ଅର୍ଥରେ ପଛୁଆ ମାତ୍ର ସ୍ୱାସ୍ଥ୍ୟରେ ଆଗୁଆ ! ଆର୍ଥିକ ସ୍ଥିତିରେ ନିମ୍ନରେ ଥିବା ସୋମାଲିଆ ଏବେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରହିଛି ଭାରତଠୁ ଆଗରେ

24

ଆର୍ଥିକ ଦୃଷ୍ଟି କୋଣରୁ ସର୍ବନିମ୍ନ ସ୍ତରରେ ଥିବା ସୋମାଲିଆ ଭଳି ଦେଶ କିନ୍ତୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅନ୍ୟ ଦେଶମାନଙ୍କ ତୁଳନାରେ ରହିଛି ସବୁଠାରୁ ଶୀର୍ଷରେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ପ୍ରକାଶ କରିବାଥିବା ଏକ ରିପୋର୍ଟରେ ଏହା ସ୍ପଷ୍ଟ ପ୍ରମାଣିତ ହୋଇଛି । ତେବେ ଡବ୍ଲୁଏଚଓ ତରଫରୁ ପ୍ରକାଶିତ ସୂଚନା ମୁତାବକ, ଗତ ୩ ବର୍ଷ ମଧ୍ୟରେ ସୋମାଲିଆରେ ପୋଲିଓର ଗୋଟିଏ ବି ଅଭିଯୋଗ ସାମ୍ନାକୁ ଆସିନାହିଁ ।

ଯେଉଁଥିପାଇଁ ସୋମାଲିଆକୁ ପୋଲିଓ ମୁକ୍ତ ଦେଶ ରୂପେ ଘୋଷଣା କରାଯାଇଛି । ଡବ୍ଲୁଏଚଓ କହିଛି କି, ସୋମାଲିଆରେ ପୋଲିଓ ଭଳି ମାମଲା ଶେଷ ଥର ପାଇଁ ୨୦୧୪ରେ ଦାଖଲ ହୋଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଏହାକୁ ନେଇ କୌଣସି ବି ମାମଲା ଏଯାବତ୍ ସାମ୍ନାକୁ ଆସିନି । ତେବେ ଡବ୍ଲୁଏଚଓର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା କଥା ହେଲା, ଅନ୍ତରାଷ୍ଟ୍ରୀୟ ସଂଗଠନଗୁଡିକ ଏବଂ ସରକାରଙ୍କ ପକ୍ଷରୁ ପୁରୁଣା ପଦ୍ଧତିରେ ପ୍ରଚଳିତ ପୋଲିଓ ଟୀକାକରଣ ଅଭିଯାନ ଦ୍ୱାରା ଏହା ସୁନିଶ୍ଟିତ ହୋଇଛି କି ଭାଇରସର ପ୍ରକୋପ ପୁଣି କେବେ ସଂକ୍ରମିତ ହୋଇନଥିଲା ବୋଲି ।

ଏହାବ୍ୟତୀତ ଆଫଗାନୀସ୍ତାନ, ନାଇଜେରିଆ ଏବଂ ପାକିସ୍ତାନ ଆଦି ଦେଶଗୁଡିକ ମଧ୍ୟ ପୋଲିଓ ପ୍ରବଣ ଦେଶ ଅଟନ୍ତି । ସୋମାଲିଆର ରାଷ୍ଟ୍ରପତି ମୋହମ୍ମଦ ଅବଦୁଲ୍ଲାହୀ ଉରମାଜୋ ନିଜ ଦେଶକୁ ପୋଲିଓ ଭଳି ରୋଗଠାରୁ ମୁକ୍ତ କରିବା ଭଳି ପ୍ରସାୟକୁ ଉଚ୍ଚ ପ୍ରଶଂସା କରିଛନ୍ତି ।

ଫରମାଜୋଙ୍କ ଭାଷାରେ, ‘ଗତ ୩ବର୍ଷରୁ ପୋଲିଓର କୌଣସି ନୁଆ ମାମଲା ସାମ୍ନାକୁ ଆସିନି ଏବଂ ନା ହିଁ ଏହି ରୋଗ ଦ୍ୱାରା କୌଣସି ଶିଶୁ ଆକ୍ରାନ୍ତ ହୋଇଛି । ପୋଲିଓ ଭଳି ରୋଗର ମୂଳପୋଛ କରିବା ଏକ ବହୁତ ବଡ ସଫଳତା ଥିଲା । ଏହା ଏକ ସାମୂହିକ ପ୍ରୟାସ ଥିଲା, ଯେଉଁଥିରେ ଯୁବପୀଢିଙ୍କର ବି ବହୁତ ବଡ଼ ଅବଦାନ ରହିଛି’ ।

ସୌଜନ୍ୟ- ଏନଡିଟିଭି ନ୍ୟୁଜ୍