ଏସବିଆଇ ପଠାଇବ ଗୋଟିଏ SMS…ଭୁଲରେ ବି କରିବେନି ଡିଲିଟ୍, ନଚେତ ବ୍ଲକ୍ ହୋଇଯିବ ଆପଣଙ୍କ ଆକାଉଣ୍ଟ

41

ଭାରତର ସବୁଠୁ ବଡ ସରକାରୀ ବ୍ୟାଙ୍କ ତଥା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ତରଫରୁ କିଛିଦିନ ହେଲା ଗ୍ରାହକଙ୍କ ନିକଟକୁ ଏକ ଏସଏମଏସ ପଠାଉଛି । ଯେଉଁଥିରେ ବ୍ୟାଙ୍କ ତରଫରୁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି । ଯଦି ଆପଣଙ୍କ ନିକଟକୁ ବି ବ୍ୟାଙ୍କ ତରଫରୁ ଏଭଳି କିଛି ଏସଏମଏସ ଆସିଛି ଆଉ ଆପଣ ତାକୁ ବିନା ପଢି ଡିଲିଟ୍ କରିଦେଇଛନ୍ତି ତେବେ ଆପଣ ଭବିଷ୍ୟତରେ ବଡ ଅସୁବିଧାରେ ପଡପାରନ୍ତି । ଏପରିକି ଆପଣ ଭବିଷ୍ୟତରେ ନିଜ ଖାତାରୁ ଟଙ୍କା କାରବାର କରିନପାରନ୍ତି ।

ଏସବିଆଇ ଏହି ଏସଏମଏସ ଜରିଆରେ ନିଜ ଗ୍ରାହକଙ୍କୁ କେୱାଇସି ପୁରଣ କରିବାକୁ ନିର୍ଦ୍ଦେଶ ଦେଇଛି । ଏସବିଆଇ ଏହି ଏସଏମଏସ ଜରିଆରେ ଆଲର୍ଟ କରି କହିଛି କି, ଯଦି କୌଣସି ଗ୍ରାହକ ବ୍ୟାଙ୍କ ପକ୍ଷରୁ ଦିଆଯାଇଥିବା ଏହି ଏସଏମଏସକୁ ଅଣଦେଖା କରନ୍ତି ତଥା ତେବେ ସେ ନିଜ ଖାତାରୁ ଟଙ୍କା କାରବାର କରିପାରିବେ ନାହିଁ । କାରଣ ଆରବିଆଇ ସମସ୍ତ ବ୍ୟାଙ୍କ ଖାତା ପାଇଁ ବର୍ତ୍ତମାନ କେୱାଇସିକୁ ବାଧ୍ୟତାମୂଳକ ବୋଲି ଘୋଷଣା କରିଛି ।

ଏସବିଆଇ ତରଫରୁ ପଠାଯାଉଥିବା ଏହି ମେସେଜରେ ସ୍ପଷ୍ଟ ଭାବରେ ଲେଖାଯାଇଛି କି, ଭାରତୀୟ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶାନୁସାରେ, ଆପଣଙ୍କ ଖାତାରେ କେୱଇସି ଦସ୍ତାବିଜକୁ ଅପଡେଟ କରାଯିବ । ତେଣୁ ଦୟାକରି ନବୀନତମ କେୱାଇସି ଦସ୍ତାବିଜ ସହିତ ନିଜ ଏସବିଆଇ ଶାଖାରୁ ଯାଇ ଯୋଗାଯୋଗ କରନ୍ତୁ । କାରଣ କେୱାଇସି ପୁରଣ ନକିରବା ଦ୍ୱାରା ଭବିଷ୍ୟତରେ ଆପଣ ଆପଣଙ୍କ ବ୍ୟାଙ୍କ ଖାତା ଉପରେ କୌଣସି ବି ଆର୍ଥିକ କାରବାର କରିପାରିବେ ନାହିଁ । କାରଣ ଏହା ଉପରେ ପ୍ରତିବନ୍ଧକ ଲଗାଇପାରେ ବ୍ୟାଙ୍କ ।

ତେବେ କେୱାଇସି ଅର୍ଥ ହେଲା ‘ନୋ ୟୁଆର କଷ୍ଟୋମର’, ଅର୍ଥାତ୍ ଗ୍ରାହକଙ୍କ ସଂପୂର୍ଣ୍ଣ ସୂଚନା । ଯାହାକୁ କରିବା ସମସ୍ତଙ୍କ ପାଇଁ ଏବେ ନିହାତି ଜରୁରୀ । କାରଣ ଏହାଦ୍ୱାରା ଉଭୟ ବ୍ୟାଙ୍କ ଏବଂ ଗ୍ରାହକଙ୍କ ମଧ୍ୟରେ ଥିବା ସଂପର୍କ ଆହୁରୀ ମଜଭୁତ ବନିଥାଏ । ଏହା ବିନା ନା ତ ଆପଣ କୌଣସି ନିବେଶ କରିପାରିବେ ଏବଂ ନା ହିଁ ବ୍ୟାଙ୍କରେ ଆପଣ ଖାତା ଖୋଲି ପାରିବେ ।