ଭିଡିଓ ହେଲା ଭାଇରାଲ : ଗର୍ଭବତୀ ନର୍ସଙ୍କୁ ମାଡ ମାରିଲେ ଅକାଳୀ ଦଳ ନେତା

24

rrଏମିତି ଏକ ଘଟଣା ଘଟିଛି ପଂଜାବର ଭଘପୁରାନା ସହରରେ ଏକ ପ୍ରାଇଭେଟ ହସ୍ପିଟାଲରେ । ଜଣେ ଗର୍ଭବତୀ ଥିବା ନର୍ସଙ୍କୁ ଜଣେ ବ୍ୟକ୍ତି ଓ ତାଙ୍କ ପୁଅ ମାଡ ମାରିଲା ଘଟଣା ଏବେ ଖୁବ୍ ଚର୍ଚ୍ଚାରେ । ସୂଚନାନୁସାରେ ଏହି ବ୍ୟକ୍ତି ଜଣକ ହେଉଛନ୍ତି ଜଣେ ଅକାଳୀ ଦଳର ନେତା । ଆଲମୱାଲା ସରପଂଚ ପରମଜିତ୍ ସିଂ ଓ ତାଙ୍କ ପୁଅ ଗୁରୁଜିତ୍ ସିଂ ।

ttଏକ ସ୍ଥାନୀୟ ପ୍ରାଇଭେଟ ହସ୍ପିଟାଲରେ ଷ୍ଟାପଙ୍କ ସହ ଯୁକ୍ତିତର୍କ ଲାଗିଥିଲେ ଏବଂ ଜଣେ ନର୍ସଙ୍କୁ ଠେଲି ଦେଇଥିଲେ । ପୁଣି ତାଙ୍କୁ ଜୋରରେ ଆଘାତ କରିଥିଲେ । ଅନ୍ୟ ଷ୍ଟାପମାନେ ସେହି ଉତକ୍ଷିପ୍ତ ସରପଂଚଙ୍କ ଠାରୁ ନର୍ସଙ୍କୁ ବଂଚାଇଥିଲେ । ଆଘାତ ପ୍ରାପ୍ତ ନର୍ସ ଜଣକ ୫ମାସର ଗର୍ଭବତୀ ଥିବା ଜଣାପଡିଛି ଏବଂ ଏହି ଘଟଣାରେ ଖୁବ୍ ଆଘାତ ଲାଗିଛି ତାଙ୍କୁ । ସିସିଟିଭିର ଏହି ଦୃଶ୍ୟ ଏବେ ସୋସିଆଲରେ ଖୁବ୍ ଭାଇରାଲ ହୋଇଛି ।
ପୂରା ଘଟଣାକୁ ଦେଖନ୍ତୁ ଏହି ଭିଡିଓରୁ –