ଏସବିଆଇ ଦେଲା ଝଟକା: ଏଟିଏମରୁ ଟଙ୍କା ଉଠାଣ ଉପରେ ଲଗାଇଲା ରୋକ୍ , ଏଣିକି ଦିନକୁ ମାତ୍ର ଏତିକି ଟଙ୍କା ଉଠାଇପାରିବେ ଗ୍ରାହକ

12

ପାର୍ବଣ ଋତୁ ଆରମ୍ଭ ନ ହେଉଣୁ ଏସବିଆଇ ଦେଲାଣି ଝଟକା । ଏଟିଏମରୁ ଟଙ୍କା ଉଠାଣ ଉପରେ ପ୍ରତିବନ୍ଧକ ଲଗାଇଲା ଏସବିଆଇ । ଦେଶର ସବୁଠାରୁୁ ବଡ ସରକାରୀ ବ୍ୟାଙ୍କ ତଥା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ ଏଟିଏମରୁ ଦିନକୁ କେତେ ଟଙ୍କା ଉଠାଇପାରିବେ ସେ ନେଇ ଘୋଷଣା କରିଛି । ଯାହାକି ଚଳିତ ମାସ ଶେଷ ତଥା ଅକ୍ଟୋବର ୩୧ରୁ ହିଁ ଲାଗୁହେବାକୁ ଯାଉଛି । ତେବେ ୩୧ ଅକ୍ଟୋବରରୁ ବ୍ୟାଙ୍କ ଗ୍ରାହକ ମାନେ ଦିନକୁ ୨୦ ହଜାର ଟଙ୍କାରୁ ଅଧିକ ଟଙ୍କା ଉଠାଇପାରିବେ ନାହିଁ । ଏଠାରେ ଆମେ କହି ରଖୁଛୁ କି, ବର୍ତ୍ତମାନ ଏହି ସୀମା ୪୦ ହଜାର ଟଙ୍କା ରହିଛି ।

ଏସବିଆଇ ଶାଖାଗୁଡିକୁ ପଠାଯାଇଥିବା ନିର୍ଦ୍ଦେଶାବଳୀ ଅନୁସାରେ, ଏଟିଏମ ଟ୍ରାନଜାକ୍ସନକୁ ନେଇ ଘଟୁଥିବା ବିଭିନ୍ନ ମାମଲାକୁ ଭିର୍ତ୍ତି କରି ଏବଂ ଡିଜିଟାଲ-କ୍ୟାସଲେସ ଟ୍ରାନଜାକ୍ସନକୁ ପ୍ରାଥମିକତା ଦେବା ଉଦ୍ଦେଶ୍ୟରେ କ୍ୟାସ ଉଠାଇବାର ସୀମାକୁ ହ୍ରାସ କରିବାକୁ ବ୍ୟାଙ୍କରୁ ନିଷ୍ପତି ନିଆଯାଇଛି । ଉଭୟ କ୍ଲାସିକ୍ ଏବଂ ମେଟ୍ରୋ ପ୍ଲାର୍ଟଫର୍ମରେ ଜାରି କରାଯାଇଥିବା ଡେବିଟ କାର୍ଡରୁ ବି ଟଙ୍କା ଉଠାଣ ସୀମାକୁ ହ୍ରାସ କରାଯାଇଛି । ତେବେ ବ୍ୟାଙ୍କର ଏହି ନିଷ୍ପତି ପାର୍ବଣ ଋତୁ ଆରମ୍ଭ ହେବା ପୂର୍ବରୁ ଲାଗୁ କରିଦିଆଯିବ ।

ସରକାର ଡିଜିଟାଲ ଟ୍ରାନଜାକ୍ସନ ଉପରେ ଅଧିକ ଗୁରୁତ୍ୱ ଦେବା ସତ୍ୱେ ବି କ୍ୟାସ ଉଠାଣକୁ ନେଇ ନିୟମ କଡାକଡି କରିଛନ୍ତି । ଆକଳନ ଅନୁସାରେ, ବଜାରରେ କ୍ୟାସ୍ ଫ୍ଲୋ ନୋଟବନ୍ଦୀ ଦ୍ୱାରା ପୂର୍ବ ସ୍ତରରେ ପହଂଚିଯାଇଛି । ସେହିପରି ଗତ କିଛି ବର୍ଷରୁ କିଛି ଏଭଳି ମାମଲା ସାମ୍ନାକୁ ଆସିଛି, ଯେଉଁଥିରେ କାର୍ଡର କ୍ଲୋନ ବାଲା ଟାଉଟର ବ୍ୟାଙ୍କ ଗ୍ରାହକଙ୍କ ଡେବିଟ୍ କାର୍ଡର ପିନ ଚୋରିରେ ଲଗାଯାଇଥିବା କ୍ୟାମେରା ଏବଂ ଇଲେକ୍ଟ୍ରୋନିକ ଡିଭାଇସରୁ ଜାଣିନେଉଥିଲେ ।

Comments are closed.