ଫେସବୁକରେ କାମ କରିବାକୁ ଚାହୁଁଛନ୍ତି କି? ନିଯୁକ୍ତି ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଜାଣନ୍ତୁ ଆବେଦନ କରିବାର ପୂରା ପ୍ରକ୍ରିୟା

31

ଫେସବୁକର ବ୍ୟବହାର ପ୍ରାୟତଃ ସଭିଏଁ କରିଥାନ୍ତି ହେଲେ ଯଦି ଆପଣଙ୍କୁ ଫେସବୁକ ସହ କାମ କରିବାକୁ ସୁଯୋଗ ମିଳିଯାଏ ତେବେ କେତେ ଭଲ ହୁଅନ୍ତା ନା ? ତେବେ ଆପଣଙ୍କର ଏହି ସ୍ୱପ୍ନ ବି ପୁରଣ ହୋଇପାରେ, କାହିଁକି ନା ବିଶ୍ୱର ଏହି ଲୋକପ୍ରିୟ ସୋସିଆଲ ସାଇଟରେ ବିଭିନ୍ନ ପଦପଦବୀରେ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଯଦି ଆପଣ ଫେସବୁକ ସହିତ କାମ କରିବାକୁ ଚାହୁଁଛନ୍ତି ତେବେ ଏହି ପୋଷ୍ଟ ପାଇଁ ଆପଣ ମଧ୍ୟ ଆବେଦନ କରିପାରିବେ ।ଫେସବୁକରେ ଏହିସବୁ ପଦବୀ ପାଇଁ ଲିଙ୍କଡଇନରେ ପୋଷ୍ଟ ସେୟାର କରିଛି , ଯେଉଁଥିରେ ଯୋଗ୍ୟ ଆଶାୟୀପ୍ରାର୍ଥୀଙ୍କ ଆବେଦନ ମଗାଯାଇଛି । ତେବେ ଫେସବୁକରେ ଚାକିରୀ ପାଇଁ ଆବେଦନ କରିବାର ଶେଷ ତାରିଖ ରହିଛି ୧୪ ସେଫ୍ଟେମ୍ବର ୨୦୧୮ ।

କେଉଁ କେଉଁ ପଦବୀରେ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି

• ଇ-କମର୍ସ କ୍ରିଏଟିଭ ଷ୍ଟ୍ରାଟେଜିର ହେଡ

• ସ୍ମଲ ଏବଂ ମିଡିୟମ ବିଜନେସ ଡାଏରେକ୍ଟର

• ଭର୍ଟିକଲ ହେଡ

• ପ୍ଲାର୍ଟଫର୍ମ ପାର୍ଟନରସିପ ପାଇଁ ଷ୍ଟ୍ରାଟେଜି ପାର୍ଟନର

• ସାଉଥ ଏସିଆ ଏବଂ ଭାରତରେ ପବ୍ଲିକ ପଲିସି ମ୍ୟାନେଜର

• ଭାରତରେ ନୂଆ ପାର୍ଟନର୍ସିପ ପାଇଁ ଷ୍ଟ୍ରାଟେଜି ମ୍ୟାନେଜର

• ଫେସବୁକ ଇଣ୍ଡିଆର ମ୍ୟାନେଜିଂ ଡାଏରେକ୍ଟର

କିଭଳି କରିବେ ଆବେଦନ

• ଏଥିପାଇଁ ଆଶାୟୀପ୍ରାର୍ଥୀ ଲିଙ୍କଡଇନକୁ ଯିବାକୁ ହେବ ।

• ଏଠାରେ ଦିଆଯାଇଥିବା ସର୍ଚ୍ଚ ବକ୍ସରେ ଫେସବୁକ ଇନ ଜବ୍ ଟାଇପ କରନ୍ତୁ ।

• ଏହାପରେ ଏହାର ଠିକ୍ ତଳ ଭାଗକୁ ଆପଣଙ୍କୁ ଫେସବୁକ ଦ୍ୱାରା ପୋଷ୍ଟ କରାଯାଇଥିବା ନିଯୁକ୍ତି ବାବଦକୁ ସମସ୍ତ ତାଲିକା ନଜର ଆସିବ । ଯେଉଁଥିରେ ଆପଣଙ୍କୁ ଆପଣ ଚାହୁଁଥିବା ପଦବୀରେ ଚାକିରୀ ଉପରେ କ୍ଲିକ୍ କରିବାକୁ ହେବ ।

• ଏହାପରେ ଆପ୍ଲାଏ ଅପସନ ଉପରେ କ୍ଲିକ କରିଦିଅନ୍ତୁ ।

ତେବେ ଏଭଳି ଭାବରେ ଆପଣ ଫେସବୁକରେ ଚାକିରୀ ପାଇଁ ଆବେଦନ କରିପାରିବେ ।