ଫେରାଇଆଣ ଓମରାନକୁ : ଓବାମାଙ୍କୁ ଚିଠି ଲେଖିଲେ ୬ ବର୍ଷର ଶିଶୁ ଏଲେକ୍ସ

36

alexଆମେରିକା ରାଷ୍ଟ୍ରପତି ବାରାକ୍ ଓବାମା ପାଇଛନ୍ତି ଏକ ସ୍ୱତନ୍ତ୍ର ଚିଠି । ହ୍ୱାଇଟ ହାଉସରେ ପହଁଚିଛି ଏକ ୬ ବର୍ଷର କୋମଳ ପିଲାର କରୁଣ ଚିଠି । ଏହି ଚିଠିକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ।

omranଓବାମାଙ୍କୁ ଚିଠି ଲେଖିଥିବା ଏହି ୬ ବର୍ଷର ପିଲାଟି ହେଉଛି ନ୍ୟୁର୍କର ଏଲେକ୍ସ । ଚିଠିରେ ଓବାମାଙ୍କୁ ମାଗିଛି ସାହାଯ୍ୟ । ସିରିଆର ୫ ବର୍ଷର ଶିଶୁ ଓମରାନ ଦକନୀଶକୁ ତାଙ୍କ ଘରେ ଛାଡିଦେବା ପାଇଁ ଚିଠିରେ ଜଣାଇଛି ନିଜର ମନ କଥା । କହିଛି – “ ଓମରାନ ଆମର ଜଣେ ଭାଇ । ତାଙ୍କୁ ଫେରାଇ ଆଣ । ଆମେ ସାଥି ହୋଇ ଖେଳିବୁ । ସେ ଆମ ପରିବାରରେ ରହିବ। ମୋ ସହ ସ୍କୁଲ ଯିବ” 

ketterସିରିଆର ଅଲେପ୍ପୋରେ ବିମାନ ଆକ୍ରମଣ ପରେ ଓମରାନର ଫଟୋ ଭାଇରାଲ ସାଜିଥିଲା । ସେହି ଛୋଟ ଶିଶୁ ଓମରାନର ମୁହଁରେ ରକ୍ତ ଛିଟା ଓ ଧୂଳି ଧୂସରିତ ମୁହଁକୁ ଦେଖିଥିଲା ସାରା ବିଶ୍ୱ। ସମସ୍ତଙ୍କ ହୃଦୟକୁ ବିଗଳିତ କରିଥିଲା ଓମରାନର କରୁଣ ମୁହଁ । ସିରିଆ ଗୃହ ଯୁଦ୍ଧରେ ଆଘାତ ପାଇଥିବା ଓମରାନ ପାଇଁ ଏଲେକ୍ସ ଲେଖିଥିବା ଏହି ଚିଠି ଓବାମାଙ୍କ ହୃଦୟକୁ ତରଳେଇ ଦେଇଛି । ଏଲେକ୍ସର ଏହି ଚିଠି ଏବେ ଇଂଟରନେଟ ଓ ସୋସିଆଲରେ ଭାଇରାଲ ହୋଇଛି ।

ooଓବାମା ଏକ ଭାଷଣରେ ଏହି ଚିଠି ବିଷୟରେ ଅବତାରଣା କରି କହିଛନ୍ତି – ଆମେ ସବୁ ବହୁତ କିଛି ଏହି ଛୋଟ ଶିଶୁ ଏଲେକ୍ସ ଠାରୁ ଶିଖିବାର ଅଛି । ଛୋଟ ଶିଶୁଟେ ହେଲେ ସେ ବୁଝି ପାରିଛି ଅନ୍ୟର ଦୁଃଖ ।
ଆଲେକ୍ସର ସେହି ଚିଠିକୁ ଦେଖନ୍ତୁ ଏହି ଭିଡିଓରୁ –