ଆପଣଙ୍କର ଫେସବୁକ୍ ଆକାଉଂଟ କେବେ ଓ କେଉଁଠି ବ୍ୟବହାର ହୋଇଥିଲା ଜାଣିବାକୁ ଚାହୁଁଛନ୍ତି କି ? ତେବେ ଆପଣାନ୍ତୁ ଏହି ଟ୍ରିକ୍ 

96

ଆଜିକା ଦିନରେ ସୋସିଆଲ ମିଡିଆର ବ୍ୟବହାର ବହୁଳ ମାତ୍ରାରେ ବୃଦ୍ଧିପାଇବାରେ ଲାଗିଛି । ଲୋକେ ନିଜ ଜୀବନ ସହ ଜଡିତ ପ୍ରତିଟି କଥା ଅନଲାଇନରେ ସେୟାର କରିବାକୁ ଅଧିକ ପସନ୍ଦ କରୁଛନ୍ତି । ଯାହାଦ୍ୱାରା ନିଜର ପ୍ରାଇଭେସି ମଧ୍ୟ ଅନେକାର୍ଥରେ ଲିକ୍ ହେବାର ନଜୀର ରହିଛି । ଯେଉଁପାଇଁ ଦେଶରେ ଦିନକୁ ଦିନ ଅପରାଧ ବଢିବାରେ ଲାଗିଛି । ଖାଲି ଏତିକି ନୁହେଁ  ଆପଣ ଆପଣଙ୍କର ସୋସିଆଲ ଆକାଉଂଟ୍ ଅନେକ ଡିଭାଇସରେ ବ୍ୟବହାର ନିଶ୍ଚୟ ରୂପେ କରିଥିବେ । ମାତ୍ର ଏଭଳି ପରିସ୍ଥିତିରେ ଜଣାପଡିବା ମୁସ୍କିଲ ହୋଇଯିବ କି ଆପଣ କେଉଁସବୁ ଡିଭାଇସରେ ଆପଣଙ୍କର ସୋସିଆଲ ମିଡିଆର ବ୍ୟବହାର ତଥା ଲଗଇନ କରିଛନ୍ତି ଆଉ ସେଗୁଡିକୁ ଲଗଆଉଟ କରିବାକୁ ଭୁଲି ଯାଇଛନ୍ତି । ତେଣୁ ଆମେ ଆପଣଙ୍କୁ ଏଭଳି ଏକ ଟ୍ରିକ୍ ସଂପର୍କରେ ଜଣାଇବୁ ଯାଉଛୁ ଯେଉଁଥିରେ ଆପଣ ଜାଣିପାରିବେ କି ଆପଣଙ୍କର ସୋସିଆଲ ମିଡିଆ କେଉଁସବୁ ଡିଭାଇସରୁ ଲଗଆଉଟ୍ ହୋଇନାହିଁ ।

ସ୍ମାର୍ଟଫୋନ ୟୁଜର୍ସ କିପରି ଜାଣିବେ

• ସର୍ବପ୍ରଥମେ ନିଜର ସ୍ମାର୍ଟଫୋନରେ ଫେସବୁକ୍ ଆପକୁ ଓପନ କରନ୍ତୁ । ଏଥିରେ ଉପରି ଭାଗରେ ନଜର ଆସୁଥିବା ତିନି ଲାଇନକୁ ଟ୍ରାପ୍ କରନ୍ତୁ । ଯାହାଦ୍ୱାରା ଆପଣଙ୍କୁ ଏକ ଆପ ସେଟିଂର ବିକଳ୍ପ ମିଳିବ ।

• ଏଥିରେ ଆକାଉଂଟ ସେଟିଂର ବିକଳ୍ପକୁ ଚୟନ କରନ୍ତୁ । ଏହାପରେ ସିକ୍ୟୁରିଟି ଏବଂ ଲଗଇନର ବିକଳ୍ପକୁ ଯାଆନ୍ତୁ ।

• ଏଠାରେ ଆପଣଙ୍କୁ ହ୍ୱୋୟାର ୟୁ ଆର ଲଗଡ୍ ଇନର ବିକଳ୍ପ ମିଳିବ । ଏଥିରେ ଆପଣଙ୍କୁ ଏହି ଡିଭାଇସେସର ବ୍ୟୁରୋ ନଜର ଆସିବ । ଯେଉଁଠି ଆପଣ ନିକଟରେ ଲଗଇନ କରିଥିବେ । ସମସ୍ତ ଡିଭାଇସେସକୁ ଦେଖିବା ପାଇଁ ଏଥିରେ ଥିବା ସିମୋରର ବିକଳ୍ପରେ କ୍ଲିକ୍ କରନ୍ତୁ ।

• ଏହି ବିକଳ୍ପର ଚୟନ କରିବା କ୍ଷଣି ହିଁ ସମସ୍ତ ଡିଭାଇସର ତାଲିକା ଆପଣଙ୍କ ସାମ୍ନାକୁ ଚାଲିଆସିବ । ଯେଉଁଥିରେ ଆପଣ ଯେଉଁଠାରେ ବି ଲଗଇନ କରିଥିବେ ସେସବୁକୁ ଲଗଆଉଟ କରିବାର ଅପସନ ଚାଲିଆସିବ ।

ଲାପଟପ ୟୁଜର୍ସ କିପରି ଜାଣିବେ

• ଲାପଟପରେ ବି ଏହି ପ୍ରକ୍ରିୟାଟି ପାଖାପାଖି ସମାନ ରହିଛି । ସ୍କ୍ରିନରେ ଟ୍ରାପଟାଉନର ଆଇକନ ଉପରେ କ୍ଲିକ୍ କରନ୍ତୁ ।

• ଏଥିରେ ସେଟିଂର ଅପସନକୁ ଯାଆନ୍ତୁ ।

• ସେଟିଂରେ ଫୋନଭଳି ହିଁ ସିକ୍ୟୁରିଟି ଅର ଲଗଇନର ବିକଳ୍ପ ମିଳିବ ।

• ଏଠାରେ ଆପଣଙ୍କୁ ହ୍ୱୋୟାର ୟୁ ଆର ଲଗଡ ଇନର ସେକସନ ନଜର ଆସିବ । ଏଥିମଧ୍ୟରୁ ସି ମୋର ଅପସନ ଉପରେ କ୍ଲିକ୍ କରନ୍ତୁ ।

• ଏଠାରେ ବି ଆପଣଙ୍କୁ ସମସ୍ତ ଡିଭାଇସରୁ ଲଗଆଉଟ୍ କରିବାର ବିକଳ୍ପ ମିଳିବ ।

ତେବେ ଏହି ଟ୍ରିକରୁ ଜଣାପଡିଯିବ କି ଆପଣ କେଉଁଠି କେଉଁଠି ନିଜର ଫେସବୁକ୍ ଆକାଉଂଟ ଲଗଇନ କରିଛନ୍ତି ଏବଂ ସୁରକ୍ଷା କାରଣରୁ ତାକୁ ଲଗଆଉଟ ମଧ୍ୟ କରିପାରିବେ ।