ସରକାରଙ୍କ ଏହି ଫର୍ମ ଭରିଲେ ଆପଣଙ୍କୁ ମିଳିବ ୧୦ ହଜାର ଟଙ୍କା । ଆବେଦନ କରିବାର ଆଜି ହେଉଛି ଶେଷ ତାରିଖ । ତେବେ ଜାଣନ୍ତୁ ଫର୍ମ ଭରିବାର ପୂରା ପ୍ରକ୍ରିୟା
ସ୍ୱଚ୍ଛ ଭାରତ ସମର ଇଂଟର୍ନସିପ ପରେ ଉଭୟ ଇଲେକ୍ଟୋରନିକ୍ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ମଧ୍ୟ ଯୁବପିଢୀଙ୍କ ପାଇଁ ଡିଜିଟାଲ ଇଣ୍ଡିଆରେ ଇଂଟର୍ନସିପ କରିବାର ସୁଯୋଗ ଆଣିଛନ୍ତି । ଏହାଦ୍ୱାରା ଆପଣଙ୍କୁ ପ୍ରତିମାସ ୧୦ ହଜାର ଟଙ୍କା ପ୍ରଦାନ କରାଯିବ । ଏହି ଇଂଟର୍ନସିପ କରିବା ପାଇଁ ଆପଣଙ୍କୁ ଇଂଜିନିୟରିଂର ଦ୍ୱିତୀୟ କିମ୍ବା ତୃତୀୟ ବର୍ଷ ଛାତ୍ର ହେବା ନିହାତି ଦରକାର କିମ୍ବା ଆପଣ ନିକଟରେ ଯେଉଁ ଡିଗ୍ରି ହାସଲ କରିଛନ୍ତି ସେଥିରେ ଆପଣଙ୍କୁ ପାଖାପାଖି ୬୦ ପ୍ରତିଶତ ଅଙ୍କ ମିଳିଥିବା ଦରକାର ।
Kanak News is now on WhatsApp
Join and get latest news updates delivered to you via WhatsApp
ଏହି ଇଂଟର୍ନସିପ ବର୍ଷକୁ ଦୁଇ ଥର ଲେଖାଏଁ କରାଯିବ । ପ୍ରଥମଟି ଖରା ଦିନେ ତଥା ମଇ ଏବଂ ଜୁନ ମାସ ସମୟରେ ଏବଂ ଅନ୍ୟଟି ଶୀତ ଦିନ ତଥା ଡିସେମ୍ବରରୁ ଜାନୁଆରୀ ମଧ୍ୟରେ । ଏହି ଇଂଟର୍ନସିପର ଅବଧି ଅତି କମରେ ଦୁଇ ମାସ ରଖାଯଆଇଛି । ଯାହାକୁ ୩ମାସ ପର୍ଯ୍ୟନ୍ତ ମଧ୍ୟ ବଢାଯାଇ ପାରିବ । ଏହି ଇଂଟର୍ନସିପ ପାଇଁ ଆପଣ ଅନଲାଇନ ଜରିଆରେ ଆବେଦନ କରିପାରିବେ । ଏଥିପାଇଁ ଆପଣଙ୍କୁ http://meity.gov.in/schemesକୁ ଯାଇ ଆବେଦନ କରିବାକୁ ପଡିବ । ଛାତ୍ରଛାତ୍ରୀ ଙ୍କ ଚୟନ ସମ୍ବନ୍ଧିତ ବିଭାଗ ହିଁ କରିବ । ଏଥିପାଇଁ ସଂସ୍ଥା ଆପଣଙ୍କର ଇଂଟରଭିୟୁ ବି ନେଇପାରେ ।
ଏଠାରେ ଆମେ କହି ରଖୁଛୁ କି, ଇଟର୍ନସିପର ଅର୍ଥ ଏହା ନୁହେଁ କି ଆପଣଙ୍କୁ ଏଠାରେ ଚାକିରି ମିଳିଯିବ । ଇଂଟର୍ନସିପର ସାର୍ଟିଫିକେଟ୍ ବିଭାଗ ଆପଣଙ୍କର ଇଂଟର୍ନସିପ ଶେଷ ହେବା ପରେ ଯାଇ ମିଳିବ । ଇଂଟର୍ନସିପ ଶେଷରେ ଆପଣଙ୍କୁ ଏକ ରିପୋର୍ଟ ଦେବାକୁ ମଧ୍ୟ ପଡିବ । ଇଂଟର୍ନସିପ କରିବା ପାଇଁ ଆବେଦନ କରିବାର ଶେଷ ତାରିଖ ୨୩ ମଇ ୨୦୧୮ ତଥା ଆଜି । ଇଂଟର୍ନସିପ ୧୧ଜୁନ ୨୦୧୮ରୁ ୧୦ ଅଗଷ୍ଟ ୨୦୧୮ ମଧ୍ୟରେ ହେବ । ତେବେ ଅଧିକ ସୂଚନା ପାଇଁ ଆପଣ http://meity.gov.in/schemesକୁ ଯାଇ ପାଇପାରିବେ । ଧ୍ୟାନ ରଖିବେ ସମସ୍ତ ନିୟମ ଏବଂ ସର୍ତ ପଢିବା ପରେ ହିଁ ଇଂଟର୍ନସିପ ପାଇଁ ଆବେଦନ କରନ୍ତୁ, ଯାହାଦ୍ୱାରା ଆପଣଙ୍କୁ କୌଣସି ବି ସମସ୍ୟାର ସାମ୍ନା କରିବାକୁ ନପଡେ ।