ସନ୍ତାନଟିଏ ପାଇଁ ୪ବର୍ଷ ଅପେକ୍ଷା : ଏକାଥରେ ୪ଟି ପିଲା ଜନ୍ମ କଲେ ମହିଳା

39

child-born-4_1474558579ବିବାହ ପରେ ନାରୀର ସବୁଠୁ ବଡ ଆଶା ଥାଏ ସନ୍ତାନଟିଏ ପାଇଁ । ସେଥିପାଇଁ ସେ କରିଥାଏ ଅନେକ ପୂଜା ବ୍ରତ ଏବଂ ଅନେକ ମାନସିକ ଓ ପୂଜାପର୍ବ । ସନ୍ତାନଟିଏରେ କୋଳ ଲାଗେ ପୂରିଲା ପୂରିଲା । ହେଲେ ବେଳେବେଳ ଗୋଟିଏ ସନ୍ତାନଟିଏ ବଦଳରେ ଏକାଥରକେ ଚାରି ଚାରିଟି ସନ୍ତାନ ଭଗବାନ ଦେଇଥାନ୍ତି ନାରୀକୁ ।

child-born-5_1474558580ଏ କୈାଣସି ପୁରାଣ ଓ ଗପର କଥାବସ୍ତୁ ନୁହେଁ । ଏମିତି ଏକ ଘଟଣା ଘଟିଛି ମିରଟରେ । ଜଣେ ନାରୀକୁ ବିବାହର ୪ ବର୍ଷ ପରେ ହୋଇଛନ୍ତି ସନ୍ତାନ ପ୍ରସବା । ଗୋଟିଏ ନୁହେଁ ଚାରୋଟି ପିଲାକୁ ଜନ୍ମ ଦେଇଛନ୍ତି । ମିରଟ ଜିଲ୍ଲାର ଖନୈାଦା ଗାଁର ମନିଷ ୪ ବର୍ଷ ତଳେ ଜ୍ୟୋତି ନାମ୍ନୀ ଏକ ଝିଅ ସହ ହୋଇଥିଲା । ୪ ବର୍ଷ ଧରି ସନ୍ତାନ ଟିଏ ପାଇଁ ସ୍ୱାମୀ ସ୍ତ୍ରୀ ଉଭୟଙ୍କୁ ଅପେକ୍ଷା କରିବାକୁ ପଡିଥିଲା । ଅନେକ ଡାକ୍ତରୀ ଚିକିତ୍ସା ପରେବି କିଛି ହୋଇପାରୁନଥିଲା । ଦୁଃଖରେ କଟୁଥିଲା ଦିନ ।

child-born-3_1474558577ହେଲେ ଶେଷରେ ଭଗବାନ ଶୁଣିଥିଲେ ତାଙ୍କ ଡାକ । ଗତ ବୁଧବାର ୭ ମାସର ଗର୍ଭ ପୀଡା ହେବାରୁ ସ୍ଥାନୀୟ ଡାକ୍ତରଖାନରେ ଭର୍ତି ହୋଇଥିଲେ ମନୀଷଙ୍କ ସ୍ତ୍ରୀ । ଆଉ ଜନ୍ମ ହୋଇଥିଲା ୪ଟି ପିଲା । ସେଥିରୁ ୨ଟି କନ୍ୟା ସନ୍ତାନ ଓ ୨ଟି ପୁତ୍ର ଜନ୍ମ ହୋଇଥିଲେ । ଏହାକୁ ସେଠାର ଲୋକେ ଭଗବାନଙ୍କ ଚମତ୍କାରିତା ବୋଲି କହୁଛନ୍ତି । ସେଥିରୁ ଗୋଟିଏ ପିଲା (ପୁତ୍ର ) ଚିକିତ୍ସା ବେଳେ ମରିଯିବା ବେଳେ ଆଉ ୩ଟି ପିଲା ସୁସ୍ଥ ଅଛନ୍ତି ।

ଏହା ସହ ଦେଖନ୍ତୁ – ଆଶ୍ଚର୍ଯ୍ୟ ଘଟଣା : ମଣିଷ ଶରୀରରେ ମାଛ !