ଚର୍ଚ୍ଚାରେ ଏକ୍ସ-ରେ ଗର୍ଲ ନତାସା ! ଶରୀର ଦେଖି ସବୁ କିଛି କହିଦିଅନ୍ତି ଯାହା ବିଷୟରେ ଆପଣଙ୍କୁ ମଧ୍ୟ ଜଣା ନଥିବ

178

ଏଭଳି ଏକ ବିରଳ ଘଟଣା ଦେଖିବାକୁ ମିଳିଛି ଋଷ ଦେଶରେ । ଜଣେ ୧୭ ବର୍ଷୀୟ ନତାସା ଡେମକିନା ବିଶ୍ୱର ଏକ୍ସ-ରେ ଗର୍ଲ ରୂପରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଯିଏ ବି ଏହି ଯୁବତୀଙ୍କ ବିଷୟରେ ଶୁଣୁଛନ୍ତି ସେ ହୋଇଯାଇଛନ୍ତି ବିସ୍ମୟ । ତେବେ ନତାସାଙ୍କ କହିବା କଥା ହେଲା ତାଙ୍କର ଆଖିରେ ଏକ୍ସ-ରେ ଭଳି ପାୱର ରହିଛି ।
ନତାସାଙ୍କ କହିବା କଥା ହେଲା, ତାଙ୍କର ଏହି ପାୱର କାରଣରୁ ସେ କୌଣସି ବି ବ୍ୟକ୍ତିର ଶରୀରର ଥିବା ଛୋଟ ଛୋଟ ଅଙ୍ଗ ପ୍ରତ୍ୟଙ୍ଗଙ୍କୁ ସହଜରେ ଦେଖିବାରେ ସଫଳ ହୋଇପାରିଛନ୍ତି । ଖାଲି ସେତିକି ନୁହେଁ ସେ ଶରୀର ଦେଖି ତାଙ୍କ ଭିତରେ ଥିବା ବିଭିନ୍ନ ସମସ୍ୟାକୁ ମଧ୍ୟ ଚିହ୍ନଟ କରିପାରନ୍ତି । ତେବେ ନତାସାଙ୍କ ଏପରି ଦାବିକୁ ପ୍ରମାଣିତ କରିବାକୁ ବିଶ୍ୱର ଅନେକ ବୈଜ୍ଞାନିକମାନେ ତାଙ୍କ ଆଖିର ଯାଂଚ କରିଥିଲେ । ଆଉ ଯାହାକୁ ଦେଖି ସେମାନେ ମଧ୍ୟ ହୋଇଯାଇଥିଲେ ଆଶ୍ଚର୍ଯ୍ୟ । ଯଦିଓ କେହି ନତାସାଙ୍କ ନିକଟରେ ଥିବା ଏଭଳି ଅଲୌକିକ ଶକ୍ତିର ପ୍ରକୃତ ରହସ୍ୟ ଖୋଜି ବାହାର କରି ପାରି ନାହାଁନ୍ତି । ମାତ୍ର ତାଙ୍କର ଏଭଳି ବିରଳ ଶକ୍ତିକୁ ପ୍ରଶଂସା ମଧ୍ୟ କରିଛନ୍ତି ।
ବର୍ତ୍ତମାନ ପର୍ଯ୍ୟନ୍ତ ନତାସା ଯେଉଁ ଯେଉଁ ଲୋକଙ୍କୁ ପରକ୍ଷୀ ସେମାନଙ୍କ ସମସ୍ୟା ସଂପର୍କରେ ଯାହା ବି କହିଛନ୍ତି ସେ ସମସ୍ତ ବାସ୍ତବ ରୂପରେ ସତ୍ୟ ଭାବରେ ପ୍ରମାଣିତ ହୋଇଛି । ନତାସ ଯେଉଁ ଲୋକର ଶରୀରକୁ ଯାଂଚ କରିଥାନ୍ତି ପ୍ରଥମେ ଉକ୍ତ ବ୍ୟକ୍ତିର ସମସ୍ୟା ଉପରେ ସଂପୂର୍ଣ୍ଣ ବୁଝାଇ କହିଥାନ୍ତି ଓ ପରେ ତାଙ୍କର ପ୍ରକୃତ ରୋଗ ବିଷୟରେ କହିଥାନ୍ତି । ତେବେ ଅଧିକାଂଶ ସମୟରେ ଏଥିପାଇଁ ତାଙ୍କୁ କିଛି ସମୟ ଲାଗିଥାଏ । ଶୁଣିବାକୁ ମିଳିଛି ନତାସା ଏ ଯାବତ୍ ଅନେକ ଲୋକଙ୍କୁ ଭେଟିବା ସହ ତାଙ୍କୁ ଉପଯୁକ୍ତ ଭାବରେ ପରକ୍ଷି ତାଙ୍କ ରୋଗସଂପର୍କରେ ଅବଗତ କରାଇବାରେ ସଫଳ ହୋଇଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-