ସିସିଟିଭିରେ କଏଦ୍ ହେଲା ଭୂତ ! ଆମେରିକାର ବର୍ଜିନିୟା ସହରରେ ଥିବା ଏକ ଘରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ

61

ବର୍ତ୍ତମାନର ସମୟ ବିଜ୍ଞାନର ସମୟ । ମାତ୍ର ଆଜି ମଧ୍ୟ ବିଶ୍ୱର ଅଧିକାଂଶ ଲୋକ ଭୂତ, ପ୍ରେତ ଓ ଆତ୍ମାଙ୍କ ସ୍ଥିତି ଜାହିର କରିବା ସହ ସେମାନଙ୍କ ସହ କଥାବାର୍ତ୍ତା କରୁଥିବାର ଦାବି କରନ୍ତି । ଯଦିଓ କିଛି ଲୋକ ଏହାକୁ ଅସ୍ୱୀକାର କରିଥାନ୍ତି କିନ୍ତୁ ଆଉ କିଛି ଲୋକ ମଧ୍ୟ ଏହାକୁ ସତ ବୋଲି କହିଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏଭଳି ଏକ ଘଟଣା ସଂପର୍କରେ ଜଣାଇବୁ ଯାହା ଆପଣଙ୍କୁ ମିଛ ଲାଗୁଥିଲେ ମଧ୍ୟ ଏହା ବାସ୍ତବରେ ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ, ଆମେରିକାର ବର୍ଜିନିୟା ସହରରେ ବାସକରୁଥିବା ବିଲ୍ ଓ ଚେରଲି ୱେଲଥିଙ୍କ ଘରେ ଦେଖିବାକୁ ମିଳିଛି ଏକ ଏଭଳି ଦୃଶ୍ୟ ଯାହା ସମସ୍ତଙ୍କୁ ଚକିତ କରିଦେଇଛି । କେହି ମଧ୍ୟ ଏହାକୁ କୌଣସି ଆତ୍ମାର ଛାୟା ବୋଲି କହିଛନ୍ତି । ତେବେ ତାଙ୍କ କହିବା କଥା ହେଲା, ଦିନେ ସେମାନେ କୌଣସି କାମରେ ବାହାରକୁ ଯାଇଥିଲେ । ଘରେ କେବଳ ଥିଲା ତାଙ୍କ ପୁଅ ଏବଂ କୁକୁର । ଆଉ ଏହି ସମୟରେ ସେ ଘରେ ଦେଖିବାକୁ ପାଇଥିଲେ ଏକ ଛାୟାର ଦୃଶ୍ୟ । ଅର୍ଥାତ୍ ଯେତେବେଳେ ସେ ଘରର ସିସିଟିଭି ଫୁଟେଜ୍ ଚେକ୍ କରିଥିଲେ ସେଥିରେ ସେ ଯାହା ଦେଖିବାକୁ ପାଇଥିଲେ ତାହା ଯେତିକି ଆଶ୍ଚର୍ଯ୍ୟକର ଥିବା ସେତିକି ମଧ୍ୟ ଭୟଙ୍କର ରହିଥିଲା । କାରଣ ସେ ସିସିଟିଭିରେ ଦେଖିବାକୁ ପାଇଥିଲେ ଏକ ଛାୟା । ଯାହା ତାଙ୍କ କୁକୁର ଓ ପୁଅ ପଛେ ପଛେ ଚାଲୁଥିବାର ଦୃଶ୍ୟପଟ ହେଉଥିଲା । ଆଉ ଏହି ଛାୟା ଜଣେ ମହିଳାଙ୍କର ଥିଲାବୋଲି ଜଣାପଡୁଥିଲା । ପ୍ରଥମେ ତାଙ୍କ କଥାକୁ କେହି ବିଶ୍ୱାସ କରି ନଥିଲେ ମାତ୍ର ଯେତେବେଳେ ସିସିଟିଭି ଫୁଟେଜକୁ ଦେଖିଥିଲେ ଏହାକୁ ବିଶ୍ୱାସ ନକରି ରହିପାରି ନଥିଲେ ।

ତେବେ, ଏଠାରେ ଆମେ କହି ରଖୁଛୁ ଯେ, ବିଲ୍ ଓ ଚେରଲି ୱେଲଥିଙ୍କ ଘର ସେହିଠାରେ ନିର୍ମାଣ କରାଯାଇଛି ଯେଉଁଠାରେ କି ପୂର୍ବରୁ ହୋଇଥିବା ଗୃହ ଯୁଦ୍ଧରେ ମୃତ୍ୟୁବରଣ କରିଥିବା ଲୋକଙ୍କୁ ସମାଧି ଦିଆଯାଇଥିଲା । ଆଉ ଏହି କାରଣରୁ ସେହି ଘରେ ଭୂତ ପ୍ରେତଙ୍କ ବାସ ଦେଖିବାକୁ ମିଳିଛି ।