ନକ୍ସଲ ହିଂସା! ୫ ବର୍ଷରେ ୫୯୬୦ ଘଟଣା, ୨୨୫୭ ମୃତ । କିଏ ଏଥିପାଇଁ ଦାୟୀ?

21

ଛତିଶଗଡର ସୁକମାରେ ହୋଇଥିବା ନକ୍ସଲ ହମଲା ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଗତ ୫ ବର୍ଷ ମଧ୍ୟରେ ୫୯୬୦ଟି ମାଓବାଦୀ ହିସାଂ ଘଟଣା ଘଟିଛି । ଏଥିରେ ୧୨୨୧ ସାଧାରଣ ନାଗରିକ, ୪୫୫ ସୁରକ୍ଷାକର୍ମୀ, ୫୮୧ ନକ୍ସଲଙ୍କ ଜୀବନ ଯାଇଛି । ଆଶା କରାଯାଇଥିଲା ନୋଟବନ୍ଦୀ ପରେ ନକ୍ସଲ ସଂଗଠନକୁ ସବୁଠାରୁ ବଡ ଧକ୍କା ଲାଗିଛି । ହେଲେ ସୁକମା ଘଟଣା ଏହାକୁ ଭୁଲ ପ୍ରମାଣିତ କରିଛି । କୁହାଯାଉଛି, ଗୁଇନ୍ଦା ବିଭାଗର ବିଫଳତା ପାଇଁ ଘଟିଛି ଏତେବଡ ଘଟଣା ।

ଗୃହ ମନ୍ତ୍ରାଳୟର ତଥ୍ୟ ଅନୁସାରେ ୨୦୧୨ ରୁ ୨୮ ଅକ୍ଟୋବର ୨୦୧୬ ମଧ୍ୟରେ ନକ୍ସଲ ହିଂସାରେ ୯୧ ଟେଲିଫୋନ ଏକ୍ସଚେଂକ ବା ଟାୱାର ଧ୍ୱଂସ ହୋଇଥିଲା । ୨୩ ସ୍କୁଲ ଆସିଥିଲା ଟାର୍ଗେଟକୁ ।

ଗୁଇନ୍ଦା ବିଭାଗର ବିଫଳତା ପାଇଁ ଏତେ ବଡ ଘଟଣା ଘଟିଥିବା କୁହାଯାଉଛି । ନକ୍ସଲଙ୍କ ସବୁ ଗତିବିଧି ଉପରେ ନଜର ରଖିବା ପାଇଁ ବସ୍ତର ଅଂଚଳରେ ସ୍ୱତନ୍ତ୍ର ଟିମ କାମ କରୁଛି । ପ୍ରତି କାର୍ଯ୍ୟକଳାପ ବାବଦରେ ସୂଚନା ସଂଗ୍ରହ କରିବା ଏହି ଟିମର କାମ । ଏହାରି ଆଧାରରେ ହିଁ ସୁରକ୍ଷାକର୍ମୀ ନିଜ ଯୋଜନା ତିଆରି କରିଥାନ୍ତି । କୁହାଯାଉଛି. ଲଗାତର ଅଦଳବଦଳ ଭିତରେ ଦକ୍ଷ ଅଧିକାରୀ ପୋଲିସ ମୁଖ୍ୟାଳୟରେ ଦାୟିତ୍ୱ ତୁଲାଇଉଛନ୍ତି । ଫଳରେ ଗୁଇନ୍ଦା ସୂଚନା ମିଳିବାରେ ବିଫଳତା ସାମ୍ନାକୁ ଆସୁଛି ।