ଅକାଟ୍ୟ ବଚନ ! କଣ ହୋଇପାରେ ଧନୀ, ବ୍ରାହ୍ମଣ ଏବଂ ନାରୀମାନଙ୍କର ବଡ ଶକ୍ତି

350

ବିଭିନ୍ନ ବିଶେଷଜ୍ଞଙ୍କ ମତ ରହିଛି କି, ମହାନ ପଣ୍ଡିତ ଚାଣକ୍ୟଙ୍କ ପ୍ରତିଟି ନୀତି ଜଣେ ବ୍ୟକ୍ତିର ଜୀବନରେ ସଫଳତା ଆଣିଥାଏ । ଯଦି ତାକୁ ସଠିକ୍ ଭାବେ ନିଜ ଜୀବନରେ ପ୍ରୟୋଗ କରାଯାଏ ତେବେ ଆପଣଙ୍କୁ କେବେ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡି ନଥାଏ । ଆଚାର୍ଯ୍ୟ ଚାଣକ୍ୟ ଲୋକଙ୍କ ମଙ୍ଗଳ ପାଇଁ ଅନେକ କଥା କହିଛନ୍ତି ତେବେ ସେଥି ମଧ୍ୟରୁ ଗୋଟିଏ କଥା ହେଲା, ଧନୀ ବା ରାଜା, ବ୍ରାହ୍ମଣ ଏବଂ ନାରୀମାନଙ୍କର ସବୁଠାରୁ ବଡ ଶକ୍ତି କଣ ?

ରାଜା

ଆଚାର୍ଯ୍ୟ ଚାଣକ୍ୟଙ୍କ ମତରେ ଜଣେ ରାଜାର ଶକ୍ତି ହେଲା ତାର ବାହୁବଳ । ଅର୍ଥାତ୍ କୌଣସି ବି ରାଜାର ସବୁଠାରୁ ବଡ ଶକ୍ତି ତାର ବାହୁବଳ ହୋଇଥାଏ । କହିବାକୁ ଗଲେ ଜଣେ ରାଜାଙ୍କ ଅଧିନରେ ତାଙ୍କର ସୈନିକ,ମନ୍ତ୍ରୀ ଏବଂ ଅନ୍ୟରାଜାମାନେ ରହିଥାନ୍ତି ମାତ୍ର ସେ ନିଜେ ଜଣେ ବଳଶାଳୀ ହେବା ଜରୁରୀ ଅଟେ । ଯଦି କୌଣସି ରାଜା ସ୍ୱୟଂ ଶକ୍ତି ହୀନ ହୋଇଥାନ୍ତି ତେବେ ସେ କାହା ଉପରେ ବି ରାଜ୍ କରିପାରି ନଥାନ୍ତି ।

ବ୍ରାହ୍ମଣ

ଚାଣକ୍ୟଙ୍କ ମତରେ କୌଣସି ବି ବ୍ରାହ୍ମଣର ଶକ୍ତି ହେଲା ତା’ର ଜ୍ଞାନ । ବ୍ରାହ୍ମଣ ଯେତେ ଜ୍ଞାନୀ ହୋଇଥାଏ ସେ ସେତେ ଅଧିକ ସମ୍ମାନ ପ୍ରାପ୍ତ ମଧ୍ୟ କରିଥାଏ । ଭଗବାନ ଏବଂ ଜୀବନ ସଂମ୍ବନ୍ଧିତ ଜ୍ଞାନ ହିଁ କୌଣସି ବି ବ୍ରାହ୍ମଣ ପାଇଁ ସବୁଠାରୁ ବଡ ଶକ୍ତି ହୋଇଥାଏ ।

ନାରୀ

ଜଣେ ନାରୀର ସବୁଠାରୁ ବଡ ଶକ୍ତି ହେଲା ତା’ର ସୌନ୍ଦର୍ଯ୍ୟ ଏବଂ ତା’ର ମଧୁର କଥା । ଚାଣକ୍ୟ କୁହନ୍ତି କି କୌଣସି ବି ନାରୀର ଶକ୍ତି ତାଟର ସୌନ୍ଦର୍ଯ୍ୟ ଓ ତାଟର ଯୌବନ ହିଁ ହୋଇଥାଏ । ଯଦି କୌଣସି ନାରୀ ସୁନ୍ଦର ହୋଇନଥାଏ ମାତ୍ର ତା’ର କଥା ସୁମଧୁର ଥାଏ ତେବେ ସେ ଜୀବନରେ କୌଣସି ବି ଅସୁବିଧାରେ ପଡି ନଥାଏ । କାରଣ ମଧୁର ତଥା ଉତ୍ତମ ବ୍ୟବହାର ଦ୍ୱାରା ହିଁ ନାରୀ ସମ୍ମାନ ଲାଭ କରିଥାଏ ।