ହୁସିଆର୍ ! ଆସନ୍ତା ୨୪ ଘଂଟା ଭିତରେ ପୃଥିବୀ ସହ ଧକ୍କା ହୋଇପାରେ ଏକ ବହୁତ ବଡ ସୋଲାର ଷ୍ଟର୍ମ, ବନ୍ଦ ହୋଇପାରେ ମୋବାଇଲ-ଟିଭି ଓ ଅନ୍ୟାନ୍ୟ ବୈଦ୍ୟୁତିକ ଉପକରଣ

70

ଆଗାମୀ ୨୪ ଘଂଟା ମଧ୍ୟରେ ପୃଥିବୀ ସହ ଧକ୍କା ଖାଇପାରେ ଏକ ବହୁତ ବଡ ସୋଲାର ଷ୍ଟର୍ମ ତଥା ସୌର ଝଡ । ବୈଜ୍ଞାନିକଙ୍କ ସୂଚନା ମୁତାବକ, ଏହାଦ୍ୱାରା ସୂର୍ଯ୍ୟରେ ଏକ କୋରେନାଲ୍ ହୋଲ୍ ସୃଷ୍ଟି ହେବ, ଯାହାଦ୍ୱାରା ସୂର୍ଯ୍ୟରୁ ପ୍ରବଳ ମାତ୍ରାରେ ଆଲୋକ ନିର୍ଗତ ହେବ । ବଡ କଥା ହେଲା, ଏହି ଆଲୋକରେ କୋସ୍ମିକ କିରଣ ମଧ୍ୟ ସାମିଲ ରହିଛି । ଯାହାକି ପୃଥିବୀ ପୃଷ୍ଠରେ ଥିବା ଟେକ୍ନୋଲୋଜିକୁ ଅଚଳ କରିଦେଇପାରେ । ଅର୍ଥାତ୍, ଏହାଦ୍ୱାରା ସାଟେଲାଇଟ୍ ଆଧାରିତ ସେବାଗୁଡିକ ତଥା ମୋବାଇଲ ସିଗନାଲ, କେବୁଲ ନେଟୱର୍କ, ଜିପିଏସ ନୋଭିନେସନ ଆଦି ଅଚଳ ହୋଇଯିବ ।

ଇଂଟରନ୍ୟାସନାଲ ବିଜନେସ ଟାଇମ୍ସରେ ପ୍ରକାଶିତ ଖବର ମୁତାବକ, ଆମେରିକୀ ମହାକାଶ ଏଜେନ୍ସି ନାସା ତରଫରୁ ମଧ୍ୟ ସୋଲାର ଷ୍ଟର୍ମ ପୃଥିବୀ ସହ ଧକ୍କା ଖାଇବାର ସୂଚନା ମିଳିସାରିଛି । ଏନେଇ ନାସା ପକ୍ଷରୁ ଏକ ଫଟୋ ମଧ୍ୟ ଜାରି କରାଯାଇଛି । ଯେଉଁଥିରେ ଏକ ଗ୍ୟାସର ଝଡ ସୃଷ୍ଟି ହେବା ନେଇ ନଜର ଆସିଛି । ସୂଚନା ମୁତାବକ, ଏହି ଝଡ କାରଣରୁ ପୃଥିବୀର ସୋଲାର ଡିସ୍କର ପାଖାପାଖି ଅଧା ଭାଗକୁ ନଷ୍ଟ କରିବା ସହିତ ଏକ ବଡ ଛିଦ୍ର ସୃଷ୍ଟି କରିବ । ଯେଉଁ କାରଣରୁ ସୂର୍ଯ୍ୟଙ୍କ ଆଲୋକ ବଳୟରୁ ପୃଥିବୀ ଆଡକୁ ପ୍ରବଳ ଜୋରରେ ଗରମ ପବନ ଭଳି ଏକ ବହୁତ ବଡ ଝଡ ଆସିବ । ଯଦିଓ ନ୍ୟାସନାଲ ଓସେନ ଆଣ୍ଡ ଆଟମୋସ୍ପିୟର ଆସୋସିଏସନ ଏହି ସୋଲାର ଷ୍ଟର୍ମକୁ ଜି-୧ ଅନ୍ତର୍ଭୁକ୍ତ କରିଛି । ତେବେ ଏହାଦ୍ୱାରା ଝଡ ସାମାନ୍ୟ ହୋଇଥିଲେ ସୁଦ୍ଧା ଅଧିକ ପ୍ରଭାବଶାଳୀ ହୋଇପାରେ ବୋଲି ସ୍ପଷ୍ଟ କରାଯାଇଛି ।

ଏଠାରେ ଆମେ କହି ରଖୁଛୁ କି, ସୌର ଝଡ ର୍ସୂଯ୍ୟଙ୍କ ପୃଷ୍ଠ ଭୂମିରେ କ୍ଷଣିକ ପାଇଁ ସୃଷ୍ଟି ହୋଇଥିବା ପରିବର୍ତ୍ତନ ଦ୍ୱାରା ଉତ୍ପନ୍ନ ହୋଇଥାଏ । ଏହାକୁ ପାଂଚଟି ଶ୍ରେଣୀରେ ବିଭକ୍ତ କରାଯାଇଛି ଯଥା, ଜି-୧,ଜି-୨,ଜି-୩, ଜି-୪ ଏବଂ ଜି-୫ । ତେବେ ଏଥିମଧ୍ୟରୁ ଜି-୫ ଶ୍ରେଣୀରେ ସୃଷ୍ଟି ହେଉଥିବା ଝଡ ବହୁତ ଭୟଙ୍କର ପ୍ରଭାବ ପକାଇଥାଏ ।