ଭାରତର ଶକ୍ତିଶାଳୀ ପଡୋଶୀ ଦେଶ ଚୀନ ! ଏହାର ୧୦ଟି ଅଜଣା କଥା ଯାହା ଆପଣଙ୍କୁ କରିଦେବ ଚକିତ

87

ଭାରତର ସବୁଠାରୁ ଖତରନାକ୍ ପଡୋଶୀ ଦେଶ ଚୀନର ଶକ୍ତିଶାଳୀ ଆର୍ମି ଏବଂ ତାର ବିଭିନ୍ନ ପ୍ରଡକ୍ଟ ସଂପର୍କରେ ଆପଣ ଜାଣିଥିବେ ନିଶ୍ଚୟ । କିନ୍ତୁ ଆଜି ଆମେ ଆପଣଙ୍କୁ ଚୀନର କିଛି ରହସ୍ୟ ସଂପର୍କରେ ଜଣାଇବୁ ଯାହାକୁ ଶୁଣିଲେ ଆପଣ ଚକିତ ହୋଇଯିବେ । ତେବେ ଆସନ୍ତୁ ଜାଣିବା ।

• ଚୀନ ସଂପର୍କରେ ଗୋଟିଏ ପ୍ରସିଦ୍ଧ ଲୋକବାଣୀ ରହିଛି କି,ଏଠାରେ ଚେୟାର ଟେବୁଲ ବ୍ୟତୀତ ବାକି ସମସ୍ତ ୪ ଗୋଡିଆ ପ୍ରାଣୀକୁ ଲୋକେ ଖାଇଯାଆନ୍ତି । ତେବେ ଏହି ଚିତ୍ରକୁ ଦେଖିଲେ ଆପଣଙ୍କୁ ଘୃଣା ଲାଗୁଥିବ ସତ୍ୟ କିନ୍ତୁ ଚୀନରେ ବିଲେଇ ମାଂସରେ ପ୍ରସ୍ତୁତି ଖାଦ୍ୟକୁ ସବୁଠାରୁ ଅଧିକ ପସନ୍ଦ କରିଥାନ୍ତି ସେଠାକାର ଲୋକେ ।

• ଆପଣ ଜାଣିଲେ ଚକିତ ହେବେ କି ଚୀନର ଲୋକେ ପ୍ରତିବର୍ଷ ପାଖାପାଖି ୪୦ ଲକ୍ଷ ବିଲେଇ ମାରି ଖାଇଥାନ୍ତି । ଖାଲି ସେତିକି ନୁହେଁ ସେମାନେ କୁକୁର ମାଂସ ମଧ୍ୟ ଖାଇଥାନ୍ତି ।

• ଏହାଛଡା ସେମାନେ ଅସରପା, ମୂଷା, ଗାଈ,ମଇଁଷି ଓ କୁମ୍ଭୀର ଆଦିର ମାଂସ ମଧ୍ୟ ଖାଇଥାନ୍ତି ଯାହା ସେଠାକାର ବଜାରରେ ଉପଲବ୍ଧ ।

• ଦୁନିଆରେ ଯେଉଁଠି ଅଣ୍ଡାକୁ ପାଣିରେ ଶିଝାଯାଇ ଖିଆଯାଉଥିବାବେଳେ ଚୀନରେ କିନ୍ତୁ ଅଣ୍ଡାକୁ ପୁରୁଷଙ୍କର ମୁତ୍ରରେ ଶିଝାଇ ଖିଆଯାଇଥାଏ । ଚୀନରେ ଏହି ପ୍ରଥା ପାଖାପାଖି ହଜାର ବର୍ଷ ହେଲା ଚାଲି ଆସୁଛି । ସେମାନଙ୍କର ବିଶ୍ୱାସ ରହିଛି କି ମୁତ୍ରରେ ଅଣ୍ଡାକୁ ଶିଝାଇ ଖାଇଲେ କୌଣସି ଆଣ୍ଠୁ-ଗଣ୍ଠି ଜନିତ ସମସ୍ୟା ଦେଖା ଦେଇ ନଥାଏ । ଶରୀର ସତେଜ୍ ରହିଥାଏ ।

• ଚୀନ ସରକାର ଗୋଟିଏ ବର୍ଷରେ ମାତ୍ର ୩୪ଟି ବିଦେଶୀ ସିନେମାକୁ ସେଠାକାର ସିନେମା ହଲରେ ଦେଖାଇବାକୁ ଅନୁମତି ଦେଇଥାନ୍ତି । ତେବେ ୨୦୦୯ରେ ପରଦାକୁ ଆସିଥିବା ହଲିଉଡ୍ ସିନେମା ଅବତାରକୁ ଚୀନର ସିନେମା ହଲରେ ମାତ୍ର ୨ ସପ୍ତାହ ଦେଖାଯିବା ପରେ ବନ୍ଦ କରିଦିଆଯାଇଥିଲା । ଏହାର ମୁଖ୍ୟ କାରଣ ଥିଲା କି, ଏହି ସିନେମାଟି ଦେଖାଇବା କାରଣରୁ ସେଠାକାର ଲୋକାଲ୍ ସିନେମାକୁ ଦେଖିବାକୁ ଦର୍ଶକେ ମିଳି ନଥିଲେ ।

• ଚୀନରେ ଯଦି କୌଣସି ବ୍ୟକ୍ତି ଭୁଲରେ କାହା ସହ ଦୁର୍ଘଟଣା ଘଟାଏ ତେବେ ଦୁର୍ଘଟଣା କରିଥିବା ବ୍ୟକ୍ତିଟି ତାର ପ୍ରାଣପ୍ରଣେ ଚେଷ୍ଟା କରିଥାଏ କି ଉକ୍ତ ବ୍ୟକ୍ତିଟିର କୌଣସି ମତେ ମୃତ୍ୟୁ ହୋଇଯାଉ । କାରଣ ତାଙ୍କ ନିୟମ ରହିଛି, ଯଦି କୌଣସି ବ୍ୟକ୍ତି କାହା ସହ ଆକି୍ସଡେଂଟ୍ କରେ ଏବଂ ସେଥିରେ ଉକ୍ତ ବ୍ୟକ୍ତିଟି ବଂଚିଯାଏ ତେବେ ଆକ୍ସିଡେଂଟ୍ କରିଥିବା ବ୍ୟକ୍ତି ଜଣଙ୍କୁ ଉକ୍ତ ବ୍ୟକ୍ତିକୁ ସାରା ଜୀବନ ପୋଷିବା ସହ ତାର ସମସ୍ତ ଖର୍ଚ୍ଚ ଉଠାଇବାକୁ ପଡିବ । ଯେବେକି ଆକ୍ସିଡେଂଟରେ ଯଦି ବ୍ୟକ୍ତିଟି ମରିଯାଏ ତେବେ ଜୋରିମାନା ଦେଇ ଉକ୍ତ ବ୍ୟକ୍ତି ଜଣଙ୍କ ବର୍ତ୍ତି ଯାଇ ପାରିବ ।

• ଚୀନରେ ବିଭିନ୍ନ ସୋସିଆଲ ମିଡିଆ ତଥା ଟୁଇଟର, ଫେସବୁକ୍, ୟୁ ଟ୍ୟୁବ୍ ଆଦିରେ ପ୍ରତିବନ୍ଧକ ଲଗାଯାଇଛି । ତଥାପି ସେଠାକାର ଲୋକେ ଅନ୍ୟ ପନ୍ଥା ଆପଣାଇ ଫେସବୁକ ଚଲାଉଛନ୍ତି ।

• ଚୀନରେ ଏକ ୱେବସାଇଟ୍ ରହିଛି ଯେଉଁଠାରେ ଭଡାରେ ଗର୍ଲଫ୍ରେଣ୍ଡ ମିଳିବା ଭଳି ସୁବିଧା ରହିଛି । ଏଥିପାଇଁ ମାତ୍ର ୨୦୦୦ ଟଙ୍କା ପୈଠ କରି କୌଣସି ବ୍ୟକ୍ତି ଗୋଟିଏ ସପ୍ତାହ ପାଇଁ ଗର୍ଲଫ୍ରେଣ୍ଡ ବୁକ୍ କରି ପାରିବେ । ତେବେ ଏହି ବ୍ୟବସ୍ଥାଟି ସେଠାରେ ଖୁବ୍ ଲୋକପ୍ରିୟ ଅଟେ ।

• ଚୀନର ଆର୍ମି ଦୁନିଆର ସବୁଠାରୁ ବଡ ଆର୍ମି ସେନା ଅଟେ । ଚୀନରେ ନୂଆ ସୈ÷ନ୍ୟଙ୍କ ଟ୍ରେନିଂ ସମୟରେ ସେମାନଙ୍କ କଲରରେ ପିନ୍ ବା କଂଟା ଲଗାଇ ଦିଆଯାଇଥାଏ । ଏହା ଏଥିପାଇଁ କରାଯାଏ କି , ଏହାଦ୍ୱାରା ସେନାମାନଙ୍କର ଗର୍ଦ୍ଧନ ସବୁବେଳେ ସିଧା ରହିବ ଏବଂ ସେ ଅନୁଶାସିତ ରୁହନ୍ତି ।

• ଚୀନରେ ଏବେବି ଅନେକ ଲୋକ ଗୁମ୍ଫାରେ ବାସ କରନ୍ତି । କାରଣ ଗୁମ୍ଫାରେ ରହୁଥିବା ଲୋକଙ୍କର ଆଧୁନିକ ଦୁନିଆ ସହ କୌଣସି ଲେନଦେନ ନାହିଁ । ଚୀନର ରାଷ୍ଟ୍ରପତି ସି ଜିନ୍ ପିଙ୍ଗ ମଧ୍ୟ ତାଙ୍କ ଜୀବନର ଅଧିକାଂଶ ସମୟ ଏହି ଗୁମ୍ଫାରେ ବିତାଇଛନ୍ତି ।