରେ ପିଲା ବ୍ୟତୀତ ଅନ୍ୟ କାହାର ଛବି ଦେଖାଦେଇ ନଥିଲା ମାତ୍ର ଯେତେବେଳେ ଫଟୋଟିକୁ ଗମ୍ଭୀରତାର ସହ ଦେଖିଥିଲେ ସେତେବେଳେ ସେ ଯାହା ଦେଖିବାକୁ ପାଇଥିଲେ ତାହା ତାଙ୍କୁ ପୁରା ଅବାକ୍ କରି ଦେଇଥିଲା ।

ତେବେ ଫଟୋଟିରେ ସେମାନେ ଦେଖିଥିଲେ ଏକ ଛାୟା । ତେବେ ଏହି ଛାୟାକୁ ଦେଖି ସେ ଜାଣିପାରିଥିଲେ କି ଏହି ଛାୟାଟି ଥିଲା ପିଲାଟିର ମୃତ ଅଜାଙ୍କର । ଖାଲି ସେତିକି ନୁହେଁ ତାଙ୍କର ଜଣେ ପଡୋଶୀଙ୍କର ଛବି ମଧ୍ୟ ଦେଖିବାକୁ ମିଳିଥିଲା ଯାହାଙ୍କର କିଛି ଦିନ ପୂର୍ବରୁ ହିଁ ମୃତ୍ୟୁ ହୋଇ ଯାଇଛି । ଯଦିଓ ଏନେଇ କୌଣସି ଅଧିକ ସୂଚନା ମିଳିପାରି ନାହିଁ ତେବେ ଡୋପକ୍ଲେସ ନାମକ ଜଣେ ବ୍ୟକ୍ତି ଏହି ଫଟୋକୁ ପୋଷ୍ଟ କରିଛନ୍ତି । ଯାହା ଏବେ ସୋସିଆଲ ମିଡିଆ ଭାଇରାଲ ହୋଇଛି ।