ମୋବାଇଲରୁ ତୁରନ୍ତ ହଟାଇ ଦିଅନ୍ତୁ ସମସ୍ତ ସୋସିଆଲ ମିଡିଆ ଆପ! ଜାଣନ୍ତୁ କାହିଁକି

58

ବର୍ତ୍ତମାନ ସମୟରେ ଜଣେ ବ୍ୟକ୍ତି ପାଇଁ ସୋସିଆଲ ମିଡିଆ ଅପରିହାର୍ଯ୍ୟ ହୋଇପଡିଛି । କାରଣ ଏହା ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟି ଯାଇଛି । ହେଲେ ଆପଣ ଜାଣିଛନ୍ତି କି ସୋସିଆଲ ମିଡିଆ ଆପଣଙ୍କ ପାଇଁ କେତେ କ୍ଷତିକାରକ ହୋଇପାରେ । କାହିଁକି ନା ସୋସିଆଲ ମିଡିଆର ବ୍ୟବହାର ଆପଣଙ୍କର ସାଧାରଣ ଜୀବନକୁ ଅଧିକ ଜଟିଳ କରିଦେଇଥାଏ ଆଉ ଆପଣଙ୍କୁ ଆପଣଙ୍କର ପରିବାର ପରିଜନଙ୍କଠାରୁ ପୁରାପୁରି ଅଲଗା କରିଦେଇଥାଏ । ଏକଥା ଆମେ କହୁନାହୁଁ ବରଂ ନିକଟରେ କରାଯାଇଥିବା ଏକ ଅଧ୍ୟୟନରୁ ଏହା ସାମ୍ନାକୁ ଆସିଛି ।

ସୂଚନା ମୁତାବକ, ସୋସିଆଲ ମିଡିଆ ଏବେ ଏକ ଅଭ୍ୟାସରେ ପରିଣତ ହୋଇଯାଇଛି । ଶୋଇବାକୁ ଯିବା ପୂର୍ବରୁ ଏବଂ ନିଦରୁ ଉଠି ସର୍ବ ପ୍ରଥମେ ଲୋକେ ସୋସିଆଲ ମିଡିଆକୁ ହିଁ ହିଁ ଦେଖିବାକୁ ଅଧିକ ପସନ୍ଦ କରିଥାନ୍ତି । ଏହାବ୍ୟତୀତ, ସୋସିଆଲ ମିଡିଆ ଆମର ମାନସିକ ସ୍ଥିତିକୁ ମଧ୍ୟ ଦୁର୍ବଳ କରିପକାଇଥାଏ ଏବଂ ସଂପର୍କରେ ଦୁରତା ସୃଷ୍ଟି କରିଥାଏ । ତେବେ ସେ ଫେସବୁକ, ଇନଷ୍ଟାଗ୍ରାମ, ସ୍ନାପଚାଟ କିମ୍ବା ଅନ୍ୟ କୌଣସି ସୋସିଆଲ ମିଡିଆ ହେଉ । ଏହିସବୁ ସୋସିଆଲ ମିଡିଆ ଆମକୁ ଏକ ସକରାତ୍ମକ ଅନୁଭବ ଦେବାରେ ବିଫଳ ହୋଇଥାଏ । ଏଥିସହିତ ଆପଣ ଚାହିଁଲେ ଯେଉଁଠାରେ ବି ରୁହନ୍ତୁ ହେଲେ ଆପଣଙ୍କର ମନ ସବୁବେଳେ ସୋସିଆଲ ମିଡିଆରେ ହିଁ ଅଟକି ଯାଇଥାଏ ।

ଫେସବୁକ ମୁତାବକ, ୟୁଜର୍ସ ନିଜର ଫୋନକୁ ଗୋଟିଏ ଦିନରେ ପାଖାପାଖି ୧୫୭ ଥର ଚେକ୍ କରନ୍ତି । ତେଣୁ ଯଦି ଆପଣଙ୍କର ମେଂଟାଲ ହେଲ୍ଥ ସୋସିଆଲ ମିଡିଆ କାରଣରୁ ବିଗିଡି ଯାଉଛି ତେବେ ସବୁଠାରୁ ଭଲ ଉପାୟ ହେଉଛି କି ଆପଣ ଆପଙ୍କର ସମୟ ଅନ୍ୟ କେଉଁଠାରେ ନିବେଶ କରାନ୍ତୁ । ଏଥିସହିତ ନିଜକୁ ସବୁବେଳେ ସୋସିଆଲ ମିଡିଆଠାରୁ ଦୂରରେ ରଖନ୍ତୁ କିମ୍ବା ସୋସିଆଲ ମିଡିଆକୁ ଆପଣଙ୍କର ମୋବାଇଲରୁ ହଟାଇ ଦିଅନ୍ତୁ ।

ସୌଜନ୍ୟ: ଦୈନିକ ଜାଗରଣ