ବିନା ଇଂଟରନେଟରେ ବି ବ୍ୟବହାର କରିପାରିବେ ସୋସିଆଲ ମିଡିଆ ! ଜାଣନ୍ତୁ ପୁରା ପ୍ରକ୍ରିୟା

38

ଆଜିକା ଦିନରେ ବିନା ଇଂଟରନେଟରେ ସ୍ମାର୍ଟଫୋନ କୌଣସି କାମକୁ ନୁହେଁ । ବିଶେଷ କରି ଯୁବପିଢୀଙ୍କ ପାଇଁ ସୋସିଆଲ ମିଡିଆରେ ସକ୍ରିୟ ରହିବା ଏକ ଅଭ୍ୟାସରେ ପରିଣତ ହୋଇଯାଇଛି । ଏଭଳି ପରିସ୍ଥିତିରେ ଯଦି ଆପଣଙ୍କ ମୋବାଇଲର ଇଂଟରନେଟ୍ ଶେଷ ହୋଇଯାଇଛି କିମ୍ବା ଆପଣ ଏଭଳି ଏକ କୌଣସି ଜାଗାରେ ରହିଛନ୍ତି ଯେଉଁଠାରେ କି ଆପଣ ଇଂଟରନେଟ୍ ବ୍ୟବହାର କରିପାରୁ ନାହାଁନ୍ତି ତେବେ ଏହାଦ୍ୱାରା ଆପଣଙ୍କୁ ସାମ୍ନା କରିବାକୁ ପଡିଥାଏ ଅନେକ ସମସ୍ୟା । କାରଣ ବିନା ଇଂଟରନେଟରେ ଆପଣ ନା ତ ଫେସବୁକରେ କିଛି ଅପଡେଟ୍ କରିପାରିବେ ନା ନିଜର କିଛି ବିଶେଷ ମୁହୂର୍ତ୍ତକୁ ସେୟାର କରିପାରିବେ ।

କିନ୍ତୁ ବୋଧହୁଏ ଆପଣଙ୍କୁ ଏଥିପାଇଁ ଆଉ ଚିନ୍ତା କରିବାକୁ ନପଡେ କାରଣ ଆଜି ଆମେ ଆପଣଙ୍କୁ ଏଭଳି ଏକ ତରିକା ତଥା ଟେକନିକ୍ ସଂପର୍କରେ ଜଣାଇବୁ ଯାହାଦ୍ୱାରା କି ଆପଣ ବିନା ଇଂଟରନେଟ୍ ସହାୟତାରେ ଫେସବୁକ ବ୍ୟବହାର କରିପାରିବେ । ଯଦି ଆପଣଙ୍କ ନିକଟରେ ଇଂଟରନେଟ୍ ସେବା ନାହିଁ କିମ୍ବା ଆପଣଙ୍କର ମୋବାଇଲର ଡାଟା ଶେଷ ହୋଇଯାଇଛି ତେବେ ଏଥିପାଇଁ ଆପଣଙ୍କୁ ଆପଣଙ୍କର ମୋବାଇଲରେ ଡାଏଲ କରିବାକୁ ପଡିବ ମାତ୍ର ଗୋଟିଏ ନମ୍ବର । ଆଉ ଏହାପରେ ଆପଣଙ୍କ ଫେସବୁକ୍ ଅପଡେଟ୍ ହୋଇଯିବ । ତେବେ କିପରି ଆସନ୍ତୁ ଜାଣିବା ।

ବିନା ଇଂଟରନେଟରେ କିପରି କରିବେ ଫେସବୁକର ବ୍ୟବହାର

• ବିନା ଇଂଟରନେଟରେ ଫେସବୁକ ଅପଡେଟ କରିବା ପାଇଁ ଆପଣଙ୍କୁ ଏକ ନମ୍ବର ଡାଏଲ କରିବାକୁ ପଡିବ । ଏଥିପାଇଁ ଆପଣଙ୍କୁ ଗୋଟିଏ ଦିନ ପାଇଁ ୧ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।

• ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ କି, ‘ଫୋନେଟୱିସ୍’ ଫେସବୁକ୍ ପାଇଁ ‘ୟୁଏସଏସଡି’ ସେବା ଦେଉଛି । ଯେଉଁଥିରେ କି ଆପଣ ବିନା ଇଂଟରନେଟରେ ଆପଣଙ୍କର ଫେସବୁକ୍ ଷ୍ଟାଟସ ଅପଡେଟ୍ କରିବା ପାଇଁ ନିଜ ମୋବାଇଲରୁ ୩୨୫ ହାସ୍ କିମ୍ବା ଏଫବିକେ ହାସ ଡାଏଲ କରିବାକୁ ପଡିବ ।

• ଏହାପରେ ଆପଣଙ୍କୁ ଆପଣଙ୍କର ଫେସବୁକ ଆଇଡି ଏବଂ ପାସୱାର୍ଡ ଦେବାକୁ ପଡିବ ।

• ଏଭଳି କରିବା ପରେ ଆପଣଙ୍କ ମୋବାଇଲକୁ ଏକ ମେସେଜ ଆସିବ ଆଉ ଯାହାର ରିପ୍ଲାଏ କରିବା ପରେ ଆପଣଙ୍କର ଫେସବୁକ୍ ଆକ୍ଟିଭ ହୋଇଯିବ ।

• ଏଥିରେ ଆପଣ ମେସେଜ ଜରିଆରେ ହିଁ ନିଜର ଫେସବିକ ଷ୍ଟାଟସ ଅପଡେଟ କରିପାରିବେ । ଏଥିସହିତ ଆପଣ ନୋଟିଫିକେସନ, ଷ୍ଟାଟସ ଅପଡେଟ, ପୋଷ୍ଟ, ଫ୍ରେଣ୍ଡ ରିକ୍ୱେଷ୍ଟ ଆଦି ଚଲାଇ ମଧ୍ୟ କରିପାରିବେ ।

• ଯଦି ଆପଣ ଏହି ସେବାକୁ ଡିଆକ୍ଟିଭ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ମୋବାଇଲରୁ ଷ୍ଟାର ୩୨୫ ଷ୍ଟାର ୨୨ହାସ ଡାଏଲ କରି ଏହାକୁ ଡିଆକ୍ଟିଭ କରିପାରିବେ ।

ସୌଜନ୍ୟ : ଦୈନିକ ଜାଗରଣ