ପାଣ୍ଡବଙ୍କ ପାଂଚ ପୁତ୍ର ଯୁଧିଷ୍ଠୀର, ଭୀମ,ଅର୍ଜୁନ, ନକୁଳ ଏବଂ ସହଦେବ ଥିଲେ । ତେବେ ଯୁଧିଷ୍ଠୀର, ଭୀମ ଏବଂ ଅର୍ଜୁନଙ୍କ ମାଆ କୁନ୍ତୀ ହୋଇଥିବାବେଳେ ନକୁଳ ଏବଂ ସହଦେବଙ୍କ ମାଆ ହେଉଛନ୍ତି ମାଦ୍ରି ।ପାଣ୍ଡୁ ଏହି ପାଂଚ ଭାଇଙ୍କ ବାପା ଥିଲେ ସତ କିନ୍ତୁ ବାସ୍ତବରେ ନୁହେଁ । କାରଣ ପାଣ୍ଡୁଙ୍କୁ ଅଭିଶାପ ଥିଲା କି, ଯଦି ସେ ତାଙ୍କ ପତ୍ନୀଙ୍କ ସହ ଶାରୀରିକ ସଂପର୍କ ରଖିନ୍ତି ତେବେ ତାଙ୍କର ମୃତ୍ୟୁ ଘଟିବ ।

ପାଣ୍ଡୁଙ୍କ ଇଚ୍ଛା ବଳରେ କୁନ୍ତୀ ଏବଂ ମାଦ୍ରି ଭଗବାନଙ୍କୁ ପ୍ରସନ୍ନ କରି ସନ୍ତାନ ପ୍ରାପ୍ତି କରିଥିଲେ । ଆଉ ଯେତେବେଳେ ପାଣ୍ଡୁଙ୍କ ମୃତ୍ୟୁ ହୋଇଥିଲା ସେତେବେଳେ ତାଙ୍କ ମୃତ ଶରୀରର ମାଂସ ପାଂଚ ଭାଇ ମିଶି ବାଂଟି କରି ଭକ୍ଷଣ କରିଥିଲେ । ତେବେ ସେମାନେ ଏଭଳି ଏଥିପାଇଁ କରିଥିଲେ କି, ଏହା ସ୍ୱୟଂ ପାଣ୍ଡୁଙ୍କର ଶେଷ ଇଚ୍ଛା ଥିଲା । ଏହାର କାରଣ ତାଙ୍କର ଏହି ପାଂଚଟି ଯାକ ସନ୍ତାନ ତାଙ୍କ ଔରଷରୁ ଜନ୍ମ ହୋଇ ନଥିଲେ । ଯେଉଁଥିପାଇ୍ଁ ପାଣ୍ଡୁଙ୍କ ଜ୍ଞାନ,କୌଶଳ ତାଙ୍କ ସନ୍ତାନଙ୍କଠାରେ ଦେଖାଦେଇ ନଥିଲା । ଏଥିପାଇଁ ସେ ତାଙ୍କ ମୃତ୍ୟୁ ପୂର୍ବରୁ ଭଗବାନଙ୍କଠାରୁ ଏକ ଏଭଳି ବର ଲାଭ କରିଥିଲେ କି, ଯଦି ପାଣ୍ଡବମାନେ ପାଣ୍ଡୁଙ୍କ ମୃତ ଶରୀରକୁ ଭକ୍ଷଣ କରନ୍ତି ତେବେ ତାଙ୍କ ସମସ୍ତ ଜ୍ଞାନ ସେମାନଙ୍କଠାରେ ପରିବର୍ତ୍ତିତ ହୋଇଯିବ ।

ଶାସ୍ତ୍ର ଅନୁସାରେ, କେବଳ ସହଦେବ ହିଁ ବାପାଙ୍କର ଇଚ୍ଛା ପାଳନ କରି ତାଙ୍କ ମାଂସ ଖାଇଥିଲେ । ସେ ପାଣ୍ଡୁଙ୍କ ମୁଣ୍ଡକୁ ୩ ଭାଗ କରି ଖାଇଥିଲେ ତେବେ ପ୍ରଥମ ଅଂଶ ସେବନ କରିବା ଦ୍ୱାରା ତାଙ୍କର ଇତିହାସ ଉପରେ ଜ୍ଞାନ ଉଦୟ ହୋଇଥିଲା, ୨ୟ ଅଂଶ ସେବନ କରିବାଦ୍ୱାରା ବର୍ତ୍ତମାନ ବିଷୟରେ ଏବଂ ୩ୟ ଭାଗଟିକୁ ଖାଇବାଦ୍ୱାରା ତାଙ୍କର ଭବିଷ୍ୟତ ଉପରେ ଜ୍ଞାନ ଉଦୟ ହୋଇଥିଲା । ତେବେ ଏହି କାରଣରୁ ହିଁ ସହଦେବ ସମସ୍ତ ଭାଇମାନଙ୍କ ମଧ୍ୟରୁ ସବୁଠାରୁ ଅଧିକ ଜ୍ଞାନୀ ଥିଲେ ।

ଖାଲିସେତିକି ନୁହେଁ ସେ ଭବିଷ୍ୟତକୁ ମଧ୍ୟ ଦେଖିବାରେ ସମର୍ଥ ଥିଲେ । ଭଗବାନ  ଶ୍ରୀକୃଷ୍ଣ ପରେ କେବଳ ସହଦେବ ହିଁ ଥିଲେ ଯାହାଙ୍କୁ ଭବିଷ୍ୟତରେ ହେବାକୁ ଥିବା ମହାଭାରତ ଯୁଦ୍ଧ ସଂପର୍କରେ ସୂଚନା ଥିଲା । କିନ୍ତୁ ଶ୍ରୀକୃଷ୍ଣଙ୍କୁ ଏକଥା ଡରଥିଲା, ଆଉ ଏଥିପାଇଁ ସେ ସହଦେବଙ୍କୁ ଅଭିଶାପ ଦେଇଥିଲେ କି ଯଦି ଏକଥା ସେ କାହାକୁ ଜଣାନ୍ତି ତେବେ ତାଙ୍କର ମୃତ୍ୟୁ ହୋଇଯିବ ବୋଲି ।