ଖୋଲିଲା ନେତାଜୀଙ୍କ ମୃତ୍ୟୁର ରହସ୍ୟ! ଦୁର୍ଘଟଣା ନା ଷଢଯନ୍ତ୍ର ଜାଣନ୍ତୁ ଏହାର ବାସ୍ତବ କାହାଣୀ

52

୭୦ ଦଶକରୁ ବନ୍ଦ ହୋଇ ପଡିଛି ନେତାଜୀଙ୍କ ମୃତ୍ୟୁର ରହସ୍ୟ । ତେବେ କଣ ନେତାଜୀଙ୍କ ମୃତ୍ୟୁ ଏକ ଦୁର୍ଘଟଣା ଥିଲା ନା ଏହା ଥିଲା ଏକ ସୁପରିକଳ୍ପତ ହତ୍ୟାକାଣ୍ଡ ? କଣ ତାଙ୍କ ମୃତ୍ୟୁ ଏକ ବିମାନ ଦୁର୍ଘଟଣାରେ ହୋଇଥିଲା ନା ସେ ୧୯୮୫ ପର୍ଯ୍ୟନ୍ତ ଜୀବିତ ଥିଲେ ? ତେବେ ଏହା ଏକ ଏଭଳି ରହସ୍ୟ ଯାହା ପ୍ରତ୍ୟେକ ଭାରତୀୟଙ୍କ ମନରେ ଏକ ପ୍ରଶ୍ନ ହୋଇ ରହିଯାଇଛି । ତେବେ ଆଜି ଆମେ ଏହି ରହସ୍ୟର ପରଦା ଉଠାଇବାକୁ ଯାଇ ଆପଣଙ୍କ ସାମ୍ନାରେ ଏହାର ସତ୍ୟ ଉପସ୍ଥାପନା କରିବୁ । ତେବେ ଆସନ୍ତୁ ଜାଣିବା ଏସଂପର୍କରେ ଅଧିକ ସୂଚନା ।

କାହାଣୀ ଆରମ୍ଭ ହୁଏ ୧୯୪୫ରୁ, ଯେତେବେଳେ ସାରା ଦୁନିଆ ଦ୍ୱିତୀୟ ବିଶ୍ୱ ଯୁଦ୍ଧରେ ଗତି କରୁଥିଲା । ସେତେବେଳେ ଭାରତବର୍ଷ ସ୍ୱାଧିନତାର ଅନ୍ତିମ ପର୍ଯ୍ୟାୟରେ ଥିଲା । ନେତାଜୀ ଏହି ସମୟରେ ସିଙ୍ଗାପୁରରେ ନିଜର ଆଜାଦ୍ ହିନ୍ଦ ଫୌଜ୍ ଆନ୍ଦୋଳନର ଆରମ୍ଭ କରିଥିଲେ । ଏହା ଜରିଆରେ ସେ ଚାହିଁଥିଲେ ଦେଶକୁ ଗୋରା ସରକାରଙ୍କ କବଳରୁ ରକ୍ଷା କରିବାକୁ ଏବଂ ଏଥିପାଇଁ ସେ ପ୍ରାଣପ୍ରଣେ ଚେଷ୍ଟା ମଧ୍ୟ କରିଥିଲେ ମାତ୍ର ସେ ଏଥିରେ ବିଫଳ ହୋଇଥିଲେ । ଏହାପରେ ନେତାଜୀ ସିଙ୍ଗାପୁରରୁ ୧୬ ଅଗଷ୍ଟ ୧୯୪୫ରେ ବିମାନ ଯୋଗେ ବ୍ୟାଙ୍କକରୁ ଟୋକିଓ ଯିବାକୁ ବାହାରି ପଡିଥିଲେ । ଏହାପରେ ତାଙ୍କ ବିମାନଟି ମଝିରେ ତଥା ସାଇଗୋନରେ ଲ୍ୟାଣ୍ଡିଂ କରିଥିଲା ତେବେ ସେଠାରେ ନେତଜୀଙ୍କୁ ଶେଷ ଥର ପାଇଁ ଦେଖିବାକୁ ମିଳଥିଲା ।

ଶୁଣିବାକୁ ମିଳେ, ସେଠାରେ ନେତାଜୀ ଅବତରଣ କରିବା ପରେ ତାଙ୍କୁ ଜାପାନୀମାନେ ସେହି ବିମାନରେ ଯିବାକୁ ମନା କରି ଦେଇଥିଲେ ଏବଂ ବିମାନରେ ସିଟ୍ ନାହିଁ ବୋଲି କହି ତାଙ୍କୁ ଅନ୍ୟ ଏକ ବିମାନରେ ଏକାକୀ ଯିବାକୁ ବାଧ୍ୟ କରିଥିଲେ । ମାତ୍ର ନେତାଜୀ ଏକା ନ ଯାଇ ତାଙ୍କର କିଛି ସାଥୀଙ୍କ ସହ ବିମାନରେ ଯାତ୍ରା କରିଥିଲେ । ଏହାପରେ, ୧୭ ଅଗଷ୍ଟରେ ତୌରାନ୍ ନାମକ ସହରରେ ଅଟକି ଥିଲା ଏବଂ ପୁଣି ୧୮ ଅଗଷ୍ଟ ସକାଳୁ ସକାଳୁ ଟୋକିଓ ପାଇଁ ବାହାରି ପଡିଥିଲେ । ତେବେ ଯେତେବେଳେ ବିମାନଟି ଉଡାଣ ଭରୁଥିଲା ଠିକ୍ ସେହି ସମୟରେ ହିଁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଆଉ ସେଇଦିନଠାରୁ ତାଙ୍କୁ ମୃତ୍ୟୁ ଘୋଷଣା କରିଦିଆଯାଇଥିଲା ।

ମାତ୍ର ଏପରି ମଧ୍ୟ ଶୁଣିବାକୁ ମିଳିଛି କି, ନେତାଜୀଙ୍କ ମୃତ୍ୟୁ କୌଣସି ବିମାନ ଦୁର୍ଘଟଣାରେ ହୋଇନାହିଁ । କାରଣ ସେ ଟୋକିଓ ନୁହେଁ ବରଂ ଋଷ ଯାଇଥିଲେ ଆଉ ଏସମସ୍ତ ଏକ ସୁକଳ୍ପିତ ଯୋଜନା ଥିଲା । ଯାହାଦ୍ୱାରା ବିରୋଧୀଙ୍କ ଦୃଷ୍ଟିରେ ଏକ ଭ୍ରମ ସୃଷ୍ଟି କରାଯାଇ ପାରିବ ।

ଏହାପରେ ସାମ୍ନାକୁ ଆସିଥିଲା ୧୯୭୫ରେ ଉଠାଯାଇଥିବା ଏହି ଫଟୋ ।ଏହି ଫଟୋଟିରେ ରହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ । ଯେଉଁଥିରେ ନେତାଜୀ ନଜର ଆସିଥିଲେ । ତେବେ ନେତାଜୀଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ଖବର ପ୍ରକାଶ ପାଇବାର ପାଖାପାଖି ୨୧ ବର୍ଷ ପରେ ଏହି ଚିତ୍ର ସାମ୍ନାକୁ ଆସିଥିଲା । ସେହିଭଳି ଶୁଣିବାକୁ ମିଳିଥିଲା ଗୁମନାମୀ ବାବା । ତେବେ ଏହି ବାବାଙ୍କୁ ନେତାଜୀଙ୍କ ସହ ତୁଳନା କରାଯାଇଥିଲା । ଏବଂ କୁହାଯାଏ କି, ଗୁମନାମୀ ବାବା ହିଁ ହେଉଛନ୍ତି ନେତାଜୀ । କାରଣ ,ସେ କେଉଁଠୁ ଆସିଥିଲେ ଏନେଇ କାହା ପାଖରେ କୌଣସି ଖବର ନଥିଲା । ଏଥିସହ ଏହି ବାବା ଜଣଙ୍କ ୟୁପିର ଫରିଦାବାଦରେ ବେଶ ବଦଳାଇ ରହୁଥିଲେ । ଆଉ ସେହିଠାରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା ।