ଏଣିକି ଷ୍ଟାଇଲିସ୍ ଦାଢି ଉପରେ ଲାଗିବ କଟକଣା ! ନିୟମ ନମାନିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

98

ଆଜିକାଲି ଯୁବଗୋଷ୍ଠୀ ଦାଢ଼ି ରଖିବା ପାଇଁ ପସନ୍ଦ କରୁଛନ୍ତି । ଅଧିକ ଦାଢ଼ି ରଖିବା ଏକ ଟ୍ରେଣ୍ଡ ହୋଇଗଲାଣି କହିଲେ ଚଳେ । ଏପରିକି ଦାଢିକୁ ନେଇ ବୈଜ୍ଞାନିକଙ୍କ ମତ ମଧ୍ୟ ରହିଛି କି ଯଦି ପୁରୁଷ ଦାଢି ରଖନ୍ତି ତେବେ ଚର୍ମ ଜନିତ ଅନେକ ସମସ୍ୟାରୁ ରକ୍ଷା ମିଳିଥାଏ । ହେଲେ ପୁରୁଷଙ୍କର ଏହି ଦାଢି ଉପରେ ଏବେ କଟକଣା ଲଗାଇବାକୁ ଯୋଜନା ଚାଲିଛି । ଆଜ୍ଞା ହଁ ! କଥାଟା ହଜମ ନ ହେଉଥିଲେ ବି ଏହା ବାସ୍ତବ ଅଟେ । ତେବେ ଏଭଳି ଅଜବ କଟକଣା ଭାରତର ଶତ୍ରୁଦେଶ ତଥା ପାକିସ୍ତାନରେ କାର୍ଯ୍ୟକାରୀ ହେବାକୁ ଯାଉଛି ।

ସୂଚନା ମୁତାବକ, ପାକିସ୍ତାନରେ ଦାଢିର ଷ୍ଟାଇଲ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଏକ ପ୍ରସ୍ତାବ ପାରିତ ହୋଇଛି । ଏହି ପ୍ରସ୍ତାବରେ ଦାବି କରାଯାଇଛି କି, ଆଜିକାଲି ଯେଉଁଭଳି ଭାବରେ ପାକିସ୍ତାନୀ ଯୁବକମାନେ ‘ଦାଢିର ମଜାକ’ ଉଡାଉଛନ୍ତି ତାହା ଉପରେ ଲଗାମ ଲଗାଯାଉ । ପ୍ରକୃତ କଥା ହେଲା, ପାକିସ୍ତାନୀ ଯୁବକମାନେ ଦାଢିକୁ ଭିନ୍ନ ଭିନ୍ନ ଢଙ୍ଗରେ ତଥା ଷ୍ଟାଇଲରେ କାଟୁଥିବାରୁ ସେଠାକାର ପ୍ରଶାସନ ଏଭଳି ଅଜବ କଟକଣା ଜାରି କରୁଛନ୍ତି ।

ଏହି ପ୍ରସ୍ତାବକୁ ପ୍ରସ୍ତୁତ କରିଥିବା ଆସିଫ୍ ଖୋସା କହିଛନ୍ତି ଯେ ‘ଯୁବଗୋଷ୍ଠୀମାନେ ଫ୍ୟାସନ ନାଁରେ ଦାଢିକୁ ବିଭିନ୍ନ ଡିଜାଇନରେ କାଟୁଛନ୍ତି, ଯାହାକି ଇସଲାମିକ୍ ପରମ୍ପରା ବିରୋଧୀ’ । ତେଣୁ ଷ୍ଟାଇଲିସ ଦାଢିକୁ ନେଇ ବୃଦ୍ଧି ପାଉଥିବା ଟ୍ରେଣ୍ଡ ବିରୋଧରେ ଏଭଳି ଦାବି କରାଯାଇଛି । ଖାଲି ଏତିକି ନୁହେଁ ଏହି ପ୍ରସ୍ତାବରେ ଆହୁରୀ ମଧ୍ୟ କୁହାଯାଇଛି କି, ଏହାକୁ ତୃଣମୂଳ ସ୍ତରରେ ପାଳନ କରିବାକୁ ମଧ୍ୟ ବିଭିନ୍ନ ପ୍ରଶାସନିକ ଅଧିକାରୀଙ୍କୁ କଡା ନିର୍ଦ୍ଦେଶ ଦିଆଯାଇଛି । ଏବଂ ଯଦି କୌଣସି ବ୍ୟକ୍ତି ଏହାକୁ ଉଲ୍ଲଘଂନ କରନ୍ତି ତେବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଏଠାରେ ଆମେ କହି ରଖୁଛୁ କି, ପାକିସ୍ତାନରେ ପାରିତ ହୋଇଥିବା ଏଭଳି ଅଜବ ପ୍ରସ୍ତାବଟି ବହୁମତ ଲୋକଙ୍କୁ ନେଇ ପାସ୍ କରାଯାଇଛି । ଯାହାକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ସୌଜନ୍ୟ: ଅମର ଉଜାଲା