ଆତ୍ମହତ୍ୟା କରିବା ପୂର୍ବରୁ ବ୍ୟକ୍ତିଙ୍କଠାରେ ଦେଖାଦେଇଥାଏ ଏଭଳି କିଛି ପରିବର୍ତ୍ତନ ! ଜାଣନ୍ତୁ ଆତ୍ମହତ୍ୟାର କିଛି ଲକ୍ଷଣ

40

ଗତ କିଛି ମାସ ହେବ ଆତ୍ମହତ୍ୟାକୁ ନେଇ ଅନେକ ମାମଲା ସାମ୍ନାକୁ ଆସିଛି । ସେ ଆଧ୍ୟାତ୍ମିକ ଗୁରୁ ଭୟୁଜୀ ମହାରଜଙ୍କ ଆତ୍ମହତ୍ୟା ହେଉ ଅବା ବୁରାଡିରେ ଘଟିଥିବା ସାମୂହିକ ଆତ୍ମହତ୍ୟା ହେଉ । ପ୍ରତିଦିନ, ପ୍ରିତି ମାସରେ ଏପରି ଅନେକ ଆତ୍ମହତ୍ୟା ଘଟଣା ସମ୍ନାକୁ ଆସିଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏକ ରିପୋର୍ଟ ଅନୁସାରେ, ପ୍ରତି ବର୍ଷ ପ୍ରାୟ ୮ଲକ୍ଷ ଲୋକ ଆତ୍ମହତ୍ୟା କରି ନିଜ ଜୀବନକୁ ନଷ୍ଟ କରିଦେଇଥାନ୍ତି । ତେବେ ସବୁଠାରୁ ଆଶ୍ଚର୍ଯ୍ୟ କରିଦେଲା ଭଳି କଥା ହେଉଛି କି, ୧୫ ବର୍ଷ ରୁ ୨୯ ବର୍ଷ ବୟସର ଲୋକମାନେ ଅଧିକାଂଶ ଏହାର ଶିକାର ହେଉଛନ୍ତି । ମିଳିଥିବା ରିପୋର୍ଟ ଅନୁଯାୟୀ ଆତ୍ମହତ୍ୟା ସବୁ ଦେଶ ଏବଂ ରାଜ୍ୟରେ ହେଉଛି । କିନ୍ତୁ ଗତ କିଛି ମାସ ହେବ ଏହାର ସଂଖ୍ୟା ବଢିଯାଇଛି । ସାଧାରଣତଃ ଯୁବପୀଢିମାନେ ଅଧିକ ଆତ୍ମହତ୍ୟା କରୁଥିବା ଘଟଣା ଏକ ଗଣନାରୁ ସାମ୍ନାକୁ ଆସିଛି ।

ରିପୋର୍ଟରେ ଏହା ମଧ୍ୟ ଲେଖାଯାଇଛି କି, ୨୦ ପ୍ରତିଶତ ମହିଳା ବିଷ ଖାଇ ଆତ୍ମହତ୍ୟା କରିବାର ଉପାୟକୁ ବାଛି ନେଇଥାନ୍ତି । ସାଧାରଣତଃ ଏହି ମହିଳାମାନେ ଗ୍ରାମିଣ ଅଞ୍ଚଳର ହୋଇଥିବାର ଜଣା ପଡିଛି । କେବଳ ସେତିକି ନୁହେଁ ଆତ୍ମହତ୍ୟା କରିବା ପାଇଁ କିଛି ଲୋକେ ଫାଶୀ କିମ୍ବା ବନ୍ଧୁକକୁ ମଧ୍ୟ ଆପଣାଇଥାନ୍ତି । ବିକଶିତ ଦେଶରେ ଅଧିକାଂଶ ଲୋକ ମଦ୍ୟପାନ କରିଥାନ୍ତି ଯାହା ଦ୍ୱାରା ଲୋକଙ୍କ ମୃତ୍ୟୁ ହୋଇଥାଏ । ଏହାକୁ ମଧ୍ୟ ଏକ ପ୍ରକାର ଆତ୍ମହତ୍ୟା ହିଁ କୁହାଯାଉଛି ।

ଆତ୍ମହତ୍ୟାର ଲକ୍ଷଣ 

କୌଣସି ବି ବ୍ୟକ୍ତିଙ୍କୁ ଆତ୍ମହତ୍ୟା କରିବାରୁ ତାଙ୍କ ପରିବାର, ବନ୍ଧୁ ଏବଂ ସହକର୍ମୀ ଚାହିଁଲେ ବଞ୍ଚାଇ ପାରିବେ । ଏପରି ପରିସ୍ଥିତିରେ ମାନସିକ ରୋଗୀଙ୍କ ଗତିବିଧି ଉପରେ ନଜର ରଖିବା ସହ ତାଙ୍କ ସହ କିଛି ଦିନ ସମୟ ବିତାଇ ଆତ୍ମହତ୍ୟା କରିବାରୁ ରୋକାଯାଇ ପାରିବ । ଯଦି କୌଣସି ବ୍ୟକ୍ତି ଉଦାସ ରହୁଛନ୍ତି , କାମରେ ମନ ଲାଗୁନି, ଭୋକ ଲାଗୁନାହିଁ, ନିଦ ହେଉନଥିବା ଏବଂ ଏକାଗ୍ରତାରେ କମି ଭଳି କୌଣସି ପ୍ରକାର ନଜର ଆସେ ତେବେ ତାଙ୍କ ସହ ସମୟ ବିତାଇ ତାଙ୍କୁ ବୁଝାଇବା ଆବଶ୍ୟକ । ମୋଟାମୋଟି ଭାବେ କହିବାକୁ ଗଲେ ମାନସିକ ରୋଗ କାରଣରୁ ଅଧିକାଂଶ ଲୋକ ଆତ୍ମହତ୍ୟା କରୁଛନ୍ତି ।