7ଏ ଏମିତି ଏକ ମାନବିକତାର କାହାଣୀ ଯାହା ଆପଣଙ୍କୁ ଭାବବିହ୍ୱଳ କରିଦେବ । ଆଖିର ଲୁହ ବୋଲ ମାନିବନି । ବହିଯିବ ଅଜାଣତରେ ଆଖିରୁ ଲୁହ । କିଏ କହିଲା ସମାଜରୁ ମାନବିକତା ହଜିଯାଇଛି ବୋଲି । ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଏବେ ଭାଇରାଲ ହୋଇଛି ଯାହାକୁ ଦେଖିଲେ ଆପଣ କହିବେ, ହଁ ଏବେବି ମାନବିକତା ବଂଚି ରହିଛି

8ଗୋଟେ ଗରିବ ବାପା ମାଁଙ୍କର ଛୋଟ ପିଲାଟିଏ । ବୟସ ପାଖାପାଖି ହେବ ୩ ବର୍ଷ । ଜୋରରେ ତାକୁ ଭୋକ ଲାଗିଛି । ଅଭାବୀ ଘରେ ମାଁ ବୋଧେ ଦେଇପାରିନି କୁନି ପୁଅକୁ ଖାଇବାକୁ । କଣ କରିବ ସେ । କିଛି ରୋଜଗାର ପାଇଁ ବାପାମାଁ ବୋଧେ ଯାଇଛନ୍ତି ବାହାରକୁ ।

9ଭୋକର ଜ୍ୱାଳାରେ ୩ ବର୍ଷର ସେ ପିଲାଟି ଭିକ ମାଗିବାକୁ ପାଖ ସଡକରେ ବୁଲୁଛି । ରାସ୍ତାରେ ଠିଆହୋଇଥିବା ଏକ କାର ପାଖକୁ ହାତ ପତାଇ କିଛି ମାଗୁଛି ପିଲାଟି । କାର ଭିରର ଲୋକ ଜଣକ କି ବୁଝିବେ ତାର ମନକଥା । ଛୋଟ ପିଲା ବୋଲି ତାଙ୍କୁ ଏକ ଖେଳନା ଦେଉଛନ୍ତି । କିନ୍ତୁ ପିଲାଟିକୁ ଖୁବ୍ ଭୋକ । ଖେଳନାରେ କଣ ବୁଝିବ ମନ । ସେ ଖେଳନାକୁ ଫୋପାଡି ଦେଉଛି …।

ଏହାପରେ ସେଠାରେ ଏକ ହୋଟେଲ  ସାମ୍ନାରେ ଯାଇ ଠିଆ ହେଉଛି ପିଲାଟି । ହୋଟେଲରେ ବସିଥିବା ଜଣେ ସଜ୍ଜନ ବ୍ୟକ୍ତି ତା ପାଖକୁ ଉଠି ଆସୁଛନ୍ତି । ପିଲାଟିକୁ ନେଇ ନିଜ ଅର୍ଡର ଖାଦ୍ୟକୁ ନିଜ ହାତରେ ପିଲାଟିକୁ ଖୁଆଇ ଦେଉଛନ୍ତି । ୱେଟର ବିଲ ଆଣିଛି । ହେଲେ ବିଲ କାଗଜରେ ସ୍ମାଇଲ ଛବି ଥିବା କାଗଜରେ ଲେଖାଅଛି – ୟୁ ଡୋଂଟ ଚାର୍ଜ ଫର ହ୍ୟୁମାନିଟି । ଏହା ପରେ ଯାହା ଘଟିଛି ଆପଣ ମାନବିକତାର ଆଳରେ କୋହ ସମ୍ଭାଳି ରହିପାରିବେନି –
ଏବେ ଦେଖନ୍ତୁ ସେହି ଭିଡିଓ – ଭୋକିଲା ପିଲାର ଭୋକ କାହାଣୀ।