ଆଉ ଚଳିବନି ଘରୋଇ କଂପାନୀଙ୍କ ମନମାନି ! ବଡ ନିଷ୍ପତି ଶୁଣାଇଲେ ସୁପ୍ରିମକୋର୍ଟ, ଏଣିକି କର୍ମଚାରୀଙ୍କୁ ମିଳିବ ଅଧିକ ଫାଇଦା

3,350

ସୁପ୍ରିମକୋର୍ଟ ଘରୋଇ କଂପାନୀମାନଙ୍କ ବିରୋଧରେ ଲଗାମ କଷିବା ପାଇଁ କର୍ମଚାରୀମାନଙ୍କୁ ଦିଆଯାଉଥିବା ସ୍ୱତନ୍ତ୍ର ଭତା ଉପରେ ବଡ ନିଷ୍ପତି ଶୁଣାଇଛନ୍ତି । କୋର୍ଟ କହିଛନ୍ତି କି, ଏହି ସ୍ୱତନ୍ତ୍ର ଭତ୍ତାକୁ ମୂଳ ଦରମାର ହିଁ ଏକ ଅଂଶ ଭାବେ ଗ୍ରହଣ କରାଯିବ । ତେବେ କୋର୍ଟ ପକ୍ଷରୁ ଏହି ନିଷ୍ପତି ସ୍ୱତନ୍ତ୍ର ଭତ୍ତା ବାବଦକୁ କଂପାନୀ କାଟି ରଖୁଥିବା ପିଏଫ ସହ ଜଡିତ ଏକ ପ୍ରଶ୍ନ ଉପରେ ଦେଇଛନ୍ତି ।

କର୍ମଚାରୀଙ୍କୁ ନିଜର ମୂଳ ବେତନର ୧୨ ପ୍ରତିଶତ ଅଂଶ ପିଏଫ ବାବଦକୁ ଦେବାକୁ ପଡିଥାଏ । ଆଉ ଏତିକି ଭାଗ ଯୋଗଦାନ କଂପାନୀମାନଙ୍କୁ ମଧ୍ୟ କରିବାକୁ ପଡିଥାଏ । ତେବେ ଇପିଏଫଓର କହିବା କଥା ହେଲା , କଂପାନୀମାନେ କମ ଯୋଗଦାନ ଚକ୍କରରେ କର୍ମଚାରୀମାନଙ୍କୁ ସେମାନଙ୍କୁ ମୂଳ ଦରମାକୁ କମ କରି ସ୍ୱତନ୍ତ୍ର ଭତ୍ତାରେ ଅଧିକ ଦରମା ଦେଇଥାନ୍ତି । ଭବିଷ୍ୟତ ନିଧି ଆୟୁକ୍ତ ବିଶେଷ ଭତ୍ତାର ମୂଳ ବେତନରେ ଯୋଡି ପିଏଫ କାଟିବାକୁ ନିର୍ଦ୍ଦେଶ ଦେଇଥିଲା । ଯାହାକୁ ଅନେକ ଘରୋଇ କଂପାନୀମାନେ ସୁପ୍ରିମକୋର୍ଟକୁ ଚ୍ୟାଲେଂଜ ଦେଇଥିଲେ । ତେବେ ଏହି ଶୁଣାଣୀ ସମୟରେ ପ୍ରଶ୍ନ ଉଠିଥିଲା କି, ଏମ୍ପ୍ସଇଡ ପ୍ରୋଭିଡେଂଟ ଫଣ୍ଡ ଆଣ୍ଡ ମିସଲେନିୟସ ପ୍ରୋଭିଜେନ୍ସ ଆକ୍ଟ ୧୯୫୨ ଅନୁସାରେ ପିଏଫ ବାବଦକୁ କଟାଯାଉଥିବା ଟଙ୍କାକୁ ସ୍ୱତନ୍ତ୍ର ଭତ୍ତା ସହ ଯୋଡା ଯିବା ଦରକାର କି ନୁହେଁ । ଏହି ପ୍ରଶ୍ନର ଉତରରେ କୋର୍ଟ ସ୍ୱତନ୍ତ୍ର ଭତ୍ତାକୁ ମୂଳ ଦରମା ସହ ସାମିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

କର୍ମଚାରୀଙ୍କୁ ମିଳିବ ବେଶି ଫାଇଦା

ମୂଳ ଦରମା କମ ହେବା କାରଣରୁ ପିଏଫ ବାବଦକୁ କମ ଟଙ୍କା କଟାଯାଇଥାଏ । ମାତ୍ର ସୁପ୍ରିମ କୋର୍ଟ ନିଷ୍ପତି ପରେ ସ୍ୱତନ୍ତ୍ର ଭତାକୁ ମୂଳ ଦରମାରେ ଯୋଡିବା ପରେ ଅଧିକ ପିଏଫ କଟାଯିବ । ଏହି ଟଙ୍କା ବରାବରା କଂପାନୀମାନଙ୍କୁ ବି ନିଜର ଯୋଗଦାନ ଦେବାକୁ ହେବ । ଯାହାଦ୍ୱାରା କର୍ମଚାରୀଙ୍କ ପିଏଫ ଖାତାରେ ଅଧିକ ରାଶି ଜମା ହେବ ଏବଂ ଅବସର ପରେ ତାଙ୍କୁ ଅଧିକ ଟଙ୍କା ମିଳିବ ।

କଂପାନୀମାନଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ

ସୁପ୍ରିମକୋର୍ଟଙ୍କ ନିଷ୍ପତି ପରେ କର୍ମଚାରୀ ଭତିଷ୍ୟତ ନିଧି ପାଣ୍ଠି ତଥା ଇପିଏଫଓ ତରଫରୁ କଂପାନୀମାନଙ୍କ ବିରୋଧରେ ଏଥିପାଇଁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତି ନିଆଯାଇଛି । ଇପିଏଫଓର କହିବା କଥା ହେଲା, ଯେଉଁ ସବୁ କଂପାନୀଗୁଡିକ ସ୍ୱତନ୍ତ୍ର ଭତାକୁ କର୍ମଚାରୀଙ୍କ ମୂଳ ଭତାରେ ସାମିଲ କରୁନାହାଁନ୍ତି , ସେମାନଙ୍କୁ ଚିହ୍ନଟ କରାଯିବ ଏବଂ କାର୍ଯ୍ୟାନୁଷ୍ଠାନ ନିଆଯିବ ।