ଏସବିଆଇ କମାଇଲା ସୁଧ ଦର । ଜାଣନ୍ତୁ ଆପଣଙ୍କର କିସ୍ତି ଉପରେ କେତେ ପଡିଲା ଏହାର ପ୍ରଭାବ

34

ଭାରତୀୟ ଷ୍ଟେଟ ବ୍ୟାଙ୍କ ୧୦ ମାସରେ ପ୍ରଥମ ଥର ପାଇଁ ସଂପୂର୍ଣ୍ଣ ମ୍ୟାଚ୍ୟୁରିଟିରେ ୫ଟି ବେସିସ ପଏଂଟ୍ସ (ବିପିଏସ) ପର୍ଯ୍ୟନ୍ତ ଲୋନ ଦରରେ ହ୍ରାସତା ଆଣିଛି । ଏଥିପାଇଁ ନୂଆ ବର୍ଷର ଏମସିଏଲଆର ଏବେ ୭.୯୫ ପ୍ରତିଶତକୁ ହୋଇଛି ।  ଯାହାକି ପୂର୍ବରୁ ୮ ପ୍ରତିଶତ ରହିଥିଲା । ତେବେ ନଭେମ୍ବର ପହିଲାରୁ ହୋମ ଲୋନ ସୁଧଦର ୮.୩୦ ପ୍ରତିଶତ ହେବା ବେଳେ ଅଟୋ ଲୋନ ୭.୭୦ ପ୍ରତିଶତ ହୋଇଛି । ବିମୁଦ୍ରାକରଣ ପରେ ପରେ ବ୍ୟାଙ୍କ ଏବଂ ବିଭିନ୍ନ ଫାଇନାନ୍ସ ସଂସ୍ଥାମାନେ ସେମାନଙ୍କର ସୁଧ ଦରରେ ଲଗାତର ଭାବେ ହ୍ରାସତା ଆଣିଛନ୍ତି । ଯଦି ଆପଣ ନିଶ୍ଚିତ ଦର ଲୋନ ପରିଶୋଧ କରୁଛନ୍ତି ତେବେ ଆପଣ ଚାହିଁଲେ ଗୋଟିଏ ଏମସିଏଲଆର-ଲିଙ୍କଡ ଲୋନରେ ଟ୍ରାନ୍ସଫର କରିପାରିବେ । ଯେଉଁଥିରେ ଆପଣଙ୍କର ଆଗାମୀ ଦିନମାନଙ୍କରେ ଲକ୍ଷାଧିକ ଟଙ୍କା ସଂଚୟ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ତେବେ ଆସନ୍ତୁ ଜାଣିବା ଏସଂପର୍କରେ ଅଧିକ ସୂଚନା ।

ଶସ୍ତା ଲୋନକୁ ତୁରନ୍ତ କରନ୍ତୁ ଟ୍ରାନ୍ସଫର

୧ ଏପ୍ରିଲ ୨୦୧୬ରୁ ନିଆଯାଇଥିବା ସମସ୍ତ ନୂଆ ଅସ୍ଥାୟୀ ଦର ବ୍ୟାଙ୍କ ଲୋନ, ଏମସିଏଲଆର ସହ ଜଡିତ । ଯଦି ଆପଣ ଆପଣଙ୍କର ଲୋନର ସୁଧ ଦରରେ ସନ୍ତୁଷ୍ଟ ନୁହଁନ୍ତି ତେବେ ଆପଣଙ୍କ ନିକଟରେ ଏକ ଏମସିଏଲଆର-ଲିଙ୍କଡ ଲୋନରେ ଟ୍ରାନ୍ସଫର ହେବାର ଅପସନ ରହିଛି । ଏହି ଲୋନ ଆରବିଆଇର ନିଦ୍ଦେଶକ୍ରମେ ନିଜର ସୁଧ ଦରକୁ ରିସେଟ କରିଥାଏ । ଉଦାହରଣ ସ୍ୱରୂପ, ପ୍ରତି ୬ ମାସର ଏହି ଦର ଆପଣା ଛାଏଁ ରିସେଟ ହୋଇପାରେ । ତେବେ ସୁଧ ଦରରେ ଏଭଳି ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଏମସିଏଲଆର ଗ୍ରାହକଙ୍କ ପାଇଁ ବହୁତ ଲାଭଦାୟକ ପ୍ରମାଣିତ ହୋଇଛି । ଯଦି ଆପଣ ଏଥିରେ ଆପଣଙ୍କର ଲୋନ ସିଫ୍ଟ କରିବେ ତେବେ ଆପଣଙ୍କୁ ଟ୍ରାନ୍ସଫର ଏବଂ ଲୋନ ପ୍ରୋସେସିଂର ଚାର୍ଜ ଦେବାକୁ ପଡିବ । ତେଣୁ ଏହା ଆପଣଙ୍କୁ ନିଶ୍ଚୟ ଜଣାଥିବା ଦରାକାର କି ଏହି ଚାର୍ଜ ବା ଖର୍ଚ୍ଚ ଆପଣଙ୍କର ସୁଧରୁ ହେବାକୁ ଥିବା ସଂଚୟ ଠାରୁ ଅଧିକ କି ନୁହେଁ । ଯଦି ଆପଣଙ୍କର ଲୋନ ଏକ ଏନବିଏଫସିରେ ରହିଛି ତେବେ ଆପଣ ବାହାରୁ ଶସ୍ତା ଲୋନ ଖୋଜି ପାରିବେ କିମ୍ବା ଅନଲାଇନ ଉପଲବ୍ଧ ବିଭିନ୍ନ ପ୍ରକାରର ଲୋନ ସହ ତୁଳନା କରିପାରିବେ ।

ପ୍ରଥମେ ମୂଳଧନ ପରିଶୋଧ କରନ୍ତୁ

ଯଦି ଆପଣ ଆପଣଙ୍କର ଲୋନର ସୁଧ ଦରରେ ଖୁସି ନାହାଁନ୍ତି ତେବେ ସୁଧ ଦର କମ ହେବା ଉପରେ ମୂଳଧନର ପ୍ରଥମେ ପରିଶୋଧ କରିବାର ଯୋଜନା ରଖନ୍ତୁ । ଏହାଦ୍ୱାରା ସୁଧ ଖସି ଯାଏଁ ଏବଂ ମୂଳଧନର ପ୍ରଥମେ ପରିଶୋଧ କରିବା ଦ୍ୱାରା ଆପଣଙ୍କୁ ଆପଣଙ୍କର ଲୋନ ବାଲାନ୍ସକୁ କମ କରିବାରେ ବହୁତ ସହାୟତା ମିଳିବ । ଅଧିକ ସୁଧ ଦର ଉପରେ ପରିଶୋଧ କରିବା ତୁଳନାରେ ଏହା ଅଧିକ ଲାଭଦାୟକ ଅଟେ ।

ସୌଜନ୍ୟ- ଜନସତ୍ତା