ଗୃହିଣୀଙ୍କ ପାଇଁ ସତର୍କବାଣୀ ! ଭୁଲରେ କରନ୍ତୁ ନାହିଁ ଏଭଳି କର୍ମ

70

ପୁରାଣରେ ଉଲ୍ଲେଖ ରହିଛି କି ବିଶେଷ କରି ମହିଳାମାନେ ଗୁରୁବାର ଦିନ ଏହି ସବୁ କର୍ମ ନ କରିବା ଉଚିତ । କାରଣ ଗୁରୁବାର ଦିନଟିକୁ ଧର୍ମର ଦିନ ବୋଲି କୁହାଯାଏ । ବ୍ରହ୍ମାଣ୍ଡରେ ଯେଉଁ ୯ଟି ଗ୍ରହ ରହିଛି ସେମାନଙ୍କ ମଧ୍ୟରୁ ଗୁରୁ ବା ବୃହସ୍ପତି ଗ୍ରହଟିର ପ୍ରାଧାନ୍ୟତା ସବୁଠାରୁ ଅଧିକ ରହିଛି । ଏଥିପାଇଁ ଶାସ୍ତ୍ରରେ କୁହାଯାଇଛି କି,ଏହି ଦିନରେ ଯଦି କୌଣସି ମହିଳା ଏହି ସବୁ କାମ କରେ ତେବେ ତାଙ୍କ ଗୃହସ୍ତୀ ତଥା ସାଂସାରିକ ଜୀବନର ବିଲୟ ସୁନିଶ୍ଚିତ । ସେଗୁଡୁକ କଣ କଣ ହୋଇଥାଇପାରେ ଆସନ୍ତୁ ସେ ସଂପର୍କରେ ଜାଣିବା ।

• ଶାସ୍ତ୍ର ଅନୁସାରେ, ଗୁରୁବାର ଦିନ ମହିଳାମାନଙ୍କୁ କେଶ ସଫାକରିବାକୁ ମନା କରାଯାଇଛି । କେଶରେ ତୈଳ ମର୍ଦ୍ଦନ କରିବାକୁ ମଧ୍ୟ ବାରଣ କରାଯାଇଛି । କାରଣ ମହିଳାମାନଙ୍କ ରାଶିରେ ବୃହସ୍ପତିକୁ ସ୍ୱାମୀର କାରକ ବୋଲି କୁହାଯାଏ । ଯାହା ଉଭୟ ସ୍ୱାମୀ ଏବଂ ସନ୍ତାନଙ୍କ ଜୀବନକୁ ପ୍ରଭାବିତ କରିଥାଏ ।

• ଏହି ଦିନଟିରେ ନଖ କିମ୍ବା କେଶ କାଟିବାକୁ ମଧ୍ୟ ଶାସ୍ତ୍ରରେ ବାରଣ କରାଯାଇଛି । ତେବେ ପୌରାଣିକ କଥା ଅନୁସାରେ ବୃହସ୍ପତି ଗ୍ରହକୁ ଜୀବ ତଥା ଜୀବନ ବୋଲି କୁହାଯାଇଛି । ଜୀବନ ହେଉଛି ଆମ ଆୟୁ ସଦୃଶ୍ୟ । ଯଦି ଗୁରୁବାର ଦିନ ମହିଳାମାନେ କେଶ କିମ୍ବା ନଖ କାଟିଥାନ୍ତି ତେବେ ଏହାଦ୍ୱାରା ବୃହସ୍ପତି ଗ୍ରହ ଦୃର୍ବଳ ହୋଇପଡିଥାଏ । ଏବଂ ଆୟୁ ଉପରେ ତାର ବହୁ ମାତ୍ରାରେ ପ୍ରଭାବ ପଡିଥାଏ ।

• ଗୁରୁବାର ଦିନ ଘର ସଫାକରିବା କିମ୍ବା କପଡା ସଫାକରିବା ଆଦୌ ଉଚିତ ନୁହେଁ । କାରଣ, ଏହା କରିବାଦ୍ୱାରା ପିଲାମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡିଥିବାବେଳେ ସ୍ୱାମୀଙ୍କ କାରବାରରେ ମଧ୍ୟ ଗଭୀର ପ୍ରଭାବ ପଡିଥାଏ ।